ଦୁଇ ଦିନ ଭୀଷଣ କାଳବୈଶାଖୀ, ଆଜି ପାଇଁ ୮ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଓ କୁଆପଥର ମାଡ଼ର ଆଶଙ୍କା…

ଭୁବନେଶ୍ୱର: ଗତ କେଇଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା କାଳବୈଶାଖୀ ଆହୁରି ଭୟଙ୍କର ହେବା ଆଶଙ୍କାରେ ଚେତାବନୀ ଜାରି ପରିଛି ପାଣିପାଗ ବିଭାଗ। ଆଗାମୀ ଦୁଇ ଦିନରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ୫୦ରୁ ୬୦ କିମି ବେଗରେ ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଏହି ସମୟରେ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ମଧ୍ୟ ଆକଳନ କରାଯାଇଛି। […]

ଭୁବନେଶ୍ୱର: ଗତ କେଇଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଥିବା କାଳବୈଶାଖୀ ଆହୁରି ଭୟଙ୍କର ହେବା ଆଶଙ୍କାରେ ଚେତାବନୀ ଜାରି ପରିଛି ପାଣିପାଗ ବିଭାଗ। ଆଗାମୀ ଦୁଇ ଦିନରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଝଟକା ପବନ ୫୦ରୁ ୬୦ କିମି ବେଗରେ ବହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଚେତାବନୀ ଜାରି କରାଯାଇଛି। ଏହି ସମୟରେ କିଛି ସ୍ଥାନରେ କୁଆପଥର ବର୍ଷା ନେଇ ମଧ୍ୟ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଶନିବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ ଓ ଯାଜପୁର ଆଦି ୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ଓ କୁଆପଥର ମାଡ଼ର ଆଶଙ୍କା ରହିଛି। ଏହି ଜିଲ୍ଲାଗୁଡି଼କରେ ଘଣ୍ଟା ପ୍ରତି ପବନର ବେଗ ୫୦ରୁ ୬୦ କିମି ବହିପାରେ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି।

ସେହିପରି ରାୟଗଡା, କୋରାପୁଟ, କନ୍ଧମାଳ, ଅନୁଗୋଳ, ନୟାଗଡ, ଢେଙ୍କାନାଳ, କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ଝାରସୁଗୁଡା, ବରଗଡ଼, ସମ୍ୱଲପୁର, ଦେବଗଡ, ପୁରୀ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡା, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରି ଆଦି ୨୨ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ୩୦-୫୦ କିମି ରହିବା ନେଇ ଆକଳନ କରି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି।

ସମାନ ଭାବେ ରବିବାର ମଧ୍ୟ ଏଭଳି ସ୍ଥିତି ଜାରି ରହିବା ସହ ପ୍ରାୟ ସାରା ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାପରେ ଯଦିଓ କାଳବୈଶାଖୀର ପ୍ରଭାବ ହ୍ରାସ ପାଇବ ମାତ୍ର ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଗାମୀ ୬ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବା ସହ ୫ ଦିନ ପରେ ରାଜ୍ୟକୁ ପୁଣି ତାତି ଫେରିବ। ୭ ତାରିଖ ପରେ ରାଜ୍ୟରେ ୨ରୁ ୪ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ପାଇବା ସହ ପୁଣି ଥରେ ଅସମ୍ଭାଳ ତାତି ଅନୁଭବ ହେବ।

About The Author: The Sakala