କ୍ୟାନ୍‍ସର ସନ୍ଦେହରେ ଘରୁ ତଡ଼ିଦେଲେ ଶାଶୂଘର ଲୋକ, ସହିନପାରି ଜୀବନ ହାରିଲେ ନବବଧୁ

ଭୁବନେଶ୍ୱର : ବାହାଘରର ଏକ ମାସ ପରେ କ୍ୟାନ୍‍ସର ରୋଗୀ କହି ନବବଧୂୂକୁ ଘରୁ ତଡ଼ିଦେଲେ ଶାଶୂଘର ଲୋକେ। ହେଲେ ଡାକ୍ତରଙ୍କ ନିକଟରେ ପରୀକ୍ଷା କରିବାରୁ କ୍ୟାନ୍‍ସର ନୁହେଁ ବାହାରିଲା ଦାନ୍ତରୋଗ। ପରବର୍ତ୍ତୀ ସମୟରେ ଶାଶୂଘର ଲୋକଙ୍କୁ ମେଡିକାଲ ରିପୋର୍ଟ ଆଦି ଦେଖାଇଲେ ମଧ୍ୟ ସେମାନେ ବୋହୂକୁ ଘରକୁ ନେଇ ନ ଥିଲେ। ଶେଷରେ ମାନସିକ ଚାପରେ ଆତ୍ମହତ୍ୟା କଲେ ବୋହୂ। ଏଭଳି ଘଟଣା ମଞ୍ଚେଶ୍ୱର ଥାନା ମଳୟ ବିହାରରେ ଦେଖିବାକୁ ମିଳିଛି। ଖବର ପାଇ ଭଡ଼ାଘରୁ ମହିଳାଙ୍କ […]

ଭୁବନେଶ୍ୱର : ବାହାଘରର ଏକ ମାସ ପରେ କ୍ୟାନ୍‍ସର ରୋଗୀ କହି ନବବଧୂୂକୁ ଘରୁ ତଡ଼ିଦେଲେ ଶାଶୂଘର ଲୋକେ। ହେଲେ ଡାକ୍ତରଙ୍କ ନିକଟରେ ପରୀକ୍ଷା କରିବାରୁ କ୍ୟାନ୍‍ସର ନୁହେଁ ବାହାରିଲା ଦାନ୍ତରୋଗ। ପରବର୍ତ୍ତୀ ସମୟରେ ଶାଶୂଘର ଲୋକଙ୍କୁ ମେଡିକାଲ ରିପୋର୍ଟ ଆଦି ଦେଖାଇଲେ ମଧ୍ୟ ସେମାନେ ବୋହୂକୁ ଘରକୁ ନେଇ ନ ଥିଲେ। ଶେଷରେ ମାନସିକ ଚାପରେ ଆତ୍ମହତ୍ୟା କଲେ ବୋହୂ। ଏଭଳି ଘଟଣା ମଞ୍ଚେଶ୍ୱର ଥାନା ମଳୟ ବିହାରରେ ଦେଖିବାକୁ ମିଳିଛି। ଖବର ପାଇ ଭଡ଼ାଘରୁ ମହିଳାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଜବତ କରିଛି ପୁଲିସ ।

ମୃତ ମହିଳା ଜଣଙ୍କ ହେଲେ କଟକ,ନିଆଳି ଅଞ୍ଚଳର ପ୍ରଜ୍ଞାପରମିତା ସ୍ୱାଇଁ। ପୁଲିସ ଏନେଇ ଏକ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି। ଭଉଣୀ ପ୍ରଜ୍ଞାପରମିତା ଆତ୍ମହତ୍ୟା ପାଇଁ ତାଙ୍କ ସ୍ୱାମୀ ଏବଂ ଶାଶୂଘର ଲୋକେ ଦାୟୀ ଥିବା ନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ପ୍ରିୟବ୍ରତ ସ୍ୱାଇଁ।

ଅଭିଯୋଗ ଅନୁସାରେ,୨୦୨୨ ଜୁନ୍‍ ୮ ତାରିଖରେ ବୈଦିକ ରୀତିରେ ପଟିଆରେ ରହୁଥିବା ପ୍ରଶାନ୍ତ କୁମାର ପାତ୍ରଙ୍କ ସହିତ ବିବାହ ହୋଇଥିଲା। ବିବାହ ପୂର୍ବରୁ ବୈଦିକ ରିତିରେ ଶାଶୂଘର ଲୋକଙ୍କ ଦାବି ଅନୁଯାୟୀ ଯୌତୁକ ଦିଆଯାଇଥିଲା। ବିବାହର ୧୨ ଦିନ ପରେ ଶାଶୂଘର ଲୋକେ ତାଙ୍କୁ କ୍ୟାନ୍‍ସର ରୋଗୀ କହି ବିଭିନ୍ନ ନିର୍ଯାତନା ଦେଉଥିଲେ। ଏନେଇ ପ୍ରଜ୍ଞା ସ୍ୱାମୀ ପ୍ରଶାନ୍ତଙ୍କୁ ଜଣାଇଥିଲେ ମଧ୍ୟ ସେ ନିଜ ପରିବାର ଲୋକଙ୍କୁ ସମର୍ଥନ କରିଥିଲେ। ଝିଅର ବାପ ଘରକୁ ଫୋନ୍‍କରି କ୍ୟାନ୍‍ସର ହୋଇଥିବାରୁ ଝିଅକୁ ନେଇଯିବାକୁ କହିଥିଲେ। ଗତ ଜୁନ୍‍ ୨୦ ତାରିଖରେ ପ୍ରଜ୍ଞାଙ୍କ ଭାଇ ତାଙ୍କ ମଳୟବିହାର ସ୍ଥିତ ଭଡ଼ା ଘରକୁ ନେଇ ଆସିଥିଲେ। ସେଠାରେ ଭାଇ ଭଉଣୀ ରହୁଥିଲେ। ପ୍ରଜ୍ଞାନଙ୍କୁ ତାଙ୍କ ଭାଇ ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଦେଖାଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରିବାରୁ ଦାନ୍ତରୋଗ ବାହାରିଥିଲା।

ଡାକ୍ତର ସାମାନ୍ୟ ସର୍ଜରୀ କରିବା ସହ ମେଡିସିନ୍‍ ଖାଇବାକୁ ଦେବାରୁ ତାହା ଠିକ୍‍ ହୋଇଯାଇଥିଲା। ପ୍ରଜ୍ଞାଙ୍କ ପରିବାର ଲୋକେ ତାଙ୍କ ଶାଶୂଘର ଲୋକଙ୍କୁ ଫୋନ୍‍ କରି ସବୁ କଥା କହିବା ପରେ ସେମାନେ ବୋହୂକୁ ନେଲେ ନାହିଁ। ଏପରିକି ପ୍ରଜ୍ଞାଙ୍କ ଫୋନ୍‍ ନମ୍ବରକୁ ବ୍ଲକ କରି ଦେଇଥିଲେ। ବିବାହ କରିଥିବା ମଧ୍ୟସ୍ତିକୁ ଡାକି ପଟିଆରେ ଏକ ସମାଧାନ ହୋଇଥିଲା। ସେଠାରେ ମଧ୍ୟସ୍ତି ତାଙ୍କୁ ସବୁଦିନ ବାପ ଘରକୁ ନେଇଯିବାକୁ କହିଥିଲେ। ଫଳରେ ସେବେଠୁ ପ୍ରଜ୍ଞା ମାନସିକ ଚାପରେ ରହୁଥିଲେ। ଆଜି ସକାଳୁ ପ୍ରଜ୍ଞାଙ୍କ ଭାଇ ପ୍ରିୟବ୍ରତ ଅଫିସ୍‍ ଯାଇଥିଲେ। ଏହି ସମୟରେ ପ୍ରଜ୍ଞା ବେକରେ ଚୁନି ଲଗାଇ ଝୁଲି ପଡ଼ିଥିଲେ। ଅଫିସ୍‍ରୁ ଫେରିବା ପରେ କବାଟ ବନ୍ଦ ଥିବା ଦେଖି ପ୍ରିୟବ୍ରତ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି କବାଟ ତାଡ଼ିବା ପରେ ପ୍ରଜ୍ଞାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲେ।

About The Author: The Sakala