ରାଜଧାନୀରେ ପୁଣି ବ୍ଲାକ ପଲସର ଆତଙ୍କ, ଭୁଜାଲି ଦେଖାଇ ମହିଳାଙ୍କୁ ଲୁଟିଲେ ଦୁର୍ବୁତ୍ତ

ଭୁବନେଶ୍ୱର: ଅଶାନ୍ତ ଭୁବନେଶ୍ୱର । ରାଜଧାନୀରେ ପୁଣି ବ୍ଲାକ ପଲସର ଆତଙ୍କ । ଭୋରରୁ ଜଣେ ମହିଳା ବ୍ୟବସାୟୀଙ୍କୁ ଖଣ୍ଡା ଛୁରି ଦେଖାଇ ଟଙ୍କା,ମୋବାଇଲ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି ଲୁଟେରା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଝାରପଡ଼ା ଗୋଲେଇ ଛକରେ। ମହିଳା ଜଣଙ୍କ ହେଲେ ହଳଦୀ ପଡିଆ ବସ୍ତିର ଲଳିତା ଜେନା। ମହିଳା ବ୍ୟବସାୟୀ ଜଣକ ନିଜ ଦୋକାନ ପାଇଁ ୪ ନମ୍ବର ମାର୍କେଟକୁ ପରିବା ଆଣିବା ପାଇଁ ଯାଉଥିବା ସମୟରେ ୪ […]

ଭୁବନେଶ୍ୱର: ଅଶାନ୍ତ ଭୁବନେଶ୍ୱର । ରାଜଧାନୀରେ ପୁଣି ବ୍ଲାକ ପଲସର ଆତଙ୍କ । ଭୋରରୁ ଜଣେ ମହିଳା ବ୍ୟବସାୟୀଙ୍କୁ ଖଣ୍ଡା ଛୁରି ଦେଖାଇ ଟଙ୍କା,ମୋବାଇଲ ଓ ଏଟିଏମ୍ କାର୍ଡ ଲୁଟି ନେଇଛନ୍ତି ଲୁଟେରା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଝାରପଡ଼ା ଗୋଲେଇ ଛକରେ। ମହିଳା ଜଣଙ୍କ ହେଲେ ହଳଦୀ ପଡିଆ ବସ୍ତିର ଲଳିତା ଜେନା। ମହିଳା ବ୍ୟବସାୟୀ ଜଣକ ନିଜ ଦୋକାନ ପାଇଁ ୪ ନମ୍ବର ମାର୍କେଟକୁ ପରିବା ଆଣିବା ପାଇଁ ଯାଉଥିବା ସମୟରେ ୪ ଜଣ ମୁଖା ପିନ୍ଧା ଲୁଟେରା ଏକ ପଲସରରେ ଆସି ତାଙ୍କ ବେକରେ ଖଣ୍ଡା ଛୁରି ଲଗାଇ ସ୍କୁଟି ନେଇଯିବା ସହ ଟଙ୍କା, ମୋବାଇଲ,ଏଟିଏମ୍ କାର୍ଡ ଲୁଟି ନେବାକୁ ଉଦ୍ୟମ କରିଥିଲେ।

ଠିକ ଏହି ସମୟରେ ଲଳିତା ଖୁବ ଜୋରରେ ପାଟି କରିଥିଲେ। ଫଳରେ ଓଭର ବ୍ରିଜ ନିକଟରେ ଠିଆ ହୋଇଥିବା ୨ଜଣ ପୁଲିସ କର୍ମଚାରୀ ଲଳିତାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ଲୁଟେରାମାନେ ଲଳିତାଙ୍କ ସ୍କୁଟି ଛାଡ଼ି ଟଙ୍କା ବ୍ୟାଗ ନେଇ ଚମ୍ପଟ ମାରିଥିଲେ। ଗାଡି ଡିକିରେ ଥିବା ତାଙ୍କ ବ୍ୟାଗରେ ୮ ହଜାର ଟଙ୍କା, ୨ଟି ଏଟିଏମ କାର୍ଡ ଓ ସୁନା ଲକେଟ ଥିବା ଲଳିତା କହିଛନ୍ତି। ଏନେଇ ଲଳିତା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚଳାଇବା ସହ ଘଟଣାର ତଦନ୍ତ କରୁଛି।

About The Author: The Sakala