କରୋନା ମୃତକଙ୍କ ମୁହଁ ଦେଖାଇବା ପାଇଁ ୫ ହଜାର ଲାଞ୍ଚ ମାଗିଲା ଦଲାଲ

କେନ୍ଦୁଝର: ମହାମାରୀ କରୋନା ସମୟରେ ବି ଦଲାଲ ସକ୍ରିୟ । ଲାଞ୍ଚ ମାଗିବା ପାଇଁ ଯେ କୌଣସି ସ୍ତରକୁ ବି ଚାଲିଯାଉଛି ଦଲାଲ । କରୋନା ପାଇଁ ସବୁଠି ହାହାକାର। ନିଜ ପରିବାର ଲୋକଙ୍କୁ ହରାଇ ମର୍ମାହତ ଶହଶହ ଜୀବନ। କେତେ ଜୀବନକୁ ଛଡ଼ାଇ ନେଇଛି ଏହି ମହାମାରୀ ଅଦୃଶ୍ୟ ଭୂତାଣୁ। ହେଲେ କରୋନା କାଳରେ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ରକ୍ତ ଗରମ ହୋଇଯିବ। କରୋନା କାଳରେ ଦୁଃଖର ଫାଇଦା ଉଠାଉଛନ୍ତି […]

କେନ୍ଦୁଝର: ମହାମାରୀ କରୋନା ସମୟରେ ବି ଦଲାଲ ସକ୍ରିୟ । ଲାଞ୍ଚ ମାଗିବା ପାଇଁ ଯେ କୌଣସି ସ୍ତରକୁ ବି ଚାଲିଯାଉଛି ଦଲାଲ । କରୋନା ପାଇଁ ସବୁଠି ହାହାକାର। ନିଜ ପରିବାର ଲୋକଙ୍କୁ ହରାଇ ମର୍ମାହତ ଶହଶହ ଜୀବନ। କେତେ ଜୀବନକୁ ଛଡ଼ାଇ ନେଇଛି ଏହି ମହାମାରୀ ଅଦୃଶ୍ୟ ଭୂତାଣୁ। ହେଲେ କରୋନା କାଳରେ ଏମିତି କିଛି ଘଟଣା ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ରକ୍ତ ଗରମ ହୋଇଯିବ। କରୋନା କାଳରେ ଦୁଃଖର ଫାଇଦା ଉଠାଉଛନ୍ତି ଦଲାଲ। କେଉଁଠି ଆମୁଲାନ୍ସ ପାଇଁ ଦଲାଲ ଅଧିକ ଟଙ୍କା ମାଗିଲାଣିତ ପୁଣି କେଉଁଠି ଡାକ୍ତରଖାନାରେ ବେଡ ପାଇଁ ଟଙ୍କା। ଆଉ ଏବେ ଶ୍ମଶାନରେ କରୋନା ମୃତକଙ୍କ ମୁହଁ ଦେଖାଇବା ପାଇଁ ଦଲାଲ ଟଙ୍କା ମାଗୁଥିବା ଭିଡିଓ ଶାମ୍ନାକୁ ଆସିଛି। ମନରେ ନିଜରଙ୍କୁ ହରାଇବାର ଦୁଃଖ ସାଙ୍ଗକୁ ଟଙ୍କାର ଚଡ଼କ ପରିବାର ଲୋକଙ୍କ ଉପରେ ପଡ଼ିଛି।

ଶ୍ମଶାନରେ କୋଭିଡ୍ ମୃତକଙ୍କ ମୁହଁ ଦେଖାଇବାକୁ ୫ହଜାର ଟଙ୍କା ଲାଞ୍ଚ ମାଗିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳରୁ ଆସିଛି ଏଭଳି ଅଭିଯୋଗ। କରୋନାରେ ଚମ୍ପୁଆ ଅଞ୍ଚଳର ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପାଇ ମଶାଣିରେ ପହଞ୍ଚିଥିଲେ ମହିଳାଙ୍କ ଆତ୍ମୀୟସ୍ବଜନ। ହେଲେ ସେଠାରେ ମହିଳାଙ୍କର ମୁହଁ ଦେଖାଇବାକୁ ୫ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଅନ୍ତିମ ସଂସ୍କାର କରୁଥିବା କର୍ମଚାରୀ। ଲାଞ୍ଚ ଦାବି ସମୟରେ ସଂପୃକ୍ତ କର୍ମଚାରୀଙ୍କ ଭିଡିଓ ଉତ୍ତୋଳନ କରିଛନ୍ତି ସମ୍ପର୍କୀୟ। ସେପଟେ ଅଭିଯୋଗ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

About The Author: The Sakala