ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ : ୪୨ ଥରରେ ମାଟ୍ରିକ୍‍ ପାସ୍‍ ଓ ୬୫ ବର୍ଷରେ ଏଲ୍‍ଏଲ୍‍ବି

ଢେଙ୍କାନାଳ  : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଶିକ୍ଷା ପାଇଁ ଥିବା ଇଚ୍ଛାକୁ ବାଧା ଦେଇପାରି ନାହିଁ ବୟସ। ଏହି ଉକ୍ତିକୁ ଯଥାର୍ଥ ବୋଲି ପ୍ରମାଣିତ କରିଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୋଗରପଶି ପଞ୍ଚାୟତ ଅନ୍ତର୍ଗତ ପାରିଖେଦା ଗ୍ରାମର ତ୍ରିଲୋଚନ ନାଏକ। ତ୍ରିଲୋଚନ ୪୨ଥରରେ ମାଟ୍ରିକ ପାସ୍‍ କରିଥିବା ବେଳେ ୬୫ବର୍ଷ ବୟସରେ ଏଲ୍‍ଏଲ୍‍ବି ପାସ୍‍ କରିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତ୍ରିଲୋଚନ ୧୯୭୨ ମସିହାରୁ ୧୯୯୨ ମସିହା ପର୍ଯ୍ୟନ୍ତ […]

ଢେଙ୍କାନାଳ  : ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ। ଶିକ୍ଷା ପାଇଁ ଥିବା ଇଚ୍ଛାକୁ ବାଧା ଦେଇପାରି ନାହିଁ ବୟସ। ଏହି ଉକ୍ତିକୁ ଯଥାର୍ଥ ବୋଲି ପ୍ରମାଣିତ କରିଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୋଗରପଶି ପଞ୍ଚାୟତ ଅନ୍ତର୍ଗତ ପାରିଖେଦା ଗ୍ରାମର ତ୍ରିଲୋଚନ ନାଏକ।

ତ୍ରିଲୋଚନ ୪୨ଥରରେ ମାଟ୍ରିକ ପାସ୍‍ କରିଥିବା ବେଳେ ୬୫ବର୍ଷ ବୟସରେ ଏଲ୍‍ଏଲ୍‍ବି ପାସ୍‍ କରିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତ୍ରିଲୋଚନ ୧୯୭୨ ମସିହାରୁ ୧୯୯୨ ମସିହା ପର୍ଯ୍ୟନ୍ତ ବଣସିଂହ ଉଚ୍ଚ ବିଦ୍ୟାଳୟରେ ଦଶମ ପରୀକ୍ଷା ଦେଇ ଆସୁଥିଲେ। ପରେ ୧୯୯୩ ମସିହାରେ ୪୧ଥରରେ ମାଟ୍ରିକ୍‍ ପାସ୍‍ କରିଥିଲେ। ଯୁକ୍ତ ଦୁଇରେ ମଧ୍ୟ ୧୦ଥରରେ ପାସ୍‍ କରିଥିବା ବେଳେ ଯୁକ୍ତ ୩ରେ ଥରକରେ ଉତ୍ତୀର୍ଣ୍ଣ ହୋଇଥିଲେ।

ଏହାସତ୍ତ୍ବେ ହାର ମାନି ନ ଥିଲେ ତ୍ରିଲୋଚନ। କଟକସ୍ଥିତ ବିଶ୍ୱଗୁରୁ ମହାବିଦ୍ୟାଳୟରେ ବିଏଏଲ୍‍ଏଲ୍‍ବିରେ ଆଇନ୍‍ ଛାତ୍ରଭାବେ ନାମ ଲେଖାଇ ୬୫ବର୍ଷ ବୟସରେ ଓକିଲାତି ପାସ୍‍ କରିଥିଲେ। ପାଠପଢ଼ିବା ପାଇଁ ବୟସ କୌଣସି ପ୍ରକାରର ବାଧକ ସାଜେ ନାହିଁ ବୋଲି ତ୍ରିଲୋଚନ କହିଛନ୍ତି। ସମସ୍ତ ବ୍ୟକ୍ତି ଅନ୍ୟୁନ୍ୟ ମାଟ୍ରିକ ପାସ୍‍ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ବୟସକୁ ଖାତିର ନକରି ପରିଶ୍ରମ ମାପବାଡି ସହ ଶିକ୍ଷାର ସେତୁ ପାରି ହୋଇଛନ୍ତି ତ୍ରିଲୋଚନ।

About The Author: The Sakala