ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୯୩ଟି ଆହାର କେନ୍ଦ୍ର । ବର୍ତ୍ତମାନ ମୋଟ ୧୬୭ଟି ଆହାର କେନ୍ଦ୍ର ଥିବା ବେଳେ ଏହି ସଂଖ୍ୟା ୨୬୦କୁ ବୃଦ୍ଧି ପାଇବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ନୂତନ ଭାବେ ପ୍ରତିଷ୍ଠା ହେବାକୁ ଥିବା ସମସ୍ତ ଆହର କେନ୍ଦ୍ର ରାଜ୍ୟର ସମସ୍ତ ପ୍ରାଥମିକ ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଥବା ସେହି ନିକଟରେ ଖୋଲାଯିବ । ଏହାଦ୍ୱାରା ଅଧିକ ଏକ ଲକ୍ଷରୁ ଅଧିକ ହିତାଧିକାରୀ ଉପକୃତ ହେବେ ।
ସେହିଭଳି ଡାକ୍ତରଖାନା ପରିସରରେ ଅଥବା ନିକଟରେ ଥିବା ଆହାର କେନ୍ଦ୍ର ଗୁଡିକରେ ଏଣିକି ରବିବାର ମଧ୍ୟ ମିଳିବ ରନ୍ଧା ଖାଦ୍ୟ । ପୂର୍ବରୁ ରବିବାର ଆହାର କେନ୍ଦ୍ର ଗୁଡିକରେ ରବିବାର ଖାଦ୍ୟ ପରିବେଷଣ ବନ୍ଦ ରହୁଥିଲା । ଲୋକଙ୍କ ଦାବି ପରେ ସ୍ୱାସ୍ଥ୍ୟ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଥିଲା। । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପ୍ରସ୍ତାବ ଉପରେ ମୋହର ବାଜିବା ପରେ ଖୁବଶୀଘ୍ର ଏହା କାର୍ଯ୍ୟକାରୀ କରିବାକୁ ନିର୍ଦେଶନାମା ଜାରି ହୋଇଛି। ଏ ନେଇ ରାଜ୍ୟ ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ତଥା SUDAର ପ୍ରକଳ୍ପ ନିର୍ଦେଶକ ସାରଦା ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି।