ଆଜିଠୁ ଓଡ଼ିଶାରେ ଜାତୀୟ ଆକ୍ବାଟିକ ଚାମ୍ପିଅନସିପ୍, ୨୫ଟି ରାଜ୍ୟରୁ ଆସିଛନ୍ତି ୯୦୦ ଜଣ ସନ୍ତରଣକାରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ୩୯ ତମ ସବ ଜୁନିୟର ଏବଂ ୪୯ ତମ ଜୁନିଅର ନେସନାଲ ଆକ୍ୱାଟିକ ପ୍ରତିଯୋଗିତା ଆରମ୍ଭ ହୋଇଛି।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଆକ୍ୱାଟିକ ସେଣ୍ଟରରେ ଏହି ପ୍ରତିଯୋଗିତା ଆରମ୍ଭ ହୋିଛି।  ତେବେ ଆଜି ଜାତୀୟ ଆକ୍ୱାଟିକ ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ଯାଏଁ ଚାଲିବ। ସାରା ଦେଶରୁ ୨୫ ଟି ରାଜ୍ୟରୁ ୯୦୦ ଜଣ ବଛା ବଛା ସନ୍ତରଣକାରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। […]

ଭୁବନେଶ୍ୱର: ଭୁବନେଶ୍ୱରରେ ୩୯ ତମ ସବ ଜୁନିୟର ଏବଂ ୪୯ ତମ ଜୁନିଅର ନେସନାଲ ଆକ୍ୱାଟିକ ପ୍ରତିଯୋଗିତା ଆରମ୍ଭ ହୋଇଛି।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଆକ୍ୱାଟିକ ସେଣ୍ଟରରେ ଏହି ପ୍ରତିଯୋଗିତା ଆରମ୍ଭ ହୋିଛି।  ତେବେ ଆଜି ଜାତୀୟ ଆକ୍ୱାଟିକ ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ଯାଏଁ ଚାଲିବ। ସାରା ଦେଶରୁ ୨୫ ଟି ରାଜ୍ୟରୁ ୯୦୦ ଜଣ ବଛା ବଛା ସନ୍ତରଣକାରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ଫିଲିଫାଇନ୍ସରେ ହେବାକୁ ଥିବା ଏସିଆନ ଏଜ ଗ୍ରୁପ ପ୍ରତିଯୋଗିତା ଓ ଅଲିମ୍ପିକ କ୍ୟାଲିଫାଇଙ୍ଗ ମିଟ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିବେ।

ତେବେ ଓଡିଶା କ୍ରୀଡ଼ା ଭିତିଭୂମିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସୁଇମିଙ୍ଗ ଫେଡ଼ରେସନ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ମୋନାଲ ଚୋସକି। କଳିଙ୍ଗ ଷ୍ଟାଡିଅମ ପରିସରରେ ନବ ନିର୍ମିତ ଆକ୍ଵାଟିକ ସେଣ୍ଟର ଏକ ସାନ୍ଦାର ଷ୍ଟାଡିୟମ। ଏଭଳି ଆକ୍ଵାଟିକ ସେଣ୍ଟର ସାରା ଭାରତରେ ଅନ୍ୟ କୌଣସି ସ୍ଥାନରେ ନାହିଁ । କଳିଙ୍ଗ ଷ୍ଟାଡିଅମରେ ନିର୍ମିତ ଏହା ଭାରତର ପ୍ରଥମ ଆକ୍ଵାଟିକ ସେଣ୍ଟର ଯେଉଁଠି ଶୀତତାପ ନିୟନ୍ତ୍ରଣ ଇଣ୍ଡୋର ଆକ୍ଵାଟିକ ସେଣ୍ଟରରେ ସ୍ବିମରମାନେ ପ୍ରଦର୍ଶନ କରୁଛନ୍ତି। ଏଠି ଦର୍ଶକମାନଙ୍କ ପାଇଁ ଏସିରେ ବସି ଖେଳ ଦେଖିବାର ସୁବିଧା ମଧ୍ୟ ରହିଛି।

ଅନ୍ତର୍ଜାତୀୟ ଲେବୁଲରେ ଏହି ଆକ୍ଵାଟିକ ସେଣ୍ଟର ନିର୍ମାଣ ହୋଇଛି। କଳିଙ୍ଗ ଷ୍ଟାଡିଅମରେ କେବଳ ସ୍ୱଇମିଙ୍ଗ ନୁହେଁ ସବୁ ଇଭେଣ୍ଟ ପାଇଁ ଅନ୍ତର୍ଜାତୀୟ ଭିତିଭୂମି ରହିଛି। ଅନ୍ୟ ରାଜ୍ୟ ରେ ମଧ୍ୟ ଓଡିଶା ଭଳି ଭିତିଭୂମି ହେବା ଆବଶ୍ୟକ। ସମସ୍ତ ପ୍ରକାର ଅନ୍ତର୍ଜାତୀୟ ତଥା ବଡ଼ ବଡ଼ ଇଭେଣ୍ଟ ଏଠାରେ ଖେଳାଯାଇ ପାରିବ ବୋଲି ସୁଇମିଙ୍ଗ ଫେଡ଼ରେସନ ଅଫ ଇଣ୍ଡିଆ ସେକ୍ରେଟାରୀ ଜେନେରାଲ ମୋନାଲ ଚୋସକି କହିଛନ୍ତି।

About The Author: The Sakala