ବାଇକ ଅଟକାଇ ଭିନ୍ନକ୍ଷମଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ

ଗୋପବନ୍ଧୁନଗର/ଖୁଣ୍ଟା: ଖୁଣ୍ଟା ଥାନା ଅଧୀନ ନାହ୍ଲୁଆ ନିକଟରେ ବାଇକ ଅଟକାଇ ଜନୈକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଭିତ୍ତିରେ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ ମୋରଡା ଗ୍ରାମର ଛତିଶ ଚନ୍ଦ୍ର ରାଉତଙ୍କ ଭିନ୍ନ କ୍ଷମ ପୁଅ ତାପସ ସୋମବାର ଦିନ ଏକ ବାଇକରେ ଦୁଇ ଜଣ ସହୋଯୋଗୀଙ୍କ ସହ କପ୍ତିପଦାର ଜନୈକ ବ୍ୟକ୍ତିଙ୍କୁ ଧାର ଟଙ୍କା ଦେବାପାଇଁ ଯାଉଥିଲେ। ତାପସ ରାଜ୍ୟ ରାଜପଥ ୧୯ରେ ଖୁଣ୍ଟା […]

ଗୋପବନ୍ଧୁନଗର/ଖୁଣ୍ଟା: ଖୁଣ୍ଟା ଥାନା ଅଧୀନ ନାହ୍ଲୁଆ ନିକଟରେ ବାଇକ ଅଟକାଇ ଜନୈକ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ଭିତ୍ତିରେ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ ମୋରଡା ଗ୍ରାମର ଛତିଶ ଚନ୍ଦ୍ର ରାଉତଙ୍କ ଭିନ୍ନ କ୍ଷମ ପୁଅ ତାପସ ସୋମବାର ଦିନ ଏକ ବାଇକରେ ଦୁଇ ଜଣ ସହୋଯୋଗୀଙ୍କ ସହ କପ୍ତିପଦାର ଜନୈକ ବ୍ୟକ୍ତିଙ୍କୁ ଧାର ଟଙ୍କା ଦେବାପାଇଁ ଯାଉଥିଲେ। ତାପସ ରାଜ୍ୟ ରାଜପଥ ୧୯ରେ ଖୁଣ୍ଟା ପାରିହେବା ପରେ ନାହ୍ଲୁଆ ଛକ ପୂର୍ବରୁ ଦିନ ଗୋଟାଏ ସମୟରେ ତାଙ୍କ ବାଇକକୁ ଅନୁସରଣ କରୁଥିବା ଅନ୍ୟ ଏକ ବାଇକରେ ତିନି ଜଣ ଦୁର୍ବୃତ୍ତ ତାପସଙ୍କ ବାଇକକୁ ଅଟକାଥିଲେ। ଦୁର୍ବୃତ୍ତ ମାନେ ସେମାମାନଙ୍କ ଠାରୁ ବଳପୂର୍ବକ ବାଇକ ଚାବି ଛଡାଇ ନେଇ ଡିକି ଭିତରେ ଥିବା ଏକ ଲକ୍ଷ କୋଡିଏ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ଦୁର୍ବୃତ୍ତ ମାନଙ୍କ ମଧ୍ୟରୁ ୨ଜଣ ହେଲମେଟ ପିନ୍ଧିଥିଲେ। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରି ଲୁଟ ଘଟଣାର ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରୁଛି।

About The Author: The Sakala