ରାୟଗଡ଼ା: ରାୟଗଡ଼ା ଭାକୁରଗୁଡ଼ା ସ୍ଥିତ ଏକ ଗୋଦାମରେ ଅଗ୍ନିକାଣ୍ଡ। ନିଆଁରେ ଜଳିଯାଇଛି ଲକ୍ଷାଧିକ ଟଙ୍କାର ଆସବାବ ପତ୍ର । ଅଗ୍ନିଶମ ବାହିନୀରୁ ଦୁଇଟି ଟିମ୍ ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି ।
ସୂଚନା ଅନୁସାରେ, ରାୟଗଡା ଜିଲ୍ଲାର ଭାକୁରଗୁଡ଼ା ଠାରେ ଥିବା ସତ୍ୟମ୍ ପ୍ୟାକର୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି ନଷ୍ଟ ହୋଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଜେକେ ପୂର୍ ଓ କୋଲନରାରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । କେଉଁ କାରଣରୁ ନିଆଁ ଲାଗିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ଗୋଦାମରେ ମୂଲ୍ୟବାନ କାଗଜ ଓ ଜରି ଥିଁବା ଯୋଗୁଁ ନିଆଁ ଲିଭିବା ନା ଧରୁନି।