ବାଚସ୍ପତିଙ୍କ ନେତୃତ୍ବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଆଜି ଦିଲ୍ଲୀ ଯିବେ ଓଡ଼ିଶାର ୨୬ ଜଣିଆ ବିଧାୟକ ଟିମ୍

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ଆଜି ଦିଲ୍ଲୀ ଯିବେ ଓଡ଼ିଶା ବିଧାୟକ।  ଦିନ ୧ଟା ୫୦ ମିନଟରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ୨୬ ଜଣିଆ ବିଧାୟକ ଟିମ୍ । ଦିଲ୍ଲୀରେ ପହଞ୍ଚିବା ପରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ। ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ । ଉପବାଚସ୍ପତି ରଜନୀକାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, […]

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବା ପାଇଁ ଆଜି ଦିଲ୍ଲୀ ଯିବେ ଓଡ଼ିଶା ବିଧାୟକ।  ଦିନ ୧ଟା ୫୦ ମିନଟରେ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ବାହାରିବେ ୨୬ ଜଣିଆ ବିଧାୟକ ଟିମ୍ । ଦିଲ୍ଲୀରେ ପହଞ୍ଚିବା ପରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଧାୟକ ଦଳ ଭେଟି ସମ୍ବର୍ଦ୍ଧନା ଜଣାଇବେ। ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ ।

ଉପବାଚସ୍ପତି ରଜନୀକାନ୍ତ ସିଂ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟକ ସୁଦାମ ମାର୍ଣ୍ଡି, ଦେବୀ ପ୍ରସାଦ ମିଶ୍ର, ସ୍ନେହାଙ୍ଗିନୀ ଛୁରିଆ, ପଦ୍ମିନୀ ଦିଆନ, ନରସିଂହ ମିଶ୍ର, ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମୋହନ ମାଝୀ, କୁସୁମ ଟେଟେ ପ୍ରମୁଖ ଦିଲ୍ଲୀ ଯିବେ ମହାମହିମଙ୍କୁ ଓଡିଶା ବିଧାନସଭା ପକ୍ଷରୁ ଧନ୍ୟବାଦ ଦେବା ପାଇଁ ଆଗତ ସଂକଳ୍ପକୁ ସର୍ବସମ୍ମତି କ୍ରମେ ପାରିତ କରାଯାଇଥିଲା । ସେଥିପାଇଁ ବାଚସ୍ପତିଙ୍କ ନେତୃତ୍ବରେ ବିଧାୟକ ଟିମ୍ ଯାଇ ରାଷ୍ଟ୍ରପତିଙ୍କୁ ଭେଟିବେ ।

About The Author: The Sakala