ରାଇରଙ୍ଗପୁର: ଏକ ପୁରୁଣା ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ୫ ବର୍ଷର ନାବାଳିକା ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ମୌସୁମୀ ମାଝି। ଆଜି ସକାଳେ ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଗୋରୁମହିସାଣି ଥାନା କଲସିଭଙ୍ଗା ଗ୍ରାମରେ । ସୂଚନା ଅନୁସାରେ, ଆଜି ସକାଳେ ମୌସୁମୀ ଝଡ଼ିପୋକ ଧରିବା ପାଇଁ ଗାଁରେ ଥିବା ଏକ ପୁରୁଣା ଘର ପାଖକୁ ଯାଇଥିଲେ। ସେହି ସମୟରେ ଉକ୍ତ ଘରର ଏକ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ମୌସୁମୀ ତା’ ତଳେ ଚାପି ହୋଇଯାଇଥିଲେ।
ପରିବାର ଲୋକେ ମୌସୁମୀଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋରୁମହିଷାଣି ଥାନା ପୁଲିସ ମୃତଦେହକୁ ଜବତ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।