ଶିଶୁଭବନରେ ବିଚିତ୍ର ଶିଶୁକନ୍ୟା, ରହିଛି ୨ ହୃତ୍‌ପିଣ୍ଡ, ୨ କିଡ୍‌ନୀ

କଟକ : ଶିଶୁଭବନରେ ଚିକିତ୍ସିତ ହେଉଥିବା ବିଚିତ୍ର ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତା’ର ଚିକିତ୍ସା ପାଇଁ ଗଠନ ହୋଇଛି ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ। ବିଭିନ୍ନ ବିଭାଗର ଡାକ୍ତର ଏହି ଦଳରେ ରହିଛନ୍ତି। ନିୟମିତ ବ୍ୟବଧାନରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ହେଲେ ଅସ୍ତ୍ରୋପଚାର କେବେ କରାଯିବ ତାହା ସ୍ପଷ୍ଟ ଭାବେ କହିହେବ ନାହିଁ ବୋଲି କହିଛନ୍ତି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡ. ଜ୍ଞାନେନ୍ଦ୍ରନାଥ ବେହେରା। ଏତଦବ୍ୟତୀତ କେବଳ ୨ଟି ମୁଣ୍ଡ କି ୩ଟି ହାତ […]

କଟକ : ଶିଶୁଭବନରେ ଚିକିତ୍ସିତ ହେଉଥିବା ବିଚିତ୍ର ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତା’ର ଚିକିତ୍ସା ପାଇଁ ଗଠନ ହୋଇଛି ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ। ବିଭିନ୍ନ ବିଭାଗର ଡାକ୍ତର ଏହି ଦଳରେ ରହିଛନ୍ତି। ନିୟମିତ ବ୍ୟବଧାନରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ହେଲେ ଅସ୍ତ୍ରୋପଚାର କେବେ କରାଯିବ ତାହା ସ୍ପଷ୍ଟ ଭାବେ କହିହେବ ନାହିଁ ବୋଲି କହିଛନ୍ତି ଶିଶୁଭବନ ଅଧୀକ୍ଷକ ପ୍ରଫେସର ଡ. ଜ୍ଞାନେନ୍ଦ୍ରନାଥ ବେହେରା। ଏତଦବ୍ୟତୀତ କେବଳ ୨ଟି ମୁଣ୍ଡ କି ୩ଟି ହାତ ନୁହେଁ, ଉକ୍ତ ଶିଶୁର ଆଭ୍ୟନ୍ତରୀଣ ଅଙ୍ଗ ମଧ୍ୟ ଏକାଧିକ ରହିଛି। ଯେପରିକି ୨ଟି ହୃତପିଣ୍ଡ ଓ ୨ଟି କିଡ଼ନୀ ରହିଛି। ଏଣୁ ନିକଟ ଭବିଷ୍ୟତରେ ଅସ୍ତ୍ରୋପଚାର କରାଯିବା ସମ୍ଭବପର ନୁହେଁ।

ଉକ୍ତ ନବଜାତକକୁ ଏସିଆରସି ୱାର୍ଡରେ ରଖାଯାଇଛି। ଏହା ଭିତରେ ନବଜାତକର ରକ୍ତ ପରୀକ୍ଷା, ଅଲଟ୍ରସାଉଣ୍ଡ, ଏକ୍ସରେ ଆଦି କରାଯାଇଛି। ପେଡ଼ିଆଟ୍ରିକ ସର୍ଜନ ଆସି ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ। ହେଲେ ଏବେ ଅସ୍ତ୍ରୋପଚାର କରାଯିବା ସ୍ଥିତି ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି। ନବଜାତକର ସ୍ୱାସ୍ଥ୍ୟାବସ୍ଥାକୁ ଗୁରୁତ୍ୱପୁର୍ଣ୍ଣଭାବେ ଧ୍ୟ୍ୟାନ ଦିଆଯାଉଛି। ୪ଜଣିଆ ଡାକ୍ତର ଟିମରେ ଡାକ୍ତର ପ୍ରଭାକର ମିଶ୍ର, ଡାକ୍ତର ପି.କେ ଜେନା, ଡାକ୍ତର ଆଲୋକ ନାୟକ, ପ୍ରଫେସର ପି.କେ ଜେନା ରହିଛନ୍ତି।

ଡାକ୍ତରମାନେ କହିଛନ୍ତି ଯେ ପିଲାଟିର ୨ଟି ମୁଣ୍ଡ, ୨ଟି ହୃତପିଣ୍ଡ, ୨