୫ଟି ସଚିବଙ୍କ ଯାଜପୁର ଗସ୍ତ: ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ଦେଲେ ପ୍ରତିଶୃତି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ। ଏହି କ୍ରମରେ ଆଜି ପ୍ରଥମ ଦିନରେ କୋରେଇ ଚାନ୍ଦମା ଖେଳପଡିଆରେ ପହଞ୍ଚିଥିଲେ ୫ଟି ସଚିବ। ଫୁଲ ପକାଇ ସ୍ବାଗତ କରିଥିଲେ ହଜାର ହଜାର ମହିଳା ଓ ଯୁବକ । ସଭାମଞ୍ଚ ପୂର୍ବରୁ ଅପେକ୍ଷା କରିଥିବା ମହିଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏଥିସହ ରାସ୍ତାରେ  ଚିବଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମିଶନଶକ୍ତି ମହିଳା ମାନେ।  […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ। ଏହି କ୍ରମରେ ଆଜି ପ୍ରଥମ ଦିନରେ କୋରେଇ ଚାନ୍ଦମା ଖେଳପଡିଆରେ ପହଞ୍ଚିଥିଲେ ୫ଟି ସଚିବ। ଫୁଲ ପକାଇ ସ୍ବାଗତ କରିଥିଲେ ହଜାର ହଜାର ମହିଳା ଓ ଯୁବକ । ସଭାମଞ୍ଚ ପୂର୍ବରୁ ଅପେକ୍ଷା କରିଥିବା ମହିଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏଥିସହ ରାସ୍ତାରେ  ଚିବଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମିଶନଶକ୍ତି ମହିଳା ମାନେ।  ପରେମିଶନଶକ୍ତି ସମାବେଶରେ ମହିଳାମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ସମାବେଶରେ ୧୫ ହଜାରରୁ ଅଧିକ ମହିଳା ଯୋଗ ଦେଇଥିଲେ। ଜୟ ଜଗନ୍ନାଥ ଏବଂ ଜୟ ମା ବିରଜା କହି ଅଭିଭାଷଣ ଆରମ୍ଭ କରିଥିଲେ।  ଆପଣମାନେ ଯେଉଁ ଦରଖାସ୍ତ ଦେଇଛନ୍ତି ପାଇଲି ବୋଲି ଜଣାଇଥିଲେ।  ମନ୍ଦିର, ମସଜିଦ, କମ୍ୟୁନିଟି ହଲ ପାଇଁ ଯେଉଁ ପିଟିସନ ଅଛି । ୭ ଦିନ ମଧ୍ୟରେ ଖୁସି ଖବର ପାଇବେ ।

୧୦୦ ଟି ଅଭିଯୋଗ ଆସିଛି, ତାର ତୁରନ୍ତ ବିଚାର କରାଯିବ । ମୁଖ୍ୟମନ୍ତ୍ରୀ ୨୦୦୦ ମସିହାରେ ଦାୟିତ୍ୱ ଗ୍ରହଣ କରିବା ପରେ ଚିନ୍ତା କଲେ ଓଡିଶା କିପରି ସଶକ୍ତ ହେବ। ମହିଳାଙ୍କୁ ବାହାରକୁ ଆସିବା ପାଇଁ ପଡିବ ।  ସେମାନେ ମହାଜନ ପାଖକୁ ଯିବେ ନାହିଁ ।  ୨୦୦୧ ମସିହାରେ ମିଶନଶକ୍ତି ଆରମ୍ଭ କଲେ। ୭୦ ଲକ୍ଷ ମହିଳା ସାମିଲ ହେଲେ । ବିନା ସୁଧରେ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କଲେ । ଗୋଟିଏ ବର୍ଷରେ ୧୧୩୦୦ କୋଟି ଲୋନ ନେଇଛନ୍ତି ମିଶନଶକ୍ତି ମହିଳା । ଚଳିତ ବର୍ଷ ଯାଜପୁର ର ୭୦ ହଜାର ଗ୍ରୁପ୍ ୫୪୦ କୋଟି ଟଙ୍କା ଗୋଟିଏ ଦିନରେ ଲୋନ ନେଇଛନ୍ତି। ୩ ଲକ୍ଷ୧୧୦୦୦ ଟଙ୍କା ହାରାହାରି ଲୋନ ଦିଆଯାଉଛି।

ଯାଜପୁର କୁ ୧ ନମ୍ବର କରିବା ପାଇଁ ସମସ୍ତେ ଲାଗନ୍ତୁ। ଯାଜପୁର ମହିଳା ମାନେ ୫ ଲକ୍ଷ ଲୋନ ନିଅନ୍ତୁ ।  ଏହା ହେଲେ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ବିନା ସୁଧରେ ଲୋନ ଦେବାକୁ ଚିନ୍ତା କରିବେ । ୨୦୨୦-୨୧ ଯାଜପୁରର ମିଶନଶକ୍ତି ମହିଳା ୧୮୦ କୋଟି ୠଣ ନେଇଛନ୍ତି ।  ୨୧-୨୨ରେ ୨୪୦ କୋଟି,  ୨୨-୨୩ ରେ – ୫୪୦ କୋଟି, ଦୁଇ ବର୍ଷ ମଧ୍ୟ ରେ ୧୦୦୦ କୋଟି ନିଅନ୍ତୁ ।

ପ୍ରତ୍ୟେକ ଯୋଜନାରେ ମୁଖ୍ୟମନ୍ତ୍ରୀ ମିଶନଶକ୍ତି ମହିଳାଙ୍କୁ ସାମିଲ କରିବା ପାଇଁ ଚିନ୍ତା କରୁଛନ୍ତି। ମିଶନଶକ୍ତି କାଫେ, ହସ୍ପିଟାଲରେ ଖାଇବା, ବିଦ୍ୟୁତ ବିଲ, ମଧ୍ୟାହ୍ନ ଭୋଜନ, ତ୍ରିରଙ୍ଗା ସିଲେଇ କରିବା ଆଦି ରେ ମିଶନଶକ୍ତି ମହିଳା ସାମିଲ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା କରିଛନ୍ତି। ଜିଲ୍ଲା ଫେଡେରେସନ ମିଶନଶକ୍ତି ଗୃହ ସବୁଠାରୁ ଭଲ ହୋଇଛି ।  ଜିଲ୍ଲାରେ ୩୦୦ ମିଶନଶକ୍ତି ଗୃହ ହୋଇଛି । ୨୪୦ ହସ୍ତାନ୍ତର ହୋଇଛି, ଜିଲ୍ଲାପାଳ ଖୁବଶୀଘ୍ର ବାକି ବିଲ୍ଡିଂ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଜିଲ୍ଲାରେ ଯେଉଁ ସରକାରୀ ବିଲ୍ଡିଂ ଖାଲି ପଡିଛି ସେଗୁଡିକ ମିଶନଶକ୍ତି ମହିଳାଙ୍କୁ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେ ଘର ଗୁଡିକ ମରାମତି କରି ବିନା ଭଡାରେ ଦିଆଯିବ ।  ସ୍କୁଟି ପାଇଁ ୧୭୦୦ ଆପ୍ଲିକେସନ ଆସିଛି, ଆଉ ୨୦୦ ରେଡି ହେଲେ ତୁରନ୍ତ ଦିଆଯିବ ।  ସବୁ ସରକାରୀ ଅଧିକାରୀଙ୍କ ଗାଡି ଅଛି । ଏଥିପାଇଁ ମିଶନଶକ୍ତି ବ୍ଳକ ଫେଡେରେସନଙ୍କୁ ସ୍କଟି ଦେବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆପଣ ଦୌଡିଲେ ଅଧିକ ବ୍ୟବସାୟ ହେବ । ଏସଏଜିରୁ ଏସଏମଇ ହେବେ ।  ବ୍ୟବସାୟ ଭଲ ହେଲେ ଲାଭ ଭଲ ହବ ।  ଲାଭ ଭଲ ହେଲେ ପିଲାମାନେ ଭଲରେ ରହିବେ । ପିଲାର ଉନ୍ନତି ହେଲେ ଓଡ଼ିଶାର ଉନ୍ନତି ହେବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଟି ନୂଆ ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ନିଷ୍ପତ୍ତି ହେଉଛି ଏମବିକେ, ସିଆରପିଙ୍କ ଦରମା ବଢିବ ।  ୧୦୦ ପ୍ରତିଶତ ଦରମା ସରକାର ବହନ କରିବେ । ୨ୟଟି ହେଉଛି, ମହିଳାଙ୍କ ପାଇଁ ୧୮୦ ଦିନ ପାଇଁ ମ୍ୟାଟନିଟି ଲିଭ୍ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। ୬ ମାସ କାମ ନକରି ଦରମା ପାଇବେ। ୩ୟଟି ହେଉଛି ପରିଚୟ ପାଇଁ ସମସ୍ତଙ୍କୁ ସ୍ମାର୍ଟ ଆଇଡି କାର୍ଡ ଦିଆଯିବ ।

ଦେଶରେ ଓଡିଶା ପ୍ରଥମ ରାଜ୍ୟ ଏଭଳି ସୁବିଧା ଦେଉଛନ୍ତି।  ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁବଶୀଘ୍ର ଖୁସି ଖବର ପାଇବେ। ଆପଣ ଓଡିଶା ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ବଲାଙ୍ଗୀରର ଜଣେ ମହିଳାଙ୍କ ଉଦାହରଣ ଦେଇଥିଲେ ସଚିବ । କାମ କରିବା ପରେ ପୁଅ ଇଣ୍ଡିଆନ ଏୟାରଫୋର୍ସରେ ପାଇଲଟ କରିଛି ଏବଂ ଝିଅ ବାଙ୍ଗାଲୋରରେ ଇଂଜିନିୟରିଂ କରୁଛନ୍ତି। ମୋ ହାତରେ ରାକ୍ଷୀ ପିନ୍ଧାଇ ଥିବା ସମସ୍ତ ମା ଭଉଣୀଙ୍କ ପାଇଁ କାଲି ଭଗବାନଙ୍କୁ ଡାକିବି ବୋଲି ୫ଟି ସଚିବ କହିଥିଲେ।

About The Author: The Sakala