ଆସନ୍ତା ୩୦ ଯାଏଁ ବଢ଼ିଲା ଯୁକ୍ତ ଦୁଇ ଆବେଦନ ଅବଧି

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି ଆସନ୍ତା ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଜୁଲାଇ ୬ ତାରିଖରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୭ରୁ ୧୩ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ୧୪ ତାରିଖ ଯାଏଁ ପିଲାଙ୍କ ସ୍ଲାଇଡଅପ୍‌‌ ପ୍ରକ୍ରିୟା ଚାଲିବ। ସେହିପରି ୧୯ ତାରିଖ ପୂର୍ବାହ୍ଣ ସାଢ଼େ ୧୧ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୧୯ରୁ ୨୨ତାରିଖ […]

ଭୁବନେଶ୍ୱର: ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି ଆସନ୍ତା ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଜୁଲାଇ ୬ ତାରିଖରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୭ରୁ ୧୩ ତାରିଖ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ୧୪ ତାରିଖ ଯାଏଁ ପିଲାଙ୍କ ସ୍ଲାଇଡଅପ୍‌‌ ପ୍ରକ୍ରିୟା ଚାଲିବ। ସେହିପରି ୧୯ ତାରିଖ ପୂର୍ବାହ୍ଣ ସାଢ଼େ ୧୧ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୧୯ରୁ ୨୨ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଓ ଜୁଲାଇ ୨୭ତାରିଖରେ ସ୍ପଟ୍‌‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୩୧ ତାରିଖ ସୁଦ୍ଧା ସ୍ପଟ୍‌‌ ନାମଲେଖା ପ୍ରକ୍ରିୟା ଶେଷ ହେବାକୁ ଥିବାବେଳେ ଅଗଷ୍ଟ ୧ ତାରିଖରୁ ପିଲାଙ୍କ ପାଠପଢ଼଼ା ଆରମ୍ଭ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ନିର୍ଦ୍ଦେଶନାମା ଜାରି କରିଛି। ତେବେ ୨୧୪୯ଟି ଶିକ୍ଷାନୁଷ୍ଠାନରେ ଏକାଦଶ ନାମଲେଖା ପାଇଁ ସୋମବାର ସଂଧ୍ୟା ସୁଦ୍ଧା ୪,୯୮,୬୦୨ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୪,୫୯,୬୬୬ଜଣ ଚୁଡ଼ାନ୍ତ ଫର୍ମ ଦାଖଲ କରିଛନ୍ତି।

About The Author: The Sakala