ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୮୩୬ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଖସିଲା କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୪୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୪୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୮୧୪୫ କୁ ବୃଦ୍ଧି ପାଇଛି । ଏନେଇ […]

ଭୁବନେଶ୍ୱର : ରାଜ୍ୟରେ ଖସିଲା କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୯୦ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୪୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୪୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୮୧୪୫ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୧୭୫ ଜଣ, ଖୋର୍ଦ୍ଧାରୁ ୯୧ ଜଣ, ସମ୍ବଲପୁରରୁ ୮୩ ଜଣ, ମୟୂରଭଞ୍ଜରୁ ୭୨ ଜଣ, ବରଗଡ଼ରୁ ୪୭ ଜଣ, କଳାହାଣ୍ଡିରୁ ୩୭ ଜଣ, କଟକରୁ ୩୪ ଜଣ,ବଲାଙ୍ଗୀରରୁ ୩୩ ଜଣ, ନବରଙ୍ଗପୁରରୁ ୩୨ ଜଣ, ବୌଦ୍ଧରୁ ୨୩ ଜଣ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ୨୧ ଜଣ ଲେଖାଁଏ, ଝାରସୁୁଗୁଡ଼ାରୁ ୧୯ ଜଣ, ନୟାଗଡ଼ରୁ ୧୭ ଜଣ, ବାଲେଶ୍ବର ଓ ସୋନପୁର ଜିଲ୍ଲାରୁ ୧୬ ଜଣ ଲେଖାଁଏ, ନୂଆପଡ଼ାରୁ ୧୪ ଜଣ, ଯାଜପୁର ଓ କୋରାପୁଟ ଜିଲ୍ଲାରୁ ୧୨ ଜଣ ଲେଖାଁଏ,କେନ୍ଦୁଝରରୁ ୧୦ ଜଣ, ଗଜପତିରୁ ୭ ଜଣ, ଦେବଗଡ଼ରୁ ୫ ଜଣ, ଭଦ୍ରକରୁ ୪ ଜଣ, ଗଞ୍ଜାମ,କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଁଏ ,ଜଗତସିଂହପୁରରୁ ୨ ଜଣ, ଢ଼େଙ୍କାନାଳରୁ ଜଣେ ଏବଂ ଷ୍ଟେଟ ପୁଲ୍‌ରୁ ୨୧ ଜଣ ଆକ୍ରାନ୍ତ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୧୮୧୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୬୦୦୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୦୨୯୪୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୭୬୬୬୧୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

About The Author: The Sakala