ସୁପ୍ରିମ୍‍କୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ଆଜି ଆସିବ ରାୟ

The Sakala Picture
Published On

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଗୁରୁବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଶେଷ ହୋଇଛି। ଜଷ୍ଟିସ ବି.ଆର. ଗାଭାଇ ଓ ଜଷ୍ଟିସ ହେମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବିରୋଧକରି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ ଯୁକ୍ତି ବାଢିବା ସହ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରିଥିଲେ। ଶ୍ରୀକ୍ଷେତ୍ରରେ ଚାଲୁରହିଥିବା ନିର୍ମାଣକାର୍ଯ୍ୟ ଆଇନ ଅନୁଯାୟୀ ଅସିଦ୍ଧ ବୋଲି ସେ ଦର୍ଶାଇଥିଲେ। […]

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଗୁରୁବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଶେଷ ହୋଇଛି। ଜଷ୍ଟିସ ବି.ଆର. ଗାଭାଇ ଓ ଜଷ୍ଟିସ ହେମା କୋହଲିଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ବିରୋଧକରି ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ ଯୁକ୍ତି ବାଢିବା ସହ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରିଥିଲେ। ଶ୍ରୀକ୍ଷେତ୍ରରେ ଚାଲୁରହିଥିବା ନିର୍ମାଣକାର୍ଯ୍ୟ ଆଇନ ଅନୁଯାୟୀ ଅସିଦ୍ଧ ବୋଲି ସେ ଦର୍ଶାଇଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ଅନ୍ୟପକ୍ଷରେ ପ୍ରକଳ୍ପ ସପକ୍ଷରେ ଓଡ଼ିଶାର ଆଡଭୋକେଟ ଜେନେରାଲ ଅଶୋକ ପରିଜା ଯୁକ୍ତି ବାଢ଼ି କହିଥିଲେ ଯେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ଶ୍ରଦ୍ଧାଳୁଙ୍କୁ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଚାଲିଛି। ବର୍ତ୍ତମାନ ଆମେ ଯାହା ନିର୍ମାଣ କରୁଛୁ, ପରିକ୍ରମା ଅଞ୍ଚଳର ତାହା ମାତ୍ର ୧ ପ୍ରତିଶତ ଅଞ୍ଚଳରେ ପରିବ୍ୟାପ୍ତ। ଶୌଚାଳୟ, ବିଦ୍ୟୁତ୍‍ ନିୟନ୍ତ୍ରଣ କକ୍ଷ ନିମନ୍ତେ ଏନ୍‍ଏମ୍‍ଏ ଅନୁମତି ପ୍ରଦାନ କରିଛି। ପୁରୀକୁ ଦୈନିକ ୬୦ ହଜାର ଶ୍ରଦ୍ଧାଳୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ଆସିଥାଆନ୍ତି। ସେମାନଙ୍କ ନିମନ୍ତେ ଅତ୍ୟାବଶ୍ୟକ ସେବା ଜରୁରୀ। ଶୌଚାଳୟ ଏହା ମଧ୍ୟରୁ ଅନ୍ୟତମ। ଅଦାଲତଙ୍କ ନିର୍ଦ୍ଦେଶରେ ଏହା ନିର୍ମାଣ କରାଯାଉଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ କୌଣସି ସମସ୍ୟା ବା ଅନଧିକାର କାର୍ଯ୍ୟ ହେଉନାହିଁ ବୋଲି ପୁରୀ ସାଂସଦ ତଥା ବରିଷ୍ଠ ଆଇନଜୀବୀ ପିନାକୀ ମିଶ୍ର ଗତକାଲି ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇଥିଲେ।

ଆହୁରି ପଢ଼ନ୍ତୁ: ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର