ଭୁବନେଶ୍ୱର: 5-T ସଚିବ ଭି.କେ ପାଣ୍ଡିଆନ୍ଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟସ ଆଓ୍ୱାର୍ଡ । ଅନ୍ତର୍ଜାତୀୟ ହକି ଫେଡରେସନ୍ (FIH) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନେଇ ଏହି ସମ୍ମାନଜନକ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଛି ।
ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ FIH ର ୪୭ ତମ ସମ୍ମିଳନୀରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏ ନେଇ ହକି ଇଣ୍ଡିଆ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଜଣାଯିବା ସହ, ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେ ଏହି ପୁରସ୍କାର ପାଇବାକୁ ହକଦାର ବୋଲି କୁହାଯାଇଛି । ଏଥିସହିତ ହକି ଇଣ୍ଡିଆ ପକ୍ଷରୁ ମଧ୍ୟ ଟ୍ୱିଟ୍ ଯୋଗେ ଶ୍ରୀ ପାଣ୍ଡିଆନ୍ଙ୍କୁ ଶୁଭେଚ୍ଛା ଜଣାଯାଇଛି ।