ସର୍ପ ଦଂଶନରେ ମାସେ ହେଲା ଯନ୍ତ୍ରଣାରେ ଛଟପଟ ହେଉଛି ୯ବର୍ଷର ଝିଅ ମଞ୍ଜୁଳା

ଉମରକୋଟ: ସର୍ପ ଦଂଶନରେ ମାସେ ହେଲା ଯନ୍ତ୍ରଣାରେ ଛଟପଟ ହେଉଛି ୯ବର୍ଷର ଝିଅ ମଞ୍ଜୁଳା। ଅର୍ଥାଭାବରୁ ହୋଇପାରୁନି ଉପଯୁକ୍ତ ଚିକିତ୍ସା। ସର୍ପ ଦଂଶନ କରଥିବା ଡାହାଣ ହାତର କହୁଣିରୁ ଆଙ୍ଗୁଠୁ ପାଖ ଯାଏ ଅଧା ପଚି ଘାଆ ହୋଇଗଲାଣି। ସେପଟେ ଝିଅ ମଞ୍ଜୁଳାକୁ ଦଂଶନ କରିଥିବା ନାଗସାପକୁ ପରିବାର ଲୋକ ବନ୍ଦ କରି ରଖିଛନ୍ତି। ପରିବାର ଲୋକଙ୍କ କହିବା କଥା, ଝିଅ ଭଲ ହେଲେ ସାପକୁ ଛାଡିବେ। ଏଭଳି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବାଲିଧର ଗାଁର। […]

ଉମରକୋଟ: ସର୍ପ ଦଂଶନରେ ମାସେ ହେଲା ଯନ୍ତ୍ରଣାରେ ଛଟପଟ ହେଉଛି ୯ବର୍ଷର ଝିଅ ମଞ୍ଜୁଳା। ଅର୍ଥାଭାବରୁ ହୋଇପାରୁନି ଉପଯୁକ୍ତ ଚିକିତ୍ସା। ସର୍ପ ଦଂଶନ କରଥିବା ଡାହାଣ ହାତର କହୁଣିରୁ ଆଙ୍ଗୁଠୁ ପାଖ ଯାଏ ଅଧା ପଚି ଘାଆ ହୋଇଗଲାଣି। ସେପଟେ ଝିଅ ମଞ୍ଜୁଳାକୁ ଦଂଶନ କରିଥିବା ନାଗସାପକୁ ପରିବାର ଲୋକ ବନ୍ଦ କରି ରଖିଛନ୍ତି। ପରିବାର ଲୋକଙ୍କ କହିବା କଥା, ଝିଅ ଭଲ ହେଲେ ସାପକୁ ଛାଡିବେ। ଏଭଳି ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବାଲିଧର ଗାଁର। ଯନ୍ତ୍ରଣା ସହିନପାରି ଚିତ୍କାର କରୁଛି କୁନି ଝିଅଟି।

ମାସେ ତଳେ ବାପା ସୁନାଧର ଚାଷ ପାଇଁ ଜମିକୁ ଯାଇଥିଲେ। ମା’ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ମଞ୍ଜୁଳା ତା ଛୋଟ ଭାଇ ସହ ବାହାରେ ଖେଳୁଥିଲା। ଖେଳୁ ଖେଳୁ ଘର ଦାଣ୍ଡରେ ଏକ ଗଛରେ ଚଢ଼େଇ ଧରିବାକୁ ଯାଇ ସର୍ପ ଦଂଶନର ଶିକାର ହୋଇଥିଲା। ପ୍ରଥମେ ପରିବାର ଲୋକ ତାକୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ନିଆଯାଇଥିଲା। ନବରଙ୍ଗପୁରରେ ଗୋଟିଏ ଦିନ ଚିକିତ୍ସା ପରେ ସେଠାରୁ ତାକୁ ତା ପରିବାର ଲୋକ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ୍ ନେଇଥିଲେ। ସେଠାରେ ଡାକ୍ତର ତିନିଦିନ ଧରି ଚିକିତ୍ସା କରିବା ପରେ ଝିଅର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଡାକ୍ତର ଝିଅକୁ ବ୍ରହ୍ମପୁର ନେବାପାଇଁ ପରାମର୍ଶ ଦେଲେ।

ହେଲେ ପରିବାର ଲୋକଙ୍କ ପାଖରେ ଅର୍ଥ ନଥିଲା। ତେଣୁ ଝିଅ ଝିଅକୁ ଘରକୁ ନେଇ ଆସିଥିଲେ ପରିବାର ଲୋକ। ବର୍ତ୍ତମାନ ଝିଅର ଅବସ୍ଥା ଗୁରୁତର ରହିଛି। ଏନେଇ ରାଇଘର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳଙ୍କ ସହ ଆମେ ଯୋଗାଯୋଗ କରିଥିଲୁ। ସେ ନିଜେ ମଞ୍ଜୁଳାର ଘରକୁ ଯିବା ସହ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସରକାରୀ ସ୍ତରରେ ଯାହା ସାହାଯ୍ୟ କରାଯାଇ ପାରିବ, ତାହା ତୁରନ୍ତ ଯୋଗାଇ ଦେବାକୁ ଚେଷ୍ଟା କରିବେ ବୋଲି ବିଡିଓ କହିଛନ୍ତି।

About The Author: The Sakala