ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୧୦୨୪୨ ଜଣ ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । କିନ୍ତୁ ସେହି ଅନୁପାତରେ କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଣ୍ଟାରେ ଓଡିଶାରେ ୧୦୨୪୨ ଜଣ ଆକ୍ରାନ୍ତ କରୋନା ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୩୬୫୯୫ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଙ୍ଗଳବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି। Another 10242 Covid […]

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି । କିନ୍ତୁ ସେହି ଅନୁପାତରେ କରୋନାରୁ ସୁସ୍ଥ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏହି କ୍ରମରେ ଗତ ୨୪ ଘଣ୍ଟାରେ ଓଡିଶାରେ ୧୦୨୪୨ ଜଣ ଆକ୍ରାନ୍ତ କରୋନା ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୫୩୬୫୯୫ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଙ୍ଗଳବାର ଟ୍ଵିଟ୍ ଯୋଗେ ଏହାର ସୂଚନା ଦେଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୧୮, ସନ୍ଦରଗଡରୁ ୯୪୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୮୮୭, ନବରଙ୍ଗପୁରରୁ ୨୯୧, ଝାରସୁଗୁଡାରୁ ୩୩୧, ଅନୁଗୁଳରୁ ୪୩୮, ମୟୂରଭଞ୍ଜରୁ ୨୦୭, ସମ୍ବଲପୁରରୁ ୬୪୧, ନୂଆପଡାରୁ ୨୧୪, ପୁରୀରୁ ୭୦୭, ବରଗଡରୁ ୪୪୮, ଯାଜପୁରରୁ ୨୨୨, ବଲାଙ୍ଗିରିରୁ ୨୭୩, କେନ୍ଦୁଝରରୁ ୧୭୭, ଗଞ୍ଜାମରୁ ୧୯୫, ବାଲେଶ୍ୱରରୁ ୩୦୧, ଗଜପତିରୁ ୧୧୬, ରାୟଗଡାରୁ ୧୩୬, କଳାହାଣ୍ଡିରୁ ୪୬୫, ନୟାଗଡରୁ ୨୫୪, ସୋନପୁରରୁ ୧୭୯, ଜଗତସିଂହପୁରରୁ ୧୩୭, ଦେବଗଡରୁ ୧୩୬, କେନ୍ଦ୍ରାପଡାରୁ ୧୫୮, କୋରାପୁଟରୁ ୧୨୨, ଭଦ୍ରକରୁ ୧୦୦, କନ୍ଧମାଳରୁ ୧୦୦, ମାଲକାନଗିରିରୁ ୯୪, ଢେଙ୍କାନାଳରୁ ୧୬୭ ଓ ବୌଦ୍ଧରୁ ୧୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

About The Author: The Sakala