ସ୍କୁଲ ନଯିବାରୁ ୧୨ ବର୍ଷର ପୁଅକୁ ଲୁହା ରଡରେ ଚେଙ୍କ ଦେଲା ନୃଶଂସ ବାପା

The Sakala Picture
Published On

ଅନୁଗୁଳ: ବାପା ଦେଲା ପୁଅକୁ ଚେଙ୍କ । ସ୍କୁଲ ନଯିବାରୁ ୧୨ ବର୍ଷର ପୁଅକୁ ଲୁହା ରଡରେ ଚେଙ୍କ ଦେଲା ବାପା । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ପକ୍ଷରୁ ଛେଣ୍ଡିପଦା ପୁଲିସ ସହାୟତାରେ ହଟିଆନାଳି ଗ୍ରାମରୁ ଶିଶୁକୁ ଉଦ୍ଧାର କରାଯାଇଛି। ପୁଲିସ୍ ଏହି ଘଟଣାରେ ନାବାଳକଙ୍କ ବାପା ଓ ସାବତ […]

ଅନୁଗୁଳ: ବାପା ଦେଲା ପୁଅକୁ ଚେଙ୍କ । ସ୍କୁଲ ନଯିବାରୁ ୧୨ ବର୍ଷର ପୁଅକୁ ଲୁହା ରଡରେ ଚେଙ୍କ ଦେଲା ବାପା । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ପକ୍ଷରୁ ଛେଣ୍ଡିପଦା ପୁଲିସ ସହାୟତାରେ ହଟିଆନାଳି ଗ୍ରାମରୁ ଶିଶୁକୁ ଉଦ୍ଧାର କରାଯାଇଛି। ପୁଲିସ୍ ଏହି ଘଟଣାରେ ନାବାଳକଙ୍କ ବାପା ଓ ସାବତ ମା’ଙ୍କୁ ଅଟକ ରଖିଛି ।

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ସୂଚନା ଅନୁସାରେ ୧୨ ବର୍ଷର ନାବାଳକକୁ ସାବତ ମା ସ୍କୁଲ ଯିବାକୁ ମନା କରିଥିଲା । ସେଥିପାଇଁ ନାବାଳକ ଜଣଙ୍କ ସ୍କୁଲ ଯାଇ ନଥିଲା । ସ୍କୁଲ ନଯିବା ରାଗରେ ବାପା ସୁବାସ ପ୍ରଧାନ ପୁଅକୁ ମାଡ ମାରିବା ସହ ଗୋଡ଼ହାତରେ ଲୁହା ରଡରେ ଚେଙ୍କ ଦେଇଛନ୍ତି । ଆଉ ଏଥିପାଇଁ ସାବତ ମା ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଏହି ଘଟଣା ଘଟି ଥିବା ବେଳେ ନାବାଳକ ଜଣଙ୍କ ଏହି ଚେଙ୍କ ପାଇଁ ଗୁରୁତର ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକ ଏ କଥା ଜାଣିପାରି ଚାଇଲଡ଼ ଲାଇନକୁ ଯୋଗାଯୋଗ କରିଥିଲେ । ପୁଲିସ ଉପସ୍ଥିତିରେ ନାବାଳକକୁ ଉଦ୍ଧାର କରାଯିବା ସହ ବାପ ଓ ସାବତ ମାକୁ ଅଟକ ରଖି ପଚରାଉଚରା କରାଯାଉଛି ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

13 Aug 2023 By The Sakala

ସ୍କୁଲ ନଯିବାରୁ ୧୨ ବର୍ଷର ପୁଅକୁ ଲୁହା ରଡରେ ଚେଙ୍କ ଦେଲା ନୃଶଂସ ବାପା

ଅନୁଗୁଳ: ବାପା ଦେଲା ପୁଅକୁ ଚେଙ୍କ । ସ୍କୁଲ ନଯିବାରୁ ୧୨ ବର୍ଷର ପୁଅକୁ ଲୁହା ରଡରେ ଚେଙ୍କ ଦେଲା ବାପା । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ହଟିଆନାଳି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଘଟଣା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ପକ୍ଷରୁ ଛେଣ୍ଡିପଦା ପୁଲିସ ସହାୟତାରେ ହଟିଆନାଳି ଗ୍ରାମରୁ ଶିଶୁକୁ ଉଦ୍ଧାର କରାଯାଇଛି। ପୁଲିସ୍ ଏହି ଘଟଣାରେ ନାବାଳକଙ୍କ ବାପା ଓ ସାବତ ମା’ଙ୍କୁ ଅଟକ ରଖିଛି ।

ସୂଚନା ଅନୁସାରେ ୧୨ ବର୍ଷର ନାବାଳକକୁ ସାବତ ମା ସ୍କୁଲ ଯିବାକୁ ମନା କରିଥିଲା । ସେଥିପାଇଁ ନାବାଳକ ଜଣଙ୍କ ସ୍କୁଲ ଯାଇ ନଥିଲା । ସ୍କୁଲ ନଯିବା ରାଗରେ ବାପା ସୁବାସ ପ୍ରଧାନ ପୁଅକୁ ମାଡ ମାରିବା ସହ ଗୋଡ଼ହାତରେ ଲୁହା ରଡରେ ଚେଙ୍କ ଦେଇଛନ୍ତି । ଆଉ ଏଥିପାଇଁ ସାବତ ମା ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଏହି ଘଟଣା ଘଟି ଥିବା ବେଳେ ନାବାଳକ ଜଣଙ୍କ ଏହି ଚେଙ୍କ ପାଇଁ ଗୁରୁତର ହୋଇ ପଡ଼ିଥିଲା । ସ୍ଥାନୀୟ ଲୋକ ଏ କଥା ଜାଣିପାରି ଚାଇଲଡ଼ ଲାଇନକୁ ଯୋଗାଯୋଗ କରିଥିଲେ । ପୁଲିସ ଉପସ୍ଥିତିରେ ନାବାଳକକୁ ଉଦ୍ଧାର କରାଯିବା ସହ ବାପ ଓ ସାବତ ମାକୁ ଅଟକ ରଖି ପଚରାଉଚରା କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର