୩୬ଘଣ୍ଟା ପରେ ଡେରଜାଙ୍ଗ ଡ୍ୟାମ୍‌ରୁ ମିଳିଲା ବୁଡ଼ି ଯାଇଥିବା ଯୁବଇଞ୍ଜିନିୟରଙ୍କ ମୃତଦେହ

ଅନୁଗୁଳ : ୩୬ ଘଣ୍ଟା ପରେ ମିଳିଲା ସ୍ଥାନୀୟ ଡେରଜାଙ୍ଗ ଜଳ ଭଣ୍ଡାରରେ ବୁଡ଼ି ଯାଇଥୁବା ଯୁବଇଞ୍ଜିନିୟରଙ୍କ ମୃତଦେହ । ଦୀର୍ଘ ସମୟ ଧରି ଓଡ୍ରାଫ ଓ ଅଗ୍ନିଶମ ବିଭାଗ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବିଫଳ ହୋଇଥିବା ବେଳେ ଆଜି ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପାଣି ଭିତରୁ ମୃତଦେହ ଉଦ୍ଧାର କରିଛି। ପରେ ଜରପଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ […]

ଅନୁଗୁଳ : ୩୬ ଘଣ୍ଟା ପରେ ମିଳିଲା ସ୍ଥାନୀୟ ଡେରଜାଙ୍ଗ ଜଳ ଭଣ୍ଡାରରେ ବୁଡ଼ି ଯାଇଥୁବା ଯୁବଇଞ୍ଜିନିୟରଙ୍କ ମୃତଦେହ । ଦୀର୍ଘ ସମୟ ଧରି ଓଡ୍ରାଫ ଓ ଅଗ୍ନିଶମ ବିଭାଗ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ବିଫଳ ହୋଇଥିବା ବେଳେ ଆଜି ତାଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପାଣି ଭିତରୁ ମୃତଦେହ ଉଦ୍ଧାର କରିଛି। ପରେ ଜରପଡା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ମୃତ ଯୁବକଙ୍କ ନାଁ ବିଭାଂଶୁ ହୋତା। ସେ ବାଙ୍ଗାଲୋରର ଏକ ଆଇଟି କମ୍ପାନୀରେ କାମ କରନ୍ତି । ବିଭାଂଶୁଙ୍କ ମା ‘ ପୁଷ୍ପାଞ୍ଜଳି ହୋତା ଡିପିଏସ୍ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ବେଳେ ବାପା ତ୍ରିନାଥ ଶଙ୍କର ହୋତା ହେଉଛନ୍ତି ନାଲକୋର ପୂର୍ବତନ ଡିଜିଏମ । ବିଭାଂଶୁ ଗତ ରବିବାର ଦିନ ଆଉ ୩ଜଣ ସାଙ୍ଗଙ୍କ ସହ ଡେରଜାଙ୍ଗ ଡ୍ୟାମକୁ ବନ୍ଧୁତ୍ୱ ଦିବସ ପାଳିବାକୁ ଆସିଥିଲେ । କିନ୍ତୁ ସେ ଡ୍ୟାମ ରେ ଗାଧୋଇବା ବେଳେଅସାବଧାନତା ବଶତଃ ଗଭୀର ଜଳକୁ ଚାଲି ଯାଇଥିଲେ ଏବଂ ଆଉ କୂଳକୁ ଫେରି ପାରି ନ ଥିଲେ। ଫଳରେ ସେ ଡ୍ୟାମରେ ବୁଡ଼ି ଯାଇଥିଲେ ।

About The Author: The Sakala