ସ୍କୁଲ ହଷ୍ଟେଲରେ ରାଗିଙ୍ଗ ଅଭିଯୋଗ: ବ୍ଲେଡରେ କାଟିଲେ, କ୍ଷତ ସ୍ଥାନରେ ଲୁଣ ମାରି ବନ୍ଦ କଠୋରୀରେ ନିର୍ଯାତନା ଦେଲେ…

ବାରିପଦା: ବିଦ୍ୟାଳୟରେ ରାଗିଙ୍ଗ। ଛୋଟ ପିଲାଙ୍କର ଭୟଙ୍କର ବ୍ୟବହାର। ରାଗିଙ୍ଗ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବ୍ଲେଡରେ କାଟିଲେ ଆଉ କ୍ଷତ ସ୍ଥାନରେ ଲୁଣ ମାରି ବନ୍ଦ କଠୋରୀରେ ନବମ ଶ୍ରେଣୀ ଛାତ୍ର ଦେଲେ ନିର୍ଯାତନା। ଯାହାକୁ ନେଇ ଆରମ୍ଭ ହୋଇଛି ପୋଲିସର ତଦନ୍ତ। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ଏସଏସଡି ହାଇସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ। ଖବର ଅନୁଯାୟୀ, ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ […]

ବାରିପଦା: ବିଦ୍ୟାଳୟରେ ରାଗିଙ୍ଗ। ଛୋଟ ପିଲାଙ୍କର ଭୟଙ୍କର ବ୍ୟବହାର। ରାଗିଙ୍ଗ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବ୍ଲେଡରେ କାଟିଲେ ଆଉ କ୍ଷତ ସ୍ଥାନରେ ଲୁଣ ମାରି ବନ୍ଦ କଠୋରୀରେ ନବମ ଶ୍ରେଣୀ ଛାତ୍ର ଦେଲେ ନିର୍ଯାତନା। ଯାହାକୁ ନେଇ ଆରମ୍ଭ ହୋଇଛି ପୋଲିସର ତଦନ୍ତ। ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାସିପିଠା ଏସଏସଡି ହାଇସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ।

ଖବର ଅନୁଯାୟୀ, ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ ଛାତ୍ର ଦୀପଙ୍କର ବେହେରାଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ରାଗିଙ୍ଗ କରିଛନ୍ତି। ନବମ ଶ୍ରେଣୀ ଛାତ୍ରମାନେ ବସି ହଷ୍ଟେଲରେ ମଦ ପିଉଥିବା ଅବସ୍ଥାରେ ଷଷ୍ଠ ଶ୍ରେଣୀ ଛାତ୍ର ଜଣକ ଦେଖିଥିଲେ। ଏ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। ଯାହା ପରେ ନବମ ଶ୍ରେଣୀ ଛାତ୍ରମାନେ ତାକୁ ତହିଁ ପରଦିନ ଏକ ରୁମ ଭିତରେ ଅଟକାଇବା ସହିତ ଲୁହା ରଡ଼ରେ ମାଡ଼ ମାରିଥିଲେ ଏବଂ ହାତରେ ଲୁହାରଡ଼ ଭର୍ତ୍ତି କରିଥିଲେ। କେବଳ ସେତିକି ନୁହେଁ ବିଧା, ଗୋଇଠା ମାରିବା ସହିତ ବ୍ଲେଡରେ ହାତ କାଟିଥିଲେ। ପରେ କଟା ଯାଇଥିବା ସ୍ଥାନରେ ଲୁଣ ମାରି ନିର୍ଯାତନା ଦେଇଥିଲେ। କେବଳ ସେତିକି ନୁହେଁ ସୀମା ସରହଦ ଡେଇଁ ଛାତ୍ରମାନେ ଛୁରୀ ଦେଖାଇ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଯାହା ବାବଦରେ ଛାତ୍ରଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଦୀପଙ୍କର ବାପା ଏ ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।

About The Author: The Sakala