ଭିଜିଲାନ୍ସ ଜାଲରେ ବନ୍ତଳା ଥାନା ସବ-ଇନ୍ସପେକ୍ଟର

The Sakala Picture
Published On

ଅନୁଗୁଳ: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସବ-ଇନ୍ସପେକ୍ଟର ପ୍ରମୋଦ ନାୟକ। ସୂଚନା ମୁତାବକ ସବ-ଇନ୍ସପେକ୍ଟର ପ୍ରମୋଦ ନାୟକ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା।ବନ୍ତଳା ଅଞ୍ଚଳର କବିତା ନାୟକ ତାଙ୍କ ଗାଡି (ମୋଟର ସାଇକେଲ)ରିଲିଜ କରିବା ପାଇଁ ବନ୍ତଳା ଥାନାକୁ ଯାଇଥିଲେ। ସେଠାରେ ସବ-ଇନ୍ସପେକ୍ଟର ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନେବାପରେ ଗାଡି ଶୀଘ୍ର ରିଲିଜ କରିବାପାଇଁ ସବ-ଇନ୍ସପେକ୍ଟର […]

ଅନୁଗୁଳ: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସବ-ଇନ୍ସପେକ୍ଟର ପ୍ରମୋଦ ନାୟକ। ସୂଚନା ମୁତାବକ ସବ-ଇନ୍ସପେକ୍ଟର ପ୍ରମୋଦ ନାୟକ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା।ବନ୍ତଳା ଅଞ୍ଚଳର କବିତା ନାୟକ ତାଙ୍କ ଗାଡି (ମୋଟର ସାଇକେଲ)ରିଲିଜ କରିବା ପାଇଁ ବନ୍ତଳା ଥାନାକୁ ଯାଇଥିଲେ। ସେଠାରେ ସବ-ଇନ୍ସପେକ୍ଟର ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନେବାପରେ ଗାଡି ଶୀଘ୍ର ରିଲିଜ କରିବାପାଇଁ ସବ-ଇନ୍ସପେକ୍ଟର କହିଥିଲେ। ଏ ନେଇ କବିତା ନାୟକ ଅନୁଗୁଳ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅନୁଗୁଳ ଭିଜିଲାନ୍ସ ଆଜି ସନ୍ଧ୍ୟା ସମୟରେ ଲାଞ୍ଚ ନେବା ବେଳେ ସବ-ଇନ୍ସପେକ୍ଟର ପ୍ରମୋଦ ନାୟକଙ୍କୁ କାବୁ କରିଥିଲା। ଅନୁଗୁଳ ଭିଜିଲାନ୍ସ ବିଭାଗର ଡ଼ିଏସପି ରବିକାନ୍ତ ସୁନା, ଇନ୍ସପେକ୍ଟର ପ୍ରଦୀପ ସାମଲ, ଇନ୍ସପେକ୍ଟର ଅନିରୁଦ୍ଧ ନାୟକ ଓ ଅନ୍ୟ ଭିଜିଲାନ୍ସ ବିଭାଗର ଅଧିକାରୀ ସବ-ଇନ୍ସପେକ୍ଟରଙ୍କୁ କାବୁ କରିବା ସମୟରେ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

12 Nov 2021 By The Sakala

ଭିଜିଲାନ୍ସ ଜାଲରେ ବନ୍ତଳା ଥାନା ସବ-ଇନ୍ସପେକ୍ଟର

ଅନୁଗୁଳ: ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ସବ-ଇନ୍ସପେକ୍ଟର ପ୍ରମୋଦ ନାୟକ। ସୂଚନା ମୁତାବକ ସବ-ଇନ୍ସପେକ୍ଟର ପ୍ରମୋଦ ନାୟକ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅନୁଗୁଳ ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା।ବନ୍ତଳା ଅଞ୍ଚଳର କବିତା ନାୟକ ତାଙ୍କ ଗାଡି (ମୋଟର ସାଇକେଲ)ରିଲିଜ କରିବା ପାଇଁ ବନ୍ତଳା ଥାନାକୁ ଯାଇଥିଲେ। ସେଠାରେ ସବ-ଇନ୍ସପେକ୍ଟର ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନେବାପରେ ଗାଡି ଶୀଘ୍ର ରିଲିଜ କରିବାପାଇଁ ସବ-ଇନ୍ସପେକ୍ଟର କହିଥିଲେ। ଏ ନେଇ କବିତା ନାୟକ ଅନୁଗୁଳ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅନୁଗୁଳ ଭିଜିଲାନ୍ସ ଆଜି ସନ୍ଧ୍ୟା ସମୟରେ ଲାଞ୍ଚ ନେବା ବେଳେ ସବ-ଇନ୍ସପେକ୍ଟର ପ୍ରମୋଦ ନାୟକଙ୍କୁ କାବୁ କରିଥିଲା। ଅନୁଗୁଳ ଭିଜିଲାନ୍ସ ବିଭାଗର ଡ଼ିଏସପି ରବିକାନ୍ତ ସୁନା, ଇନ୍ସପେକ୍ଟର ପ୍ରଦୀପ ସାମଲ, ଇନ୍ସପେକ୍ଟର ଅନିରୁଦ୍ଧ ନାୟକ ଓ ଅନ୍ୟ ଭିଜିଲାନ୍ସ ବିଭାଗର ଅଧିକାରୀ ସବ-ଇନ୍ସପେକ୍ଟରଙ୍କୁ କାବୁ କରିବା ସମୟରେ ଉପସ୍ଥିତ ଥିଲେ।

https://www.thesakala.in/latest-odisha-news/angul/bantala-police-sub-inspector-in-the-vigilance-radar/article-6801
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର