ଓଡିଶା ଶିକ୍ଷା ସେବାରେ ୭୨ ଅଫିସରଙ୍କ ପଦୋନ୍ନତି

ଭୁବନେଶ୍ୱର : ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଓଡିଶା ଶିକ୍ଷା ସେବା ଅନ୍ତର୍ଗତ ବିଭିନ୍ନ ବର୍ଗର ଅଧିକାରୀମାନଙ୍କୁ ତା ୦୧.୦୪.୨୧ ରିଖରୁ ପଦୋନ୍ନତି ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୂଚନା ମୁତାବକ ବିଭାଗୀୟ ବିଜ୍ଞପ୍ତି ସଂଖ୍ୟା -୯୭୩୮/୨୪.୦୫.୨୧ ଅନୁସାରେ ଓଡିଶା ଶିକ୍ଷା ସେବା (ପ୍ରଥମ ଶ୍ରେଣୀ କନିଷ୍ଠ ) ବର୍ଗରୁ ୬୩ ଜଣ ଯୋଗ୍ୟ ଅଧିକାରୀଙ୍କୁ ପରବର୍ତ୍ତୀ ପଦୋନ୍ନତି ସ୍ତର ଓଡିଶା ଶିକ୍ଷା ସେବା (ପ୍ରଥମ ଶ୍ରେଣୀ ବରିଷ୍ଠ)କୁ ପଦୋନ୍ନତି ଦିଆଯାଇ […]

ଭୁବନେଶ୍ୱର : ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଓଡିଶା ଶିକ୍ଷା ସେବା ଅନ୍ତର୍ଗତ ବିଭିନ୍ନ ବର୍ଗର ଅଧିକାରୀମାନଙ୍କୁ ତା ୦୧.୦୪.୨୧ ରିଖରୁ ପଦୋନ୍ନତି ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସୂଚନା ମୁତାବକ ବିଭାଗୀୟ ବିଜ୍ଞପ୍ତି ସଂଖ୍ୟା -୯୭୩୮/୨୪.୦୫.୨୧ ଅନୁସାରେ ଓଡିଶା ଶିକ୍ଷା ସେବା (ପ୍ରଥମ ଶ୍ରେଣୀ କନିଷ୍ଠ ) ବର୍ଗରୁ ୬୩ ଜଣ ଯୋଗ୍ୟ ଅଧିକାରୀଙ୍କୁ ପରବର୍ତ୍ତୀ ପଦୋନ୍ନତି ସ୍ତର ଓଡିଶା ଶିକ୍ଷା ସେବା (ପ୍ରଥମ ଶ୍ରେଣୀ ବରିଷ୍ଠ)କୁ ପଦୋନ୍ନତି ଦିଆଯାଇ ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଥବା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଓଡିଶା ଶିକ୍ଷା ସେବା (ପ୍ରଥମ ଶ୍ରେଣୀ ବରିଷ୍ଠ ) ବର୍ଗରୁ ୯ ଜଣ ଯୋଗ୍ୟ ଅଧିକାରୀଙ୍କୁ ପରବର୍ତ୍ତୀ ପଦୋନ୍ନତି ସ୍ତର ଓଡିଶା ଶିକ୍ଷା ସେବା ( ସୁପର ଟାଇମ ସ୍କେଲ )କୁ ବିଭାଗୀୟ ବିଜ୍ଞପ୍ତି ସଂଖ୍ୟା -୯୭୪୭/୨୪.୦୫.୨୧ ଅନୁସାରେ ପଦୋନ୍ନତି ଦିଆଯାଇ ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଶିକ୍ଷା ଅଧିକାରୀ ଅଥବା ବିଭାଗର ବିଭିନ୍ନ ନିର୍ଦ୍ଦେଶାଳୟରେ ଯୁଗ୍ମ ନିର୍ଦ୍ଦେଶକ ବା ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡିଶାରେ ପରୀକ୍ଷା ନିୟନ୍ତ୍ରକ ଭାବେ ଅବସ୍ଥାପିତ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୨୦୧୩ ମସିହାରେ ବିଦ୍ୟାଳୟ ଶିକ୍ଷା ପ୍ରଶାସନରେ ପାରଦର୍ଶିତା ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ସାଙ୍ଗଠନିକ ପୁନର୍ବିନ୍ୟାସ କରିଥିଲେ ଓ ଗତ ୨୦୧୯ ମସିହା ଏପ୍ରିଲ ମାସରେ ଏହି ବିଭାଗରେ କାର୍ଯ୍ୟରତ ଓଡିଶା ଶିକ୍ଷା ସେବା ଅଧିକାରୀମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ବହୁ ପୁରୁଣା ୧୯୭୧ ମସିହାର ନିଯୁକ୍ତି ନିୟମାବଳୀର ସଂଶୋଧନ ଆଣି ଓଡିଶା ଶିକ୍ଷା ସେବା (ନିଯୁକ୍ତି ପ୍ରଣାଳୀ ଓ ଚାକିରୀ ସର୍ତ୍ତାବଳୀ ) ଅଧିନିୟମ ୨୦୧୯ ପ୍ରଚଳନ କରିଥିଲେ। ଏହି ନିୟମାବଳୀ ପ୍ରଚଳନ ହେବା ପରେ ଓଡିଶା ଶିକ୍ଷା ସେବା ଅଧିକାରୀ ମାନଙ୍କର ପଦୋନ୍ନତି ପାଇଁ ପଥ ଉନ୍ମୁକ୍ତ ହୋଇଥିଲା। ସମ୍ପ୍ରତି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବହୁ ସଂଖ୍ୟକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପଦବୀ ଶୂନ୍ୟ ହୋଇ ରହିଥିଲା। ସେଥିଯୋଗୁଁ ଜିଲ୍ଲା ସ୍ତରରେ ଶୈକ୍ଷିକ ପ୍ରଶାସନ କ୍ଷେତ୍ରରେ ବହୁ ସମସ୍ୟା ଓ ପ୍ରତିବନ୍ଧକ ଉପୁଜୁଥିଲା। ଜିଲ୍ଲା ସ୍ତରରେ ଶିକ୍ଷାର ଗୁଣାତ୍ମକମାନ ଅଭିବୃଦ୍ଧି ନିମନ୍ତେ ଏହି କ୍ଷେତ୍ରୀୟ ଅଧିକାରୀ ପଦବୀ ଗୁଡିକୁ ସରକାର ଅଗ୍ରାଧିକାର ଭିତ୍ତିରେ ପୂରଣ କରିଥିବାରୁ ଓଡିଶା ଶିକ୍ଷା ସେବା ସଙ୍ଘ, ଓଡିଶା ମାଧ୍ୟମିକ ଶିକ୍ଷକ ସଙ୍ଘ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘ ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷକ ସଂଗଠନ ସନ୍ତୋଷ ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ତଥା ବିଭିନ୍ନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

About The Author: The Sakala