ବିପର୍ଯ୍ୟୟ ମୁକାବିଲା ପାଇଁ ଦିନକରେ ୨ଟି ବୁଝାମଣା, ପ୍ରତିଟି ଜୀବନ ର ସୁରକ୍ଷା ପାଇଁ ପ୍ରତିବଦ୍ଧତା

ଭୁବନେଶ୍ୱର: ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼଼ିଛି ଓଡ଼ିଶା। ଗୋଟିଏ ଦିନରେ ଦୁଇ ଦୁଇଟି ଅନ୍ତର୍ଜତୀୟସ୍ତରର ସଂସ୍ଥା ସହ ବୁଝାମଣା କରି ରାଜ୍ୟରେ ‘ଜିରୋ କାଜୁଆଲଟି’ ଓ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଉକ୍ତିକୁ ରାଜ୍ୟ ସରକାର ଦୃଢ଼ ନିଶ୍ଚିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ମୁଖ୍ୟତଃ ରାଜ୍ୟର କିଛି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ନେଇ ସୃଷ୍ଟି ହୋଇଥିବା ବିପଦକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ଏହାର ସମାଧାନ ଓ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ […]

ଭୁବନେଶ୍ୱର: ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢ଼଼ିଛି ଓଡ଼ିଶା। ଗୋଟିଏ ଦିନରେ ଦୁଇ ଦୁଇଟି ଅନ୍ତର୍ଜତୀୟସ୍ତରର ସଂସ୍ଥା ସହ ବୁଝାମଣା କରି ରାଜ୍ୟରେ ‘ଜିରୋ କାଜୁଆଲଟି’ ଓ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଉକ୍ତିକୁ ରାଜ୍ୟ ସରକାର ଦୃଢ଼ ନିଶ୍ଚିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ମୁଖ୍ୟତଃ ରାଜ୍ୟର କିଛି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ନେଇ ସୃଷ୍ଟି ହୋଇଥିବା ବିପଦକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇ ଏହାର ସମାଧାନ ଓ ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କେରଳର ଅମୃତା ବିଶ୍ୱ ବିଦ୍ୟାପୀଠମ୍‌‌ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଅମୃତା ବିଶ୍ୱ ବିଦ୍ୟାପୀଠମ୍‌‌ ଭୂସ୍ଖଳନ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରାଥମିକ ଓ ଆଗୁଆ ସତର୍କ ସୂଚନା ପ୍ରଦାନ କରିବ ଏବଂ ଏହାର ପ୍ରସାରଣ ମଧ୍ୟ କରିବ।

ଏହି ସଂସ୍ଥା ଓଡ଼ିଶାର ଜନସାଧାରଣଙ୍କୁ ଏହାର ପୂର୍ବାନୁମାନ ଦର୍ଶାଇବା ଦ୍ୱାରା ଭୂସ୍ଖଳନ ଜନିତ କ୍ଷୟକ୍ଷତି ଆଶଙ୍କାରୁ ଅନେକାଂଶରେ ଲାଭ ମିଳିପାରିବ। ଅନୁରୂପ ଭାବରେ ବ୍ୟାଙ୍କକ୍‌‌ରେ ମୁଖ୍ୟ କାର୍ଯ୍ୟାଳୟରେ ଥିବା ଆଞ୍ଚଳିକ ସମନ୍ୱିତ ବହୁମୁଖୀ-ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଅନୁଷ୍ଠାନ (ରାଇମସ୍‌‌) ସହିତ ମଧ୍ୟ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ବହୁମୁଖୀ ପ୍ରଭାବ ଆଧାରିତ ବିପର୍ଯ୍ୟୟ ପୂର୍ବାନୁମାନ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଏବଂ ବିଶ୍ୱବ୍ୟାଙ୍କ ସମର୍ଥିତ ଓଡ଼ିଶା ରାଜ୍ୟ ସାମର୍ଥ୍ୟ ଓ ସହନଶୀଳ ଅଭିବୃଦ୍ଧି କାର୍ଯ୍ୟକ୍ରମ (ଓଏସସିଆରଜିପି) ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଜ୍ଞାନକୌଶଳ ପ୍ରଦାନ କରିବା ବ୍ୟବସ୍ଥାକୁ ସମନ୍ୱିତ କରିବାରେ ‘ରାଇମସ୍‌‌’ ଓସ୍‌‌ଡମା ସହ ମିଳିତ ଭାବେ କାର୍ଯ୍ୟ କରିବ। ଏହି ଏମ୍‌‌ଓୟୁ ଦ୍ୱାରା ସରକାରଙ୍କର ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସୁଦୃଢ ହେବା ସହ ଓଡ଼ିଶାର ଜନସାଧାରଣଙ୍କୁ ବିପର୍ଯ୍ୟୟର ପୂର୍ବାନୁମାନ ତଥା ପ୍ରାରମ୍ଭିକ ଚେତାବନୀ ଦର୍ଶାଯାଇ ପାରିବ।

