ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି, ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଶନିବାର ମଧ୍ୟ ଏହି ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଶନିବାର ବିଶେଷକରି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାସହିତ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି। ସେହିପରି ଗତ ୨୪ ଘଣ୍ଟାରେ […]

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଶନିବାର ମଧ୍ୟ ଏହି ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଶନିବାର ବିଶେଷକରି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାସହିତ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ସେହିପରି ଗତ ୨୪ ଘଣ୍ଟାରେ ଭଦ୍ରକରେ ୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୫୯, ଟିଟଲାଗଡ଼ରେ ୨୯, ଅନୁଗୁଳରେ ୨୪ ଓ ଯାଜପୁରରେ ୧୨ ମିମି ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଜୁନ ପହିଲାରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୭.୮ ମିମି ବର୍ଷା ହୋଇଛି। ଏହି ସମୟ ସୁଦ୍ଧା ୧୫୬.୧ ମିମି ବର୍ଷା ହେବା କଥା। ମାତ୍ର ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୩୭ ପ୍ରତିଶତ କମ ବର୍ଷା ହୋଇଛି ବୋଲି ଡ. ବିଶ୍ୱାସ କହିଛନ୍ତି। ତେବେ ୧୬-୨୪ ତାରିଖ ମଧ୍ୟରେ ୭୬.୭ ମିମି ବର୍ଷା ହୋଇଥିବା ବେଳେ ଏହି ବର୍ଷାର ପରିମାଣ ସ୍ୱାଭାବିକ ରହିଛି। ୧୬ ତାରିଖ ପୂର୍ବରୁ ରାଜ୍ୟରେ ହୋଇଥିବା ନିଅଣ୍ଟିଆ ବର୍ଷାର ପରିମାଣ ହିଁ ବର୍ତ୍ତମାନ ଜାରି ରହିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

25 Jun 2022 By The Sakala

ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି, ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ଜନିତ ବର୍ଷା ଜାରି ରହିଛି। ଶନିବାର ମଧ୍ୟ ଏହି ବର୍ଷା ଜାରି ରହିବାର ସମ୍ଭାବନା ରହିଛି। ଶନିବାର ବିଶେଷକରି ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନବରଙ୍ଗପୁର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁରରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଏହାସହିତ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଥିବା ନେଇ ପାଣିପାଗ କେନ୍ଦ୍ର ସୂଚନା ଜାରି କରିଛି।

ସେହିପରି ଗତ ୨୪ ଘଣ୍ଟାରେ ଭଦ୍ରକରେ ୮୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୫୯, ଟିଟଲାଗଡ଼ରେ ୨୯, ଅନୁଗୁଳରେ ୨୪ ଓ ଯାଜପୁରରେ ୧୨ ମିମି ବର୍ଷା ରେକର୍ଡ କରାଯାଇଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଜୁନ ପହିଲାରୁ ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୯୭.୮ ମିମି ବର୍ଷା ହୋଇଛି। ଏହି ସମୟ ସୁଦ୍ଧା ୧୫୬.୧ ମିମି ବର୍ଷା ହେବା କଥା। ମାତ୍ର ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୩୭ ପ୍ରତିଶତ କମ ବର୍ଷା ହୋଇଛି ବୋଲି ଡ. ବିଶ୍ୱାସ କହିଛନ୍ତି। ତେବେ ୧୬-୨୪ ତାରିଖ ମଧ୍ୟରେ ୭୬.୭ ମିମି ବର୍ଷା ହୋଇଥିବା ବେଳେ ଏହି ବର୍ଷାର ପରିମାଣ ସ୍ୱାଭାବିକ ରହିଛି। ୧୬ ତାରିଖ ପୂର୍ବରୁ ରାଜ୍ୟରେ ହୋଇଥିବା ନିଅଣ୍ଟିଆ ବର୍ଷାର ପରିମାଣ ହିଁ ବର୍ତ୍ତମାନ ଜାରି ରହିଛି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର