ଝଲସିବ ଘଟଗାଁ ମା’ ତାରିଣୀ ପୀଠ, ଜୋରସୋରରେ ଚାଲିଛି ବିକାଶର କାମ

The Sakala Picture
Published On

ଘଟଗାଁ: ଝଲସିବ ଘଟଗାଁ ମା’ ତାରିଣୀଙ୍କ ପୀଠ। ପ୍ରସସ୍ଥ ହେବ ମନ୍ଦିର ଚତୁଃପାର୍ଶ୍ବ । ବିସ୍ତୃତ ପାର୍କିଂ ସହ ଶୌଚାଳୟ, କାଫେଟେରିଆ, ପର୍ଯ୍ୟଟକ ଆଶ୍ରୟସ୍ଥଳ, ନଡିଆ ପ୍ରୋସେସିଂ ଏରିଆ ନିର୍ମାଣ ହେବ। ମନ୍ଦିର ପାଖରେ ଥିବା ପୁଷ୍କରିଣୀର ହେବ ପୁନରୁଦ୍ଧାର। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ନୂଆ ରୂପରେ ଦେଖିବାକୁ ମିଳିବ ରାଜ୍ୟର ଏହି ପ୍ରମୁଖ ଦେବୀ ପୀଠ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଧନ୍ୟବାଦ ଜଣାଇଛନ୍ତି […]

ଘଟଗାଁ: ଝଲସିବ ଘଟଗାଁ ମା’ ତାରିଣୀଙ୍କ ପୀଠ। ପ୍ରସସ୍ଥ ହେବ ମନ୍ଦିର ଚତୁଃପାର୍ଶ୍ବ । ବିସ୍ତୃତ ପାର୍କିଂ ସହ ଶୌଚାଳୟ, କାଫେଟେରିଆ, ପର୍ଯ୍ୟଟକ ଆଶ୍ରୟସ୍ଥଳ, ନଡିଆ ପ୍ରୋସେସିଂ ଏରିଆ ନିର୍ମାଣ ହେବ। ମନ୍ଦିର ପାଖରେ ଥିବା ପୁଷ୍କରିଣୀର ହେବ ପୁନରୁଦ୍ଧାର। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଖୁବ୍ ଶୀଘ୍ର ନୂଆ ରୂପରେ ଦେଖିବାକୁ ମିଳିବ ରାଜ୍ୟର ଏହି ପ୍ରମୁଖ ଦେବୀ ପୀଠ। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଧନ୍ୟବାଦ ଜଣାଇଛନ୍ତି ସେବାୟତ ଏବଂ ଭକ୍ତ । ୪୦ କୋଟି ଟଙ୍କା ବ୍ୟୟରେ ହେଉଥିବା ନବକଳେବର ୪୦ ଦିନରେ ଶେଷ ହେବାକୁ ଲକ୍ଷ୍ୟ ରଖାଯାଇଛି ।
ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଓଟିଡିସି ଏହି କାର୍ଯ୍ୟର ତଦାରଖ କରୁଛି । ବିଶେଷ କରି ପାର୍କିଂ କାର୍ଯ୍ୟ ଦୃତ ଗତିରେ ଚାଲୁଥିବା ବେଳେ ପୋଖରୀ ପୁନରୁଦ୍ଧାର କାମ ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ପ୍ରବେଶ ଏବଂ ପ୍ରସ୍ଥାନ ଗେଟ୍ କାମ ସରିବା ପରେ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହେବ । ବିଶେଷ କରି ମାନସିକଧାରୀମାନେ ମା’ଙ୍କ ମନ୍ଦିରକୁ ଦାନ କରୁଥିବା ମାଟିଘୋଡା ରଖିବା ପାଇଁ ସ୍ବତନ୍ତ୍ର ଗୃହ ନିର୍ମାଣ ହେବ। ଦୈନିକ ଏଠାକୁ ହଜାର ହଜାର ଭକ୍ତ ଆସୁଥିବା ବେଳେ ଯିଏ ଯେଉଁଠି ପାରୁଥିଲେ ପାର୍କିଂ କରୁଥିଲେ। ଭକ୍ତଙ୍କ ପାଇଁ ଶୌଚାଳୟ ନଥିବାରୁ ନାହିଁ ନ ଥିବା ହଇରାଣ ହେବାକୁ ପଡୁଥିଲା । ମା’ଙ୍କ ପାଖକୁ ଭକ୍ତମାନେ ପଠାଉଥିବା ହଜାର ହଜାର ନଡିଆ ପରିତ୍ୟକ୍ତ ଅବସ୍ଥାରେ ପଡୁଥିଲା । ତେବେ ନବକଳେବର ହେବା ପରେ ସବୁ ଶୃଙ୍ଖଳିତ ହେବା ସହ ଅଧିକ ଭକ୍ତଙ୍କ ସମାଗମ ହେବ ବୋଲି ଭକ୍ତମାନେ କହିଛନ୍ତି ।
ପ୍ରାକୃତିକ ପରିବେଶ ସହ ଘଟଗାଁ ମା ତାରିଣୀଙ୍କ ଦର୍ଶନ ପାଇଁ ପିକନିକ୍ ଋତୁରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୁଏ । କିନ୍ତୁ ଅଧିକାଂଶ ସମୟରେ ବିଶୃଙ୍ଖଳା ଦେଖାଦିଏ । ରାଜ୍ୟ ସରକାର ଏବେ ରାଜ୍ୟର ସବୁ ମନ୍ଦିରର ନବକଳେବର କରୁଥିବା ବେଳେ ତାରିଣୀ ମନ୍ଦିରକୁ ଏହି ବହୁମୁଖୀ ପ୍ରକଳ୍ପରେ ସାମିଲ କରିଥିବାରୁ ଭକ୍ତ ଓ ସେବାୟତ ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ଧନ୍ୟବାଦ ଜଣାଇଛନ୍ତି।
26 May 2022 By The Sakala

https://www.thesakala.in/latest-odisha-news/development-work-is-in-full-swing-maa-tarini-temple-ghatgaon/article-11920
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର