ସମ୍ବଲପୁର: ସାଙ୍ଗମାନଙ୍କ ସହ ଗାଧୋଇବା ହେଲା କାଳ । ପାଣିରେ ବୁଡି ଭିସୁଟର ଜଣେ ଛାତ୍ରଙ୍କ ମୃତ୍ୟୁ । ଛାତ୍ର ଜଣକ ସାଙ୍ଗମାନଙ୍କ ସହ ହୀରାକୁଦ ନଦୀବନ୍ଧ ପାୱାର ଚେନାଲର ‘ଅଠରହଜାର’ରେ ଗାଧୋଇବାବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ ପାଣିରୁ ଉଦ୍ଧାର କରିବା ସହ ତାଙ୍କୁ ତୁରନ୍ତ ଭିମସାର ବଡ଼ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଛାତ୍ର ଜଣକ ହେଲେ ପ୍ରିୟାଂଶୁ ପ୍ରକାଶ ବେହେରା । ସେ ସିଭିଲ ଇଂଜିନିୟରିଙ୍ଗର ପ୍ରଥମ ବର୍ଷ ଛାତ୍ର । ଛାତ୍ର ଜଣକ ଆଜି କିଛି ସହପାଠିଙ୍କ ସହ ‘ଅଠର ହଜାର’ କେନାଲକୁ ଗାଧେଇବାକୁ ଯାଇଥିଲେ । ଛାତ୍ର ଜଣକଙ୍କ ଘର ଢେଙ୍କାନାଳ ଜିଲ୍ଲାରେ ବୋଲି ସୂଚନା ମିଳିଛି ।
ସାଙ୍ଗମାନଙ୍କ ସହ ଗାଧୋଇବାବେଳେ ପାଣିରେ ବୁଡି ଭିସୁଟର ଜଣେ ଛାତ୍ରଙ୍କ ମୃତ୍ୟୁ
ସମ୍ବଲପୁର: ସାଙ୍ଗମାନଙ୍କ ସହ ଗାଧୋଇବା ହେଲା କାଳ । ପାଣିରେ ବୁଡି ଭିସୁଟର ଜଣେ ଛାତ୍ରଙ୍କ ମୃତ୍ୟୁ । ଛାତ୍ର ଜଣକ ସାଙ୍ଗମାନଙ୍କ ସହ ହୀରାକୁଦ ନଦୀବନ୍ଧ ପାୱାର ଚେନାଲର ‘ଅଠରହଜାର’ରେ ଗାଧୋଇବାବେଳେ ଅସାବଧାନତା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ଛାତ୍ରମାନେ ତାଙ୍କୁ ପାଣିରୁ ଉଦ୍ଧାର କରିବା ସହ ତାଙ୍କୁ ତୁରନ୍ତ ଭିମସାର ବଡ଼ ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ମୃତ ଛାତ୍ର ଜଣକ […]