ନିଜ ପୁଅକୁ ମାରି ପୋତିଦେଲା ନୃଶଂସ ବାପା, ୬ ଦିନ ପରେ ଜଙ୍ଗଲରୁ ମୃତଦେହ ଉଦ୍ଧାର

ପାଲଲହଡ଼ା: ସାଜିଲା ପିଶାଚ ବାପା, ପୁଅକୁ ହାଣି ପୋତିଦେଲା । ୬ ଦିନ ପରେ ଜଙ୍ଗଲରୁ ପୁଅର ମୃତଦେହ ଉଦ୍ଧାର କଲା ପୋଲିସ । ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ୍ ସାଇଟ୍ ଥାନା ଅଧୀନସ୍ଥ ଅର୍କିଳ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅର ଦ୍ବିତୀୟ ବିବାହ ପାଇଁ ବାପା ସାଜିଲା ସଇତାନ । ପାରିବାରିକ କଳହକୁ କେନ୍ଦ୍ର କରି ବାପା ତା'ର ପୁଅକୁ ହାଣି ନିକଟସ୍ଥ ଜଙ୍ଗଲରେ ପୋତିଦେଇଥିଲା । ମୁତକ ହେଲେ ମୁରଲୀଧର ବେହେରାଙ୍କ ପୁଅ କୁଜା ବେହେରା। ଦ୍ୱିତୀୟ ପତ୍ନୀର ଅଭିଯୋଗକୁ ଭିତ୍ତିକରି ପୋଲିସ ମୃତକଙ୍କ ବାପା, ମାଆ ଏବଂ ମୃତକଙ୍କ ପ୍ରଥମ ପତ୍ନୀକୁ ଥାନାରେ ଅଟକ ରଖି ତଦନ୍ତ କରୁଛି । 

About The Author: Madhusudan Das