ସୁପ୍ରିମକୋର୍ଟଙ୍କ ‘ସୁପ୍ରିମ’ ଛାଟ : ଧୂଳିସାତ୍‌ ହେଲା କୁଚକ୍ରୀଗୋଷ୍ଠୀଙ୍କ ସବୁ ଅପଚେଷ୍ଟା

The Sakala Picture
Published On

ଭୁବନେଶ୍ବର : ସାରା ବିଶ୍ୱର କୋଟିକୋଟି ହିନ୍ଦୁଙ୍କ ଆସ୍ଥାର ଠାକୁର ହେଉଛନ୍ତି ଶ୍ରୀଜଗନ୍ନାଥ। ସାଢ଼େ ଚାରିକୋଟି ଓଡ଼ିଆଙ୍କ ଧାର୍ମିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହେଉଛି ପୁରୀ। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୁରୀକୁ ବିଶ୍ୱର ଅନନ୍ୟ ସହର ଭାବରେ ଗଢ଼ି ତୋଳିବା ପାଇଁ ପ୍ରସ୍ତୁତ ହୋଇଛି ବିଧିବଦ୍ଧ ନକ୍ସା। ପ୍ରତ୍ନତତ୍ତ୍ୱ ବିଭାଗ, ସରକାରଙ୍କ ମାର୍ଗଦର୍ଶିକାକୁ ଆଧାର କରି ଏଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରଦ୍ଧାଳୁ […]

ଭୁବନେଶ୍ବର : ସାରା ବିଶ୍ୱର କୋଟିକୋଟି ହିନ୍ଦୁଙ୍କ ଆସ୍ଥାର ଠାକୁର ହେଉଛନ୍ତି ଶ୍ରୀଜଗନ୍ନାଥ। ସାଢ଼େ ଚାରିକୋଟି ଓଡ଼ିଆଙ୍କ ଧାର୍ମିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହେଉଛି ପୁରୀ। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୁରୀକୁ ବିଶ୍ୱର ଅନନ୍ୟ ସହର ଭାବରେ ଗଢ଼ି ତୋଳିବା ପାଇଁ ପ୍ରସ୍ତୁତ ହୋଇଛି ବିଧିବଦ୍ଧ ନକ୍ସା। ପ୍ରତ୍ନତତ୍ତ୍ୱ ବିଭାଗ, ସରକାରଙ୍କ ମାର୍ଗଦର୍ଶିକାକୁ ଆଧାର କରି ଏଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସୁବିଧା ପାଇଁ ଅନ୍ୟ ଧାର୍ମିକ ପୀଠ ପରି ନିର୍ମାଣ କାର୍ଯ୍ୟ କରାଯାଉଛି। ରାଜ୍ୟ ତଥା ଦେଶର ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀମନ୍ଦିର ପରିକ୍ରମା ଅବସରରେ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ରୂପାନ୍ତରଣରେ ମୁଗ୍ଧ ହୋଇଛନ୍ତି। ଉନ୍ନୟନ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ଓଡ଼ିଶାର ଧାର୍ମିକ, ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଉତ୍କୃଷ୍ଟ କଳାର ପରିଚୟ ଓ ସ୍ବାକ୍ଷର ବହନ କରୁଥିବା ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀର ବିକାଶ ଏବଂ ଉତ୍କଳୀୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟଭରା ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ କାର୍ଯ୍ୟ ହେଉଛି, ତାହା ଅଗଣିତ ଭକ୍ତଙ୍କ ମନରେ ଆନନ୍ଦ ସୃଷ୍ଟି କରିଥିବାବେଳେ କତିପୟ ବ୍ୟକ୍ତି ଶ୍ରୀକ୍ଷେତ୍ରର ଆତ୍ମଘୋଷିତ ଅଭିଭାବକ ସାଜି ଏହାକୁ ବିରୋଧ କରିବା ସହ  ଏଭଳି ଏକ ମହତ କାର୍ଯ୍ୟରେ ବାଧା ପହଞ୍ଚାଇବା ସହ ବ୍ୟକ୍ତିଗତ ରାଜନୈତିକ ଏଜେଣ୍ଡା ରଖି ଫାଇଦା ହାସଲ କରିବାକୁ ଉଦ୍ୟମ କରୁଥିଲେ। ବିନା ତଥ୍ୟପ୍ରମାଣରେ ନିରାଧାର ଅଭିଯୋଗ ଆଣି ମିଛ ତଥ୍ୟ ଦେଇ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଲୋକମାନଙ୍କ ଧାର୍ମିକ ଭାବନା ସହ ଖେଳିବାକୁ ଅପଚେଷ୍ଟା କରାଯାଇଥିଲା। ହାଇକୋର୍ଟରେ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ପାଇଁ ମାମଲା କରାଯାଇଥିଲା। କିନ୍ତୁ ହାଇକୋର୍ଟ କାମ ଚାଲୁ ରଖିବା ପାଇଁ ରାୟ ଦେବା ପରେ ମଧ୍ୟ ବିରୋଧୀଙ୍କ ମନ ମାନି ନଥିଲା। ସୁପ୍ରିମକୋର୍ଟରେ ଏନେଇ ଏକ ଜନସ୍ବାର୍ଥ ମାମଲା କରିଥିଲେ କୁଚକ୍ରୀଗୋଷ୍ଠୀ। ସେମାନେ ଭାବିଥିଲେ ଏପରି ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ରୋକ ଲଗାଇବା ନେଇ ତାଙ୍କର ଯେଉଁ ଅପଚେଷ୍ଟା ତାହା ଫଳପ୍ରଦ ହେବ। କିନ୍ତୁ ମହାପଭୁ ଜଗନ୍ନାଥ ତାଙ୍କ ଶ୍ରୀମନ୍ଦିର ବିକାଶ କାମରେ ବାଧା ସୃଷ୍ଟି କରିବାର ସବୁ ଅପଚେଷ୍ଟାକୁ ଧୂଳିସାତ୍‌ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

