ମହଙ୍ଗା ପଡିଲା ବନ୍ଧୁକ ଧରି ରିଲ୍ସ କରିବା, ୭ ଜଣଙ୍କୁ ଅଟକ ରଖିଲା ପୋଲିସ

ବାଙ୍କୀ: ବନ୍ଧୁକ ଧରି ରିଲ୍ସ କରିବା ପଡିଲା ମହଙ୍ଗା । ୭ ଜଣଙ୍କୁ ଅଟକ ରଖିଲା ପୋଲିସ । ଇଂଷ୍ଟାଗ୍ରାମରେ ରିଲ୍ସ ଷ୍ଟୋରି କରିବା ନିଶା ଆଜିର ଯୁବପିଢିମାନଙ୍କୁ ଘାରିଛି। ନୂଆନୂଆ ଷ୍ଟାଇଲରେ ଏହାକୁ କରିବାପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଯାହାର ଜ୍ୱଳନ୍ତ ଉଦାହରଣ ଆଜି ବାରଙ୍ଗ ଥାନା ଅଧିନସ୍ତ ବିଦ୍ୟାଧରପୁର ପାହାଡ଼ରେ ଦେଖିବାକୁ ମିଳିଛି। ହାତରେ ବନ୍ଧୁକ ଧରି ରିଲ୍ସ ପାଇଁ ସୁଟିଂ କରିବା ଯୁବକମାନଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ବନ୍ଧୁକ […]

ବାଙ୍କୀ: ବନ୍ଧୁକ ଧରି ରିଲ୍ସ କରିବା ପଡିଲା ମହଙ୍ଗା । ୭ ଜଣଙ୍କୁ ଅଟକ ରଖିଲା ପୋଲିସ । ଇଂଷ୍ଟାଗ୍ରାମରେ ରିଲ୍ସ ଷ୍ଟୋରି କରିବା ନିଶା ଆଜିର ଯୁବପିଢିମାନଙ୍କୁ ଘାରିଛି। ନୂଆନୂଆ ଷ୍ଟାଇଲରେ ଏହାକୁ କରିବାପାଇଁ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଯାହାର ଜ୍ୱଳନ୍ତ ଉଦାହରଣ ଆଜି ବାରଙ୍ଗ ଥାନା ଅଧିନସ୍ତ ବିଦ୍ୟାଧରପୁର ପାହାଡ଼ରେ ଦେଖିବାକୁ ମିଳିଛି। ହାତରେ ବନ୍ଧୁକ ଧରି ରିଲ୍ସ ପାଇଁ ସୁଟିଂ କରିବା ଯୁବକମାନଙ୍କ ପାଇଁ ମହଙ୍ଗା ପଡିଛି। ପୋଲିସ ବନ୍ଧୁକ ଜବତ କରି ୭ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଅରିଲୋ ବିଦ୍ୟାଧରପୁର ପାହାଡ ଉପରେ କଟକ ବଙ୍ଗାଳିସାହି ଅଂଚଳର ୭ଜଣ ଯୁବକ ଆସି ରିଲ୍ସ ଷ୍ଟୋରି ନିମନ୍ତେ ମୋବାଇଲରେ ସୁଟି କରିଥିଲେ। ଯୁବକମାନେ ହାତରେ ବନ୍ଧୁକ ଧରିଥିବାରୁ ସେହିବାଟେ ଯାଉଥିବା ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଁଚି ୭ଜଣ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଛି । ଏହା ସହ ସେମାନଙ୍କ ଠାରୁ ସୁଟିଂ ପାଇଁ ବ୍ୟବହୃତ ବନ୍ଧୁକ, ମୋବାଇଲ ଓ ନମ୍ବର ବିହୀନ ୩ଟି ବାଇକ ଜବତ କରିଛି।ତେବେ ବନ୍ଧୁକ ନକଲି ନା ଅସଲି ସେବିଷୟରେ ପୋଲିସଠାରୁ ସୂଚନା ମିଳିପାରି ନଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ବାରଙ୍ଗ ପୋଲିସ ।

About The Author: The Sakala