କଟକ: ହାଇକୋର୍ଟ ପାଚେରୀ କଡ଼ ନିକଟରେ ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ଜଣେ ମହିଳାଙ୍କୁ ଅଟକ ରଖିଛି ଲାଲବାଗ ଥାନା ପୋଲିସ । ମହିଳା ଜଣକ ନାଁ ହେଉଛି ମିନତି ସାହୁ। ଜଗତସିଂହପୁର ଜିଲ୍ଲା ବିରିଡ଼ି ଅଞ୍ଚଳର ଏହି ମହିଳା ଗାଡିରେ ନିଆଁ ଲଗାଇଥିବା ପୋଲିସ ସନ୍ଦେହ କରୁଛି। ଏପରିକି ଗାଡ଼ିରେ ନିଆଁ ଲାଗିବା ବେଳର ଏକ ଭିଡିଓ ସାମନାକୁ ଆସିଛି। ଯେଉଁ ଥିରେ ମହିଳା ଜଣକ ନିଆଁ ଲଗାଉଥିବାର ଦୃଶ୍ୟ ଥିବା ସାମ୍ନାକୁ ଆସୁଛି ।
ମହିଳା ଜଣକ ସହିତ ଏକ ନାବାଳକ ପୁଅ ମଧ୍ୟ ରହିଛି। ପେଟ୍ରୋଲ କିଣି ୫ ବର୍ଷର ନାବାଳକ ପୁଅକୁ ଧରି ସେ ଆସିଥିବା ଜଣାପଡିଛି। ପେଟ୍ରୋଲ କିମ୍ବା ପରେ ସାଥିରେ ଆଣିଥିବା କପଡ଼ାରେ ନିଆଁ ଲଗାଇ ହାଇକୋର୍ଟ ପାଚେରୀ ଭିତର ପଟକୁ ପକାଇବା ଦୃଶ୍ୟ ଭିଡିଓରେ ରହିଛି। ନିଆଁ ପାଚେରୀରେ ବାଜି ଗାଡ଼ି ତଳେ ପଡ଼ି ଯାଇଥିଲା ଓ ପରେ ଏକାଧିକ ଗାଡ଼ିରେ ନିଆଁ ଲାଗିଯାଇଥିଲା। ପୋଲିସକୁ ଏ ସମ୍ପର୍କରେ ଜଣାପଡ଼ିବା ପରେ ମହିଳାଙ୍କୁ କବଜାରେ ନେଇ ଅଧିକ ପଚରା ଉଚ୍ଚର କରୁଛି ପୋଲିସ । ତେବେ ମହିଳାଜଣକ କାହିଁକି ନିଆଁ ଲଗାଇଲେ, ସଠିକ ଭାବେ ନ କହିଲେ ମଧ୍ୟ ଭିଡିଓରେ ଅନେକ ସତ ଲୁଚି ରହିଥିବା ଜଣାପଡୁଛି ।