ଓଡ଼ିଶାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଆଜି ରାଜ୍ୟ ସରକାରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଆଜି ସେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବାମପନ୍ଥୀ ଉଗ୍ରବାଦ ଏବଂ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଏହି ଅବସରରେ ରାଜ୍ୟ ସରକାର ଉଭୟ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବକେୟା ପାଣ୍ଠି ଏବଂ ଆବଶ୍ୟକ ସହଯୋଗ ପ୍ରଦାନ କରିବା ନେଇ ଦାବି ଉପସ୍ଥାପନ କରିପାରନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର […]

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶାଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଆଜି ସେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବାମପନ୍ଥୀ ଉଗ୍ରବାଦ ଏବଂ ବିପର୍ଯ୍ୟୟ ପରିଚାଳନା ସଂକ୍ରାନ୍ତ ଏକ ସମୀକ୍ଷା ବୈଠକରେ ଯୋଗଦେବେ। ଏହି ଅବସରରେ ରାଜ୍ୟ ସରକାର ଉଭୟ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବକେୟା ପାଣ୍ଠି ଏବଂ ଆବଶ୍ୟକ ସହଯୋଗ ପ୍ରଦାନ କରିବା ନେଇ ଦାବି ଉପସ୍ଥାପନ କରିପାରନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଅନୁରୂପ ଭାବରେ କେନ୍ଦ୍ର ଗୃହ ମନ୍ତ୍ରୀ କିଛି ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ କରିବା ସମ୍ଭାବନା ଅଛି।

ଉଭୟ ବିପର୍ଯ୍ୟୟ ପରିଚାଳନା ଏବଂ ନକ୍ସଲ ଦମନରେ ଓଡ଼ିଶା ନିଜର ଦକ୍ଷତା ପ୍ରତିପାଦିତ କରିଛି। ୨୦୨୨ ସୁଦ୍ଧା ୩ ହଜାରରୁ ଅଧିକ ମାଓ ସମର୍ଥକ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ ଏବଂ ହିଂସାକାଣ୍ଡ ଘଟଣାରେ ଅଭୂତପୂର୍ବ ଅବନତି ଦେଖା ଯାଇଥିବାରୁ ଫେବୃଆରୀ ମାସରେ ନୂଆଦିଲ୍ଳୀ ଠାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବାମପନ୍ଥୀ ସନ୍ତ୍ରାସବାଦ ସମ୍ପର୍କିତ ସଂସଦୀୟ କମିଟି ବୈଠକରେ ଖୋଦ୍‌‌ ଗୃହ ମନ୍ତ୍ରୀ ଶ୍ରୀ ଶାହ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଥିଲେ। ତଥାପି ରାଜ୍ୟର କୋରାପୁଟ, ରାୟଗଡ଼ା, ମାଲକାନଗିରି, ବରଗଡ଼, ବଲାଙ୍ଗିର, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଓ ସୁନ୍ଦରଗଡ଼ର କିଛି ଅଞ୍ଚଳରେ ମାଓବାଦୀମାନେ ନିଜ ଉପସ୍ଥିତି ଜାହିର କରିବା ଲାଗି ଉଦ୍ୟମ କରୁଛନ୍ତି। ସେମାନଙ୍କର ମୁକାବିଲା ପାଇଁ ରାଜ୍ୟ ସରକାର ଅଧିକ ଅର୍ଥ, ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ମାନବସମ୍ବଳ ଆବଶ୍ୟକ କରୁଛନ୍ତି। ପ୍ରଭାବିତ ଅଞ୍ଚଳରେ ମୌଳିକ ଭିତ୍ତିଭୂମି ନିର୍ମାଣ ସହିତ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକା ପାଇଁ ମଧ୍ୟ ଆର୍ଥିକ ସହାୟତାର ଆବଶ୍ୟକତା ରହିଛି। ଏ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି।

ସେହିପରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସମଗ୍ର ବିଶ୍ୱରେ ସୁନାମ ଅର୍ଜନ କରିବା ପରେ ରାଜ୍ୟ ସରକାର ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରୟାସ କରୁଛନ୍ତି। ଉପକୂଳ ସୁରକ୍ଷା, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ଲାଗି ଓଡ଼ିଶାକୁ ସହାୟତା ଦେବା ଆବଶ୍ୟକ ବୋଲି କିଛି ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ହେଲେ ସେ ବାବଦରେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ତେଣୁ ଦୁଇ ପ୍ରସଙ୍ଗରେ ରାଜ୍ୟ ସରକାର ଗୃହ ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ ସହିତ ଅଧିକ ଅନୁଦାନ ପାଇଁ ଦାବି ଉପସ୍ଥାପନ କରିବା ସମ୍ଭାବନା ଅଛି।

ଅପରପକ୍ଷେ ଶ୍ରୀ ଶାହ ବିଜେପି କାର୍ଯ୍ୟାଳୟରେ ଦଳର ନବନିଯୁକ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଏକ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ବିଜେପି ରାଜ୍ୟ ପ୍ରଭାବୀ ସୁନୀଲ ବଂଶଲ ଏବଂ ଦଳର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।

About The Author: The Sakala