ବିଦ୍ୟାଳୟରେ ତିଆରି ହେବ ସ୍କୁଲ ପିଲାଙ୍କ ଆଧାର କାର୍ଡ଼

ଭୁବନେଶ୍ୱର : ବିଦ୍ୟାଳୟ ସ୍ତରରେ ସ୍କୁଲ ପିଲାଙ୍କର ଆଧାର କାର୍ଡ଼ ପ୍ରସ୍ତୁତ କରାଯିବ। ଛାତ୍ରଛାତ୍ରୀଙ୍କ ନୂତନ ଆଧାର କାର୍ଡ଼ ତିଆରି ହେବା ସହିତ ସଂଶୋଧନ ମଧ୍ୟ କରାଯିବ। ଏନେଇ ଓସେପା(ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରଧିକରଣ) ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ସମଗ୍ରଶିକ୍ଷାର ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି। ପିଲାଙ୍କ ଆଧାରକାର୍ଡ଼ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଶିବିର ପ୍ରସ୍ତୁତ କରାଯିବ। ସମସ୍ତ ବ୍ଲକ ଶିକ୍ଷାଧିକାରୀମାନେ ତୃଣମୂଳ ସ୍ତରରେ ସମୀକ୍ଷା କରି ଶିବିର ଚିହ୍ନଟ କରିବେ। ବିଇଓମାନେ ଶିବିର […]

ଭୁବନେଶ୍ୱର : ବିଦ୍ୟାଳୟ ସ୍ତରରେ ସ୍କୁଲ ପିଲାଙ୍କର ଆଧାର କାର୍ଡ଼ ପ୍ରସ୍ତୁତ କରାଯିବ। ଛାତ୍ରଛାତ୍ରୀଙ୍କ ନୂତନ ଆଧାର କାର୍ଡ଼ ତିଆରି ହେବା ସହିତ ସଂଶୋଧନ ମଧ୍ୟ କରାଯିବ। ଏନେଇ ଓସେପା(ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରଧିକରଣ) ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ତଥା ସମଗ୍ରଶିକ୍ଷାର ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି। ପିଲାଙ୍କ ଆଧାରକାର୍ଡ଼ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଶିବିର ପ୍ରସ୍ତୁତ କରାଯିବ। ସମସ୍ତ ବ୍ଲକ ଶିକ୍ଷାଧିକାରୀମାନେ ତୃଣମୂଳ ସ୍ତରରେ ସମୀକ୍ଷା କରି ଶିବିର ଚିହ୍ନଟ କରିବେ। ବିଇଓମାନେ ଶିବିର ନେଇ ସବିଶେଷ ତଥ୍ୟ ଆସନ୍ତା ୧୫ ତାରିଖ ସୁଦ୍ଧା ଓକାକ୍‍ ଓ ଓସେପା ନିକଟରେ ଦାଖଲ କରିବେ। ଓସେପା ପକ୍ଷରୁ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି।

About The Author: The Sakala