ଭୁବନେଶ୍ୱର: ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ କରିଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ । ବିଭିନ୍ନ ବିଭାଗ ବୁଲି ଦେଖିଛନ୍ତି ୫ଟି ସଚିବ । ଏହି ସମୟରେ ସାଙ୍ଗରେଥିଲେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ । ଅଧିକ ରୋଗୀ କିପରି ସୁବିଧା ପାଇପାରିବେ ସେନେଇ ସମୀକ୍ଷା ହୋଇଛି । କ୍ୟାପିଟାଲ ହସ୍ପିଟାଲର ଉନ୍ନତିକରଣ ନେଇ ଆଲୋଚନା କରିଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ୨୦ଟି ବିଭାଗ କାର୍ଯ୍ୟ କରୁଛି ।
ରେଜିଷ୍ଟ୍ରେସନ କାଉଣ୍ଟର ବୁଲି ଦେଖିଲେ । ନିରାମୟ କାଉଣ୍ଟର ବୁଲି ରୋଗୀ କେମିତି ମାଗଣାରେ ଔଷଧ ପାଉଛନ୍ତି ତାହା ଦେଖିଛନ୍ତି ଭିକେ ପାଣ୍ଡିଆନ । ମେଡିକାଲରେ ସବୁ କିଛିର ସମୀକ୍ଷା କରୁଛନ୍ତି ୫ଟି ସଚିବ । ଏବର୍ଷ ଶେଷ ସୁଦ୍ଧା କ୍ୟାପିଟାଲ ହସ୍ପିଟାଲର ନବକଳେବର ଲକ୍ଷ୍ୟ ରଖାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରୋଗୀ କ୍ୟାପିଟାଲ ହସ୍ପିଟାଲ ଆସୁଛନ୍ତି । ସେଇ ଦୃଷ୍ଟିରୁ କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ବ୍ୟବସ୍ଥାକୁ ଆହୁରି ବିକଶିତ କରିବାକୁ ଲକ୍ଷ୍ୟ ରଖାଯାଇଛି