ଓଡ଼ିଶାର ଜନସାଧାରଣଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତିର ମୁଖ୍ୟସ୍ରୋତରେ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ସଶକ୍ତ ଓଡ଼ିଶା ଗଠନ କରିବାରେ ଏହା ସହାୟକ ହେବ। ବୁଝାମଣା ପତ୍ରଗୁଡ଼ିକ ସରକାରଙ୍କ ‘ମିଶନ ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଉଦ୍ୟମକୁ ସଫଳ କରାଇବା ଦିଗରେ ସଚେଷ୍ଟିତ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁସ୍ମିତା ବେହେରା ଏବଂ ଅମୃତା ବିଶ୍ୱ ବିଦ୍ୟାପୀଠମ୍‌‌ର ନିର୍ଦ୍ଦେଶକ ଡଃ ମନିଷା ବିନୋଦିନୀ ରମେଶ ଏକ ବୁଝାମଣାରେ ସ୍ୱାକ୍ଷର କରିଥିବାବେଳେ ଅନ୍ୟ ବୁଝାମଣା ପତ୍ରରେ ରାଇମସ୍‌‌ ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ଉପଦେଷ୍ଟା ଡଃ କେଜେ. ରମେଶ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଛନ୍ତି। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଶ୍ରୀ ଜେନା କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ଭାବେ ପରିଚିତ ହୋଇଛି। ବିପର୍ଯ୍ୟୟ ପ୍ରାକ୍‌‌ ପ୍ରସ୍ତୁତି ହେଉ, ବିପର୍ଯ୍ୟୟ ସମୟରେ ପରିଚାଳନା ହେଉ, ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ ହେଉ କିମ୍ୱା ବିପର୍ଯ୍ୟୟ ମୂକାବିଲା ରଣନୀତି ଆପଣାଇବା ହେଉ, ଆମେ ପ୍ରତ୍ୟେକ ଥର ଆମର ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଛୁ। ସ୍ୱାକ୍ଷରିତ ବୁଝାମଣା ପତ୍ର ବିପର୍ଯ୍ୟୟ ପ୍ରସ୍ତୁତି ଦିଗରେ ଯୁବପିଢ଼ିଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି। ସେହିପରି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପରିଚାଳନା ନିର୍ଦ୍ଦେଶକ ସତ୍ୟବ୍ରତ ସାହୁ କହିଥିଲେ ଯେ, ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ଭାବେ ସୁନାମ ଅର୍ଜନ କରିଛି। ଆଜିର ସ୍ୱାକ୍ଷରିତ ଉଭୟ ବୁଝାମଣାପତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାର କାର୍ଯ୍ୟକାରିତା ପାଇଁ ସେ ସମସ୍ତ ଅଂଶୀଦାରମାନଙ୍କ ସହଯୋଗ କାମନା କରିଥିଲେ। ଏହି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ଓସଡମାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ଦାସ ଉପସ୍ଥିତ ଥିଲେ।

About The Author: The Sakala