ଅବକାରୀ ବିଭାଗ ପକ୍ଷରୁ ଚଡାଉ, ୪୨ ଶହ ଲିଟର ମହୁଲପୋଚ ନଷ୍ଟ

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉରେ ୪୨ଶହ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ଜଣେ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ଼ ତଥା ଜୟପାଟଣା ଅବକାରୀ ଅଧିକାରୀଙ୍କ ମିଳିତ କ୍ରମେ ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟା ଗ୍ରାମପଞ୍ଚାୟତ ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ କରାଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏହି ଚଢ଼ାଉ ହୋଇଥିବା ବେଳେ ଏଥିରେ ବେଆଇନ ଭାବେ […]

ଜୟପାଟଣା : କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉରେ ୪୨ଶହ ଲିଟର ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ଜଣେ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ ଆଜି ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ଼ ତଥା ଜୟପାଟଣା ଅବକାରୀ ଅଧିକାରୀଙ୍କ ମିଳିତ କ୍ରମେ ଜୟପାଟଣା ଥାନା ଅନ୍ତର୍ଗତ ଅଁଳାଭଟା ଗ୍ରାମପଞ୍ଚାୟତ ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ କରାଯାଇଥିଲା। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଏହି ଚଢ଼ାଉ ହୋଇଥିବା ବେଳେ ଏଥିରେ ବେଆଇନ ଭାବେ ମଦ ଆଣୁଥିବା ନେଇ ଅବକାରୀ ହାତରେ ଧରାପଡି ଅଁଳାଭଟା ସମିତି ସଭ୍ୟ ଭୁବନେ ନାଏକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି। ଯାହା ଅଞ୍ଚଳରେ ଚର୍ଚ୍ଚା ବିଷୟ ପାଲଟିଛି।ଏହି ଚଢ଼ାଉରେ ମୋବାଇଲ ସ୍କ୍ୱାଡ଼ ଇନସ୍ପେକଟର ସୁଶାନ୍ତ ପ୍ରଧାନ ,ଦିଲୀପ କୁମାର ରଥ ଜୟପାଟଣା ଅବକାରୀ ଏସ.ଆଇ ଛବିରାଜ ତାଣ୍ଡି ତଥା କନେଷ୍ଟବଳ ଇଶ୍ଵର ଭୋଇ, ଖୁସିଦେଵ କଣ୍ଟା, ବାଲେଶ୍ୱର ଢଂଙ୍ଗଡାମାଝୀ ସାମିଲ ଥିଲେ।

About The Author: The Sakala