ଓଲିଉଡରେ ପୁଣି କାଷ୍ଟିଂ କାଉଚ ! ନିର୍ଦ୍ଦେଶକଙ୍କ ନାଁରେ ଏପରି ଅଭିଯୋଗ ଆଣିଲେ ଅଭିନେତ୍ରୀ…

ଭୁବନେଶ୍ବର: ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ହୋଇଥିବା ନେଇ ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ବରର ଜଣେ ଅଭିନେତ୍ରୀ ନିର୍ଦ୍ଦେଶକଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି । ନିର୍ଦ୍ଦେଶକଙ୍କ ସହ ଅଭିନେତ୍ରୀ ଗୋଟେ ରାତି ବିତାଇଲେ ଫିଲ୍ମରେ ସୁଯୋଗ ମିଳିବ କହି ନିର୍ଦ୍ଦେଶକ ଜଣଙ୍କ କମ୍ପ୍ରମାଇଜ କରିବାକୁ କହିଥିବାର ଅଭିଯୋଗ ହୋଇଛି । ଅଭିନେତ୍ରୀ ଜଣଙ୍କ କହିଛନ୍ତି ଯେ, ୩ ବର୍ଷ ତଳେ ଗୋଟେ ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କ ନିକଟକୁ ଅଡିସନ ପାଇଁ ଯାଇଥିଲି । ଅଡିସନରେ […]

ଭୁବନେଶ୍ବର: ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ହୋଇଥିବା ନେଇ ଅଭିଯୋଗ ଆସିଛି । ରାଜଧାନୀ ଭୁବନେଶ୍ବରର ଜଣେ ଅଭିନେତ୍ରୀ ନିର୍ଦ୍ଦେଶକଙ୍କ ନାଁରେ ଏପରି ଅଭିଯୋଗ ଆଣିଛନ୍ତି । ନିର୍ଦ୍ଦେଶକଙ୍କ ସହ ଅଭିନେତ୍ରୀ ଗୋଟେ ରାତି ବିତାଇଲେ ଫିଲ୍ମରେ ସୁଯୋଗ ମିଳିବ କହି ନିର୍ଦ୍ଦେଶକ ଜଣଙ୍କ କମ୍ପ୍ରମାଇଜ କରିବାକୁ କହିଥିବାର ଅଭିଯୋଗ ହୋଇଛି ।

ଅଭିନେତ୍ରୀ ଜଣଙ୍କ କହିଛନ୍ତି ଯେ, ୩ ବର୍ଷ ତଳେ ଗୋଟେ ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କ ନିକଟକୁ ଅଡିସନ ପାଇଁ ଯାଇଥିଲି । ଅଡିସନରେ ମୁଁ ସିଲେକ୍ସନ ହୋଇଛି ଏବଂ ସ୍କ୍ରିପ୍ଟ ପ୍ରାକ୍ଟିସ କରିବାକୁ କହିଥିଲେ । ଏହା ପରେ ସେ କମ୍ପ୍ରମାଇଜ କରିବାକୁ କହିଥିଲେ । ଗୋଟିଏ ରାତି ମୋ ସହ ରହିବାକୁ ପଡ଼ିବ । ଏହା ପରେ ଯାଇ ଆପଣଙ୍କୁ ପ୍ରୋଜେକ୍ଟ ମିଳିବ । ସେତେବେଳେ ମୁଁ ତାଙ୍କ ଅଫରକୁ ମନା କରିଦେଇଥିଲି ।

ଗତ କିଛି ଦିନ ତଳେ ଫେସବୁକରେ ଫଲୋ କରିବା ଭିତରେ ତାଙ୍କ ସହ କଥା ହୋଇଥିଲି । ଏହି କଥାବାର୍ତ୍ତା ବେଳେ ସେ ବହୁତ ଖରାପ ଭାଷାରେ ମୋ ସହ କଥାହେଲେ । ୩ ବର୍ଷ ତଳୁ ମୁଁ କମ୍ପ୍ରମାଇଜ ପାଇଁ ମନା କରିଥିବାରୁ ଏବେ ସେ ମୋତେ ଏପରି ଅଶ୍ଳୀଳ ଭାଷାରେ ଗାଳିଦେଲେ ।

About The Author: The Sakala