ଗତକାଲି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇ ଦାୟର କରିଥିବା ମମାଲକୁ ସୁପ୍ରିମକୋର୍ଟ ଶୁଣାଣି କରିଥିବା ବେଳେ ଆଜି ତାର ରାୟ ପ୍ରକାଶ ପାଇଥିଲା।ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା ପ୍ରସଙ୍ଗକୁ ନେଇ ଜଷ୍ଟିସ୍ ବି.ଆର୍ ଗଭାଇ ଓ ଜଷ୍ଟିସ ହିମା କୋହଲିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଗତକାଲି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡ଼େଇଙ୍କ ଦ୍ୱାରା ଦାଖଲ ହୋଇଥିବା ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଏହି ଶୁଣାଣି ହୋଇଥିଲା। ଏହି ମାମଲାର ଶୁଣାଣି ପାଇଁ ସୁମନ୍ତଙ୍କ ଓକିଲ ମହାଲକ୍ଷ୍ମୀ ପାଭାନୀ ଓ ଅର୍ଦ୍ଧେନ୍ଦୁଙ୍କ ଓକିଲ ନଚିକେତା ଯୋଶୀ ଖଣ୍ଡପୀଠଙ୍କୁ ନିବେଦନ କରିଥିଲେ।  ତେବେ ଆଜି ରାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ହୋଇଥିବା ଦୁଇଟି ଆବେଦନକୁ ରଦ୍ଦ କରିଛନ୍ତି ସର୍ବେଚ୍ଚ ନ୍ୟାୟାଳୟ। ଏହାସହ ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ବିଜୟ ହୋଇଛି । ଏସଏଲପିକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ମାମଲାକୁ ଖାରଜ କରିଦେବା ସହ ଦୁଇ ଆବେଦନକାରୀଙ୍କୁ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀ  ଅର୍ଦ୍ଧେନ୍ଦୁ ଦାସଙ୍କୁ ଓ ସୁମନ୍ତ କୁମାର ଘୋଡାଇଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା କୋର୍ଟ କହିଛନ୍ତି । ତେବେ ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକଯାଉଥିବା କୋର୍ଟ ନିଜ ରାୟରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା କ୍ରସ ଭୋଟିଂ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ବିଜେଡି, ୮ ବିଧାୟକଙ୍କ ସଦସ୍ୟତା ରଦ୍ଦ ଲାଗି ପିଟିସନ୍

ଗତକାଲି ସବୁ ପକ୍ଷକୁ ଶୁଣିବା ପରେ ଦୁଇ ଜଣିଆ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଥିଲେ । ବେଆଇନ ନିର୍ମାଣ ଓ ଖନନ ହୋଇଥିବା ଅଭିଯୋଗ ହୋଇଥିଲା । ୨ଜଣ ବ୍ୟକ୍ତି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ ଦାୟର କରିଥିଲେ । ତେବେ ରହିତାଦେଶ ଏଡାଇବାକୁ ସରକାର କ୍ୟାଭିଏଟ୍ କରିଥିଲେ । ଏବେ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ପରେ ଜାରି ରହିବ ପରିକ୍ରମା ପ୍ରକଳ୍ପର ନିର୍ମାଣ କାମ । ଭକ୍ତଙ୍କ ସୁବିଧା ପାଇଁ ନିର୍ମାଣ କାମ ହେଉଥିବା ସୁପ୍ରିମକୋର୍ଟରେ ଦର୍ଶାଇଥିଲେ ଓଡ଼ିଶା ସରକାର । ଶୌଚାଳୟ, ପ୍ରତୀକ୍ଷା କେନ୍ଦ୍ର, ଇଲେକ୍ଟ୍ରିକ ଓ କ୍ଲକ ରୁମ ନିର୍ମାଣ ହେଉଥିବା କହିଥିଲେ । ଏନଏମଏରୁ ଏନଓସି ଅଣାଯାଇଥିବା ଯୁକ୍ତି ରଖିଥିଲେ ସରକାର । ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ରଖିଥିଲେ ଆଡଭୋକେଟ ଜେନେରାଲ ଅଶୋକ ପରିଜା । ରାଜ୍ୟ ସରକାରଙ୍କ ଯୁକ୍ତିରେ ସନ୍ତୁଷ୍ଟ ହୋଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥ ଦୃଷ୍ଟିରୁ ମାମଲା ଖାରଜ କରିଥିବା କୋର୍ଟ କହିଛନ୍ତି ।

ଏହି ରାୟ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ପୁରୀ ସାଂସଦ ପିନାକୀ ମିଶ୍ର କହିଛନ୍ତି ଯେ ମହାପ୍ରଭୁଙ୍କ ବାଣୀ ସୁପ୍ରିମକୋର୍ଟଙ୍କ ଜରିଆରେ କୁହାଯାଇଛି। ଯାହା ବିବାଦ ଥିଲାତଥା ଆଇନ, ବେଆଇନ ସବୁ ପ୍ରସଙ୍ଗ ଉପରେ ପୂର୍ଣ୍ଣଛେଦ ପଡ଼ିଛି। ଏହି ପ୍ରସଙ୍ଗରେ ମୋତେ ମିଛୁଆ ବୋଲି କୁହାଗଲା, ରାଜନୈତିକ ଭାବେ ଟାର୍ଗେଟ କରାଗଲା। ହେଲେ ମୋର ସେଥିରେ କିଛି ଯାଏ ନାହିଁ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର କିମ୍ବା ମୋର କୌଣସି ସ୍ୱାର୍ଥ ନ ଥିଲା। ମୁଁ କିନ୍ତୁ ନିସ୍ୱାର୍ଥ ଭାବେ କାମ କରିଛି ବୋଲି କହିଛନ୍ତି ପିନାକୀ ମିଶ୍ର।ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା, କପିଲ ସିବଲ, ପିନାକୀ ମିଶ୍ର ଏହି ମାମଲା ଲ‍ଢ଼ୁଥିଲେ। ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଡ଼ ବିବାଦ ଉପୁଜିଥିବା ବେଳେ  ଏସ୍‌ଆଇ ନିୟମ ଉଲ୍ଲଙ୍ଘନ କରି ପ୍ରକଳ୍ପ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଥିଲା।

କେବଳ ସେତିକି ନୁହେଁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପିରୁ ପୁରୀ ସାଂସଦ ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ମଧ୍ୟ ଏହି ଶ୍ରୀମନ୍ଦିର ପରିକ୍ରମା ପକଳ୍ପକୁ ନେଇ ବେଶ ରାଜନୀତି କରିଥିଲେ। ଦେଶର ବିଭିନ୍ନ ଐତିହ୍ୟ ସମୃଦ୍ଧ ସହର, ଧାର୍ମିକ ପୀଠର ବିକାଶ ପ୍ରକ୍ରିୟା ଆରମ୍ଭ ହୋଇଛି। କେଦାରନାଥ, ବଦ୍ରିନାଥ, ବାରଣାସୀ, ତିରୁପତି, ମଥୁରା, ବୃନ୍ଦାବନ ଆଦି ପୀଠକୁ ବିକାଶ କରାଯାଉଛି। ସେତେବେଳକୁ କେହି ତୁଣ୍ଡ ଖୋଲୁ ନାହାନ୍ତି। ମାତ୍ର କୋଟିକୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଆସ୍ଥାର ପୀଠ ଓ ଚାରି ଧାମ ମଧ୍ୟରୁ ଅନ୍ୟତମ ଜଗନ୍ନାଥ ଧାମର ବିକାଶ ପାଇଁ ଏମାନେ ବିରୋଧ କରିବା ସହ କାର୍ଯ୍ୟକୁ ବନ୍ଦ କରିବା ପାଇଁ ହୀନଚକ୍ରାନ୍ତ କରିଥିଲେ।

ଯେତେବେଳେ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ଏବଂ ବିକାଶ ଲାଗି ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କଲେ; ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ରକ୍ଷା କରି ଶ୍ରୀମନ୍ଦିର ନିକଟରେ ପୁରୁଷ ପୁରୁଷ ଧରି ଘରଦ୍ବାର ଏବଂ ବ୍ୟବସାୟ ପ୍ରତିଷ୍ଠାନ କରି ରହି ଆସୁଥିବା ସେବାୟତମାନେ ସ୍ବତଃପ୍ରବୃତ୍ତ ଭାବେ ନିଜ ଜମି ଓ ଘରଦ୍ବାରକୁ ଏହି ମହତ୍ କାର୍ଯ୍ୟ ଲାଗି ଉତ୍ସର୍ଗ କରିଦେଲେ। କାରଣ ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ କର୍ଯ୍ୟ କରାଯାଉଛି। ଯାହା ଫଳରେ ପୁରୀ ବିଶ୍ବରେ ଆହୁରି ପରିଚିତ ହେବ। ଆହୁରି ଅନେକ ପର୍ଯ୍ୟଟକ ପୁରୀକୁ ଆସିବେ। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ହେବ। କିନ୍ତୁ ବିକାଶର ଏହି ମହାପର୍ବକୁ ସମ୍ଭବତଃ କିଛି କୁଚକ୍ରୀ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ହଜମ କରିପାରିଲେ ନାହିଁ। ପ୍ରକଳ୍ପ କାର୍ଯ୍ୟ ଏଏସ୍‌ଆଇ ଓ ଏନ୍‌ଏମ୍‌ଏ ମାର୍ଗଦର୍ଶିକା ଅନୁସାରେ ହେଉ ନ ଥିବା ଅଭିଯୋଗ କରିବା ସହ ଶ୍ରୀମନ୍ଦିର ପ୍ରତି ବିପଦ ଅଛି ବୋଲି ମିଛ ପ୍ରଚାର କରି ବିକାଶ କାର୍ଯ୍ୟରେ ବାଧା ପହଞ୍ଚାଇବାକୁ ଅପଚେଷ୍ଟା କରୁଥିଲେ।

ଆଉ ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ସେହି କୁଚକ୍ରୀ ନ୍ୟସ୍ତସ୍ବାର୍ଥ କଳାପାହାଡ ଗୋଷ୍ଠୀଙ୍କ ସମସ୍ତ କଳା ହରଣ କରି ନେଇଛନ୍ତି ସୁପ୍ରିମକୋର୍ଟ। ଦେଶର ସବୋର୍ଚ୍ଚ ଅଦାଲତ ରାଜ୍ୟ ସରକାର ଶ୍ରୀମନ୍ଦିରର ବିକାଶ ପାଇଁ କରୁଥିବା କାର୍ଯ୍ୟକୁ ପ୍ରଶଂସା କରିବା ସହ ନିଜସ୍ୱ ପ୍ରଚାର କିମ୍ବା ବ୍ୟକ୍ତିଗତ ଉଦ୍ଦେଶ୍ୟ ରଖି ସୁପ୍ରିମକୋର୍ଟରେ ଏଭଳି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିବା କହିଛନ୍ତି। ନିଜର ରାଜନୈତିକ ଫାଇଦା ଏବଂ କିଛି ଉଦେଶ୍ୟ ପ୍ରଣୋଦିତ କରିବା ପାଇଁ ଏଭଳି କରାଯାଇଥିବା କୋର୍ଟ ଦୃଦୟଙ୍ଗମ କରିବା ସହ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା କରିବା ସହ ଏଭଳି ମାମଲା ବନ୍ଦ ହେବା ଉଚିତ ଏବଂ ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିବା ଅନୁଚିତ ବୋଲି କରିଛନ୍ତି। ଏଥି ସହିତ ଲୋକଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ନିର୍ମାଣ କାମ କରୁଥିବା କୋର୍ଟ ଉପଲବ୍ଧି କରିଛନ୍ତି । ଭକ୍ତଙ୍କ ସୁବିଧା ପାଇଁ ହେଉଥିବା ନିର୍ମାଣ କାମ ଆଦୌ ବେଆଇନ ନୁହେଁ ବୋଲି କହିଛନ୍ତି କୋର୍ଟ। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ କୁଚକ୍ରୀଗୋଷ୍ଠୀଙ୍କୁ ଝଟକା ଦେଇଛି।

ଆଜି ସୁପ୍ରିମକୋର୍ଟଙ୍କ ରାୟ ପରେ ସମଗ୍ର ପୁରୀ ସହ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି। ଏଥି ସହିତ ମହାପ୍ରଭୁ ଜଗନ୍ନାଥ ନିଜର ବିକାଶ କାମରେ ଯେପରି ବାଧା ନହେବ ତେଣୁ ସୁପ୍ରିମକୋର୍ଟଙ୍କ କଣ୍ଠରେ ଯେପରି ସେ ରାୟ ଶୁଣାଇଛନ୍ତି ବୋଲି ସୋସିଆଲ ମିଡିଆରେ ବହୁ ଜଗନ୍ନାଥ ପ୍ରେମୀ ପୋଷ୍ଟ କରିଛନ୍ତି। ‘କରି କରାଉ ଥାଏ ମୁହିଁ…ମୋ ବିନୁ ଅନ୍ୟଗତି ନାହିଁ।’ ପ୍ରଭୁ ଜଗନ୍ନାଥ ସବୁ ସହିବେ; କିନ୍ତୁ ଭକ୍ତ ଅପମାନିତ ହେଲେ କିମ୍ବା ଭକ୍ତ ଆଖିରୁ ଲୁହ ଗଡ଼ିଲେ ସେ ସହି ପାରନ୍ତି ନାହିଁ। ରତ୍ନ ସିଂହାସନରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଥିବା ମହାପ୍ରଭୁଙ୍କ ରଥ ଭକ୍ତ ସାଲବେଗ ପାଇଁ ଅଧାବାଟରେ ଅଟକି ଯାଇପାରେ। ମହାପ୍ରଭୁ ହାତ ବଢ଼ାଇ ଭକ୍ତ ଦାସିଆ ବାଉରି ହାତରୁ ନଡ଼ିଆ ଗ୍ରହଣ କରିପାରନ୍ତି। ବିପଦରେ ପଡ଼ି ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କଲେ ମୃଗିଣୀ ହେଉ କି ହସ୍ତିନୀ; ମହାପ୍ରଭୁ ନିଜ ଭକ୍ତକୁ ରକ୍ଷା କରିବାକୁ କିଛି ବି କରିପାରନ୍ତି। ତେଣୁ ଶ୍ରୀମନ୍ଦିର ବିକାଶ ପ୍ରସଙ୍ଗକୁ ବିରୋଧ କରି ମହାପ୍ରଭୁଙ୍କ କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଆଘାତ ଦେଲେ, ମହାପ୍ରଭୁଙ୍କ ଧର୍ମଦାଣ୍ଡରେ ଦଣ୍ଡିତ ନ ହୋଇ କେହି ଖସିଯାଇ ପାରିବେ ନାହିଁ। ଶ୍ରୀଜଗନ୍ନାଥ ଓ ଶ୍ରୀକ୍ଷେତ୍ରର ବିକାଶ କାର୍ଯ୍ୟକୁ ରୋକିବା ପାଇଁ ଯେଉଁମାନେ ଏଭଳି ହୀନ ଚକ୍ରାନ୍ତ କରୁଛନ୍ତି ସେମାନଙ୍କୁ ଜଗନ୍ନାଥପ୍ରେମୀ ଓଡ଼ିଆ ଜାତି ଏବଂ ଭବିଷ୍ୟତ ପିଢ଼ି କେବେ କ୍ଷମା ଦେବ ନାହିଁ। ତେଣୁ ସେମାନେ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଦିଅନ୍ତୁ ଏବଂ ନିଜ ଅନ୍ତରାତ୍ମାର ଡାକ ଶୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କାର୍ଯ୍ୟରେ ବାଧା ପହଞ୍ଚାଇବାରୁ ନିବୃତ ରହନ୍ତୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର