୧୮ରେ ପୁଲିସଙ୍କ ଉଦ୍ଦେଶ୍ୟରେ ସମର୍ପିତ ‘ନମନ’: ସାମିଲ ହେବେ ପ୍ରତିଷ୍ଠିତ ଚିତ୍ର ତାରକା, କଣ୍ଠଶିଳ୍ପୀ ଓ ନୃତ୍ୟଗୁରୁ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଇଭେଣ୍ଟ ସଂସ୍ଥାନ ହ୍ୱାଇଟ୍‍ କାନ୍‍ଭାସ୍‍, ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ୍‍ ପ୍ଲିଜ୍‍ ଟ୍ରଷ୍ଟ ଓ ପୋପାର ମିଳିତ ଉଦ୍ୟମରେ କମିସନରେଟ୍‍ ପୁଲିସ୍‍ ଉଦ୍ଦେଶ୍ୟରେ ସମର୍ପିତ ନିଆରା ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ‘ନମନ୍‍-୨୦୨୨’ ଆସନ୍ତା ୧୮ତାରିଖରେ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପ ଠାରେ ଆୟୋଜିତ ହେବ। ଏ ନେଇ ହ୍ୱାଇଟ୍‍ କାନ୍‍ଭାସ୍‍ର ନିର୍ଦ୍ଦେଶକ ଉଲ୍ଲାସଚନ୍ଦ୍ର ବେହୁରା ସୂଚନା ଦେଇଛନ୍ତି। ଏଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜନ କରାଯାଉଛି ବୋଲି ସ୍ମାଇଲ୍‍ ପ୍ଲିଜ୍‍ ଟ୍ରଷ୍ଟ୍‍ର […]

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଇଭେଣ୍ଟ ସଂସ୍ଥାନ ହ୍ୱାଇଟ୍‍ କାନ୍‍ଭାସ୍‍, ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସ୍ମାଇଲ୍‍ ପ୍ଲିଜ୍‍ ଟ୍ରଷ୍ଟ ଓ ପୋପାର ମିଳିତ ଉଦ୍ୟମରେ କମିସନରେଟ୍‍ ପୁଲିସ୍‍ ଉଦ୍ଦେଶ୍ୟରେ ସମର୍ପିତ ନିଆରା ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ‘ନମନ୍‍-୨୦୨୨’ ଆସନ୍ତା ୧୮ତାରିଖରେ ଭୁବନେଶ୍ୱରସ୍ଥିତ ଉତ୍କଳ ମଣ୍ଡପ ଠାରେ ଆୟୋଜିତ ହେବ। ଏ ନେଇ ହ୍ୱାଇଟ୍‍ କାନ୍‍ଭାସ୍‍ର ନିର୍ଦ୍ଦେଶକ ଉଲ୍ଲାସଚନ୍ଦ୍ର ବେହୁରା ସୂଚନା ଦେଇଛନ୍ତି।

ଏଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜନ କରାଯାଉଛି ବୋଲି ସ୍ମାଇଲ୍‍ ପ୍ଲିଜ୍‍ ଟ୍ରଷ୍ଟ୍‍ର ଟ୍ରଷ୍ଟି ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି। ସେହିପରି ପୁଲିସମାନଙ୍କର ନିଷ୍ଠା, ତ୍ୟାଗ ଓ କର୍ତ୍ତବ୍ୟ ପରାୟଣାତାକୁ ସମ୍ମାନ ଜଣାଇ ରାଜ୍ୟର କଳାକାରମାନେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ପୋପାର ପ୍ରତିଷ୍ଠାତା ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ନୃତ୍ୟଗୁରୁ ସଫିବୁଲ ହକ୍‍ (ବାବୁ), ଅମିତ୍‍ ଓ ବିଦୁଙ୍କ ନିର୍ଦ୍ଦେଶନାରେ ସବ୍ୟସାଚୀ ମିଶ୍ର, ଏଲିନା, ଶୀତଲ, ଶିବାନୀ, ସ୍ୱରାଜ, ଜ୍ୟୋତି, ସୁଭାଶିଷ, ଶୈଳେନ୍ଦ୍ର, ଦିବ୍ୟା, ଶଙ୍କର, ପ୍ରଜ୍ଞା ପ୍ରମୁଖ କଳାକାର ଏହି କାର୍ଯ୍ୟକ୍ରମରେ ସାମିଲ୍‍ ହେବେ ବୋଲି ଜଣାପଡ଼ିଛି। ଅଭିନେତା ଗୁଡୁ, ଅଭିନେତ୍ରୀ ରାକ୍ଷୀ ଓ ଲୋରିଆ ପ୍ରମୁଖ ଉପସ୍ଥାପନା କରିବେ।

About The Author: The Sakala