କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କଲେ 5T ସଚିବ ଭି.କେ ପାଣ୍ଡିଆନ୍‌

ଭୁବନେଶ୍ବର : ବୁଧବାର ଭୋରୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ନିର୍ମାଣାଧିନ ଥିବା ଟ୍ରମାକେୟାର, ପିଜି ଗ୍ରାଜୁଏଟ୍, ମେଡିକାଲ କଲେଜ, ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ ସହ ବରିଷ୍ଠ ଡାକ୍ତରଙ୍କ କ୍ବାର୍ଟର କାମ କେତେ ବାଟ ଆଗେଇଛି, ତାର ସମୀକ୍ଷା କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ହସ୍ପିଟାଲ ପରିସରରେ  କରାଯାଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ଠିକ୍ ଭାବରେ ଚାଲିଛି […]

ଭୁବନେଶ୍ବର : ବୁଧବାର ଭୋରୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସ୍ବାସ୍ଥ୍ୟ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍‌। କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ଭିତ୍ତିଭୂମି ବିକାଶ ପାଇଁ ନିର୍ମାଣାଧିନ ଥିବା ଟ୍ରମାକେୟାର, ପିଜି ଗ୍ରାଜୁଏଟ୍, ମେଡିକାଲ କଲେଜ, ସର୍ଜରୀ ବ୍ଲକ, ଜୁନିଅର ହଷ୍ଟେଲ ସହ ବରିଷ୍ଠ ଡାକ୍ତରଙ୍କ କ୍ବାର୍ଟର କାମ କେତେ ବାଟ ଆଗେଇଛି, ତାର ସମୀକ୍ଷା କରିଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ହସ୍ପିଟାଲ ପରିସରରେ  କରାଯାଉଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ଠିକ୍ ଭାବରେ ଚାଲିଛି ବୋଲି ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥି ସହିତ ଆସନ୍ତା ୨୦୨୩ ମସିହା ସୁଦ୍ଧା ନିର୍ମାଣ କାମ ଶେଷ କରିବାକୁ ଲକ୍ଷ୍ୟ ରହିଥିବାରୁ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ସଠିକ ସମୟରେ ଯେପରି କାମ ସରିବ ତାହା ଉପରେ ଗୁରୁତ୍ବଦେବାକୁ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ହସ୍ପିଟାଲ ପରିସରରେ ହେଉଥିବା  ନିର୍ମାଣାଧୀନ କାର୍ଯ୍ୟସ୍ଥଳ ବୁଲିବା ସହ ବହୁ ସମୟ ଧରି ୫-ଟି ସଚିବ ବରିଷ୍ଠ ଅଧିକାରୀଙ୍କ ସହ  ଆଲୋଚନା କରିଥିଲେ। କ୍ୟାପିଟାଲ ହସ୍ପିଟାଲର ପରିସରରେ ୮୦ କୋଟି ଟଙ୍କାରେ ତିଆରି ହେଉଥିବା ଟ୍ରମାକେୟାର ନିର୍ମାଣସ୍ଥଳ ସହ ୨୮୦ କୋଟି ଟଙ୍କାରେ ତିଆରି ହେଉଥିବା ପିଜିଆଇ ବ୍ଲକ କାମ ମଧ୍ୟ ବୁଲି ଦେଇଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌।

ସମୀକ୍ଷା ବେଳେ ସ୍ବାସ୍ଥ୍ୟ ବିଭାଗର ସଚିବ ଶାଳୀନ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦେଶକ ବିଜୟ ମହାପାତ୍ର ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ବି ଉପସ୍ଥିତ ଥିଲେ । ହସ୍ପିଟାଲ ପରିସରରେ ହେଉଥିବା ନିର୍ମାଣଧିନ କାମ ବୁଲିବା ସହ ବହୁ ସମୟ ଧରି ଆଲୋଚନା କରିଛନ୍ତି । ସମୀକ୍ଷା ବେଳେ ସ୍ବାସ୍ଥ୍ୟ ବିଭାଗ ସଚିବ ଶାଳୀନୀ ପଣ୍ଡିତ, ସଚିବ ବୀର ବ୍ରିକମ ଯାଦବ, ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ବି ଉପସ୍ଥିତ ଥିଲେ।

About The Author: The Sakala