ମଦ ପିଇ ତହସିଲ ଅଫିସ ଆସିଥିଲେ ୩ କର୍ମଚାରୀ, ନିଲମ୍ୱନ କଲେ ଜିଲ୍ଲାପାଳ

କେନ୍ଦୁଝର: ମଦ ପିଇ ଅଫିସ ଆସିବା ପଡିଲା ମହଙ୍ଗା । କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲର ୩ଜଣ କର୍ମଚାରୀଙ୍କୁ ଜିଲ୍ଲାପାଳ ବିଶାଲ ସିଂହ ନିଲମ୍ବନ କରିଛନ୍ତି । ୩ କର୍ମଚାରୀ ହେଲେ ରାଜସ୍ବ ନିରୀକ୍ଷକ ଲସିବ ସିଂହ ଲାଗୁରୀ, ଅମିନ ଲୋଚନ କୁମାର ସାମଲ ଓ ମୁଖ୍ୟ କିରାଣି ଜ୍ୟୋତିର୍ମୟ ସାହୁ । ପୂର୍ବରୁ ଅଫିସ୍ ସମୟରେ ବାରମ୍ବାର ମଦ ପିଇ ଆସି ପାଟିତୁଣ୍ଡ କରୁଥିଲେ । ଯାହାକୁ ନେଇ ଘଟଗାଁ ତହସିଲଦାର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । 

ତେବେ କିଛିଦିନ ତଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଘଟଗାଁ ଗସ୍ତ ସମୟରେ ସ୍ଥାନୀୟ ଲୋକ କର୍ମଚାରୀଙ୍କ ବିଷୟରେ ଅଭିଯୋଗ କରିଥିଲେ । ଅଭିଯୋଗର ସତ୍ୟତା ଜାଣିବା, ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।  ୩ କର୍ମଚାରୀଙ୍କ ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେବା ସହିତ ସେମାନଙ୍କୁ ନିଲମ୍ବନ କରିଛନ୍ତି ।

About The Author: Madhusudan Das