ରାଜ୍ୟରେ ଥମୁନି ହାତୀ ମୃତ୍ୟୁ: ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ଆଖିବୁଜିଲା ପୁଣି ଏକ ହାତୀ

ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ହାତୀ ମୃତ୍ୟୁ ଘଟଣା । କୂଳଡିହା ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁବରଣ କରିଛି । ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ କଦମଶୋଳଠାରେ ଏକ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ। ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି । ମାଇ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ବୟସାଧିକ କାରଣରୁ ମୃତୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ […]

ବାଲେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ହାତୀ ମୃତ୍ୟୁ ଘଟଣା । କୂଳଡିହା ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁବରଣ କରିଛି । ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ କଦମଶୋଳଠାରେ ଏକ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ। ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି । ମାଇ ହାତୀର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ବୟସାଧିକ କାରଣରୁ ମୃତୁ ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନୀଳଗିରି କୁଳଡିହା ରେଞ୍ଜର, ପଞ୍ଚଲିଙ୍ଗେଶ୍ୱର ଫୋରେଷ୍ଟର, ପ୍ରାଣୀଧନ ବିଶେଷଜ୍ଞ ପହଁଚି ଥିବା ଜଣାପଡ଼ିଛି । ତେବେ ଏହି ହାତୀର ମୃତ୍ୟୁକୁ ମିଶାଇ ଚଳିତ ବର୍ଷ କୁଳଡିହା ଅଭୟାରଣ୍ୟରେ ୫ଟି ହାତୀର ମୃତ୍ୟୁ ହୋଇସାରିଲାଣି ।

About The Author: The Sakala