ଦୁର୍ଘଟଣାଗ୍ରସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇ ଜୀବନ ବଞ୍ଚାଇଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର: କେବଳ ରିଲ୍ ରେ ନୁହଁ, ରିଅଲ ଲାଇଫରେ ବି ହିରୋ । ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଗୁରୁତରଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ପାହାଳ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଜଣେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇ ଜୀବନ ବଞ୍ଚାଇ ଦେଲେ ସିଦ୍ଧାନ୍ତ । ଭୁବନେଶ୍ୱର ରାଜରାସ୍ତାରେ ଏମିତି କିଛି ସହଯୋଗ […]

ଭୁବନେଶ୍ୱର: କେବଳ ରିଲ୍ ରେ ନୁହଁ, ରିଅଲ ଲାଇଫରେ ବି ହିରୋ । ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଗୁରୁତରଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କଲେ ଓ ତାଙ୍କ ପାଖରେ ରହି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ପୂର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର । ପାହାଳ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଜଣେ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇ ଜୀବନ ବଞ୍ଚାଇ ଦେଲେ ସିଦ୍ଧାନ୍ତ । ଭୁବନେଶ୍ୱର ରାଜରାସ୍ତାରେ ଏମିତି କିଛି ସହଯୋଗ କରି ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଚଳଚ୍ଚିତ୍ର ତାରକା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର । ଗୋଲ୍ଡେନ ଆୱାରରେ ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର ପାଇଁ ତାଙ୍କର ତାରିଫ କରାଯିବା ସହ ସିଦ୍ଧାନ୍ତ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ ବୋଲି ଟୁଇଟ୍ କରିଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)।

ସୂଚନା ଅନୁସାରେ, ଗତକାଲି ଭୁବନେଶ୍ୱର ପାହାଳ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିଲେ। ଜାତୀୟ ରାଜପଥରେ ପଡ଼ି ଛଟପଟ ହେଉଥିବା ବେଳେ ରାସ୍ତାର ଅପର ପାର୍ଶ୍ୱରେ ଯାଉଥିବା ସିଦ୍ଧାନ୍ତ ଅଟକି ଯାଇଥିଲେ। ତୁରନ୍ତ ସେ ନିଜ ଗାଡିକୁ ଅଟକାଇ ଆହତ ବ୍ୟକ୍ତିଙ୍କ ଚିକିତ୍ସା ଲାଗି ଆମ୍ବୁଲାନ୍ସ ଡକାଇଥିଲେ ଏବଂ ନିଜ କାର୍‌ ଯୋଗେ ଆମ୍ବୁଲାନ୍ସକୁ ବାଟ କଢେଇଥିଲେ । ଏହାପରେ ପୋଲିସ କମିଶନରଙ୍କ ସହ ଯୋଗାଯୋଗ କରି ପିସିଆର ଭ୍ୟାନ୍‌ ଯୋଗେ ରାସ୍ତା କଢାଇବାର ବ୍ୟବସ୍ଥା କରିଥିଲେ । ଏହାପରେ ଆହତଙ୍କୁ ଘରୋଇ ହସ୍ପିଟାଲରେ ଆଡମିଟ୍ କରାଇବା ପରେ ତାଙ୍କ ପାଖରେ ହିଁ ରହିଥିଲେ।

ଗୁରୁତର ଆହତଙ୍କ ସମ୍ପର୍କୀୟ ମେଡିକାଲରେ ପହଞ୍ଚିବା ପର୍ଯ୍ୟନ୍ତ ସିଦ୍ଧାନ୍ତ ମେଡ଼ିକାଲରେ ରହି ତାଙ୍କର ସବୁ ପରିସ୍ଥିତି ବୁଝିଥିଲେ। ପରେ ଆହତଙ୍କ ସମ୍ପର୍କୀୟଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ। ସିଦ୍ଧାନ୍ତଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଳରୁ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।

About The Author: The Sakala