ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, କାଲି ସୁଦ୍ଧା ଲଘୁଚାପ କ୍ଷେତ୍ର !

ଭୁବନେଶ୍ବର: ଓଡ଼ିଶାକୁ ଆଗାମୀ ଦୁଇ ଦିନ ଅରେଞ୍ଜ ୱାର୍ଣ୍ଣିଂ ଜାରି। ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିିଛି। ଏ ନେଇ ଆଇଏମ୍‌ଡି DG ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହାରି ପ୍ରଭାବରେ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଓଡ଼ିଶାରେ ଜୁନ୍‌ରେ ନିଅଣ୍ଟିଆ ବର୍ଷା, ଜୁଲାଇରେ ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା ହୋଇଛି ।ଉତ୍ତର […]

ଭୁବନେଶ୍ବର: ଓଡ଼ିଶାକୁ ଆଗାମୀ ଦୁଇ ଦିନ ଅରେଞ୍ଜ ୱାର୍ଣ୍ଣିଂ ଜାରି। ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତାକାଲି ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିିଛି। ଏ ନେଇ ଆଇଏମ୍‌ଡି DG ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଏହାରି ପ୍ରଭାବରେ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଓଡ଼ିଶାରେ ଜୁନ୍‌ରେ ନିଅଣ୍ଟିଆ ବର୍ଷା, ଜୁଲାଇରେ ଦକ୍ଷିଣ ଓଡ଼ିଶା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା ହୋଇଛି ।ଉତ୍ତର ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ବର୍ଷା ହୋଇନାହିଁ  କିନ୍ତୁ ଅଗଷ୍ଟ ସେପ୍ଟେମ୍ବରରେ ଭଲ ବର୍ଷା ହେବ ବୋଲି ଆକଳନ କରାଯାଉଛି।

ସେହିପରି ଦିଲ୍ଲୀ, ହିମାଚଳ, ଉତ୍ତରାଖଣ୍ଡ ରେ ବାଦଲଫାଟ ବର୍ଷାକୁ ଖଣ୍ଡନ କରିଛନ୍ତି ଆଇଏମଡି ଡିଜି ମୃତୁଞ୍ଜୟ ମହାପାତ୍ର ।

IMD ତଥ୍ୟ ଅନୁଯାୟୀ, ଦିଲ୍ଲୀରେ ଇଣ୍ଟେନ୍ସ ସ୍ପେଲର ପ୍ରବଳ ବର୍ଷା ରେକର୍ଡ ହୋଇଥିବା କହିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୫ରୁ ୭ ସେଣ୍ଟି ମିଟର ବର୍ଷା ହୋଇଛି । ସେହିପରି ହିମାଚଳ ଏବଂ ଉତ୍ତରାଖଣ୍ଡର ତଥ୍ୟ ଅନୁସାରେ ସେଠାରେ ପ୍ରବଳରୁ ଅତିପ୍ରବଳ ହୋଇଛି।

ଯେତେବେଳେ ବର୍ଷାର ୧୦ ସେମି କିମ୍ବା ତାହାଠାରୁ ରୁ ଅଧିକ ହୁଏ ତାହାକୁ ବାଦଲ ଫଟା ବର୍ଷା କୁହାଯାଏ । ଏହା ନିଶ୍ଚିତ ଯେ ଦିଲ୍ଲୀ, ହିମାଚଳ, ଉତ୍ତରାଖଣ୍ଡ ବାଦଲଫଟା ବର୍ଷା ହୋଇନାହିଁ ବୋଲି ଆଇଏମ୍‌ଡି DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

About The Author: The Sakala