ପୀଠାଖାଇ ଜଙ୍ଗଲରେ ପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରେମିକାଙ୍କୁ ଗଣଦୁଷ୍କର୍ମ ! ୩ ଅଭିଯୁକ୍ତ ଅଟକ

ନୟାଗଡ: ନୟାଗଡରୁ ସାମ୍ନାକୁ ଆସିଛି ଲଜ୍ଜ୍ୟାଜନକ ଘଟଣା । ଫତେଗଡ ଥାନା ଅନ୍ତର୍ଗତ ପୀଠାଖାଇ ଜଙ୍ଗଲରେ ପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରେମିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଗଣଦୁଷ୍କର୍ମ ସମୟରେ ଭିଡିଓ ରେକଡିଂ କରି ଭାଇରାଲ୍‌ କରିଦେଇଛନ୍ତି ଦୁର୍ବୁତ୍ତ । ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ଫତେଗଡ ରାମ ମନ୍ଦିରରୁ ଦର୍ଶନ […]

ନୟାଗଡ: ନୟାଗଡରୁ ସାମ୍ନାକୁ ଆସିଛି ଲଜ୍ଜ୍ୟାଜନକ ଘଟଣା । ଫତେଗଡ ଥାନା ଅନ୍ତର୍ଗତ ପୀଠାଖାଇ ଜଙ୍ଗଲରେ ପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରେମିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ଗଣଦୁଷ୍କର୍ମ ସମୟରେ ଭିଡିଓ ରେକଡିଂ କରି ଭାଇରାଲ୍‌ କରିଦେଇଛନ୍ତି ଦୁର୍ବୁତ୍ତ । ଏନେଇ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ମାମଲା ରୁଜୁ କରି ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ଅନୁସାରେ, ଫତେଗଡ ରାମ ମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ପିଠାଖାଇ ଜଙ୍ଗଲ ନିକଟରେ ପ୍ରେମୀ ଯୁଗଳଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ ହୋଇଥିଲା । ରାମ ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ରବିବାର ସନ୍ଧ୍ୟା ୬.୩୦ ସମୟରେ ଘଟିଛି ଏହି ଘଟଣା। ନିଶାଶକ୍ତ ଅବସ୍ଥାରେ କିଛି ମଦ୍ୟପ ବୁଲେଟରେ ଯୁବକ ଯୁବତୀଙ୍କୁ ଛୁରୀ ଦେଖାଇ ଅଟକାଇଥିଲେ। ପରେ ଉଭୟଙ୍କୁ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ଏଥିରେ ପୁରୁଷ ବନ୍ଧୁ ବାଧା ଦେବାରୁ ତାଙ୍କୁ ମାଡ଼ ମାରିଥବା ସହ ବାନ୍ଧି ଦେଇଥିଲେ। ପରେ ଯୁବତୀଙ୍କ ସହିତ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିବା ସହ ଭିଡ଼ିଓ ଉତ୍ତଳନ କରିଥିଲେ। ତାଙ୍କ ପାଖରେ ଥିବା ୪୮୦୦ ଟଙ୍କା ନେଇ ତାଙ୍କୁ ଛାଡି ଦେଇଥିଲା। ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ଫୋନ କରି ଡାକିବା ସହ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ଯୁବତୀ ଜଣକ ନ ଆସିବାରୁ ରାଗି ଯାଇ ଭିଡ଼ିଓ ଭାଇରାଲ କରି ଦେଇଥିଲେ। ଏନେଇ ପୀଡ଼ିତା ଯୁବତୀ ଜଣକ ପତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗକୁ ଆଧାର କରି ଫତେଗଡ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ତଦନ୍ତ କରୁଛି।

About The Author: The Sakala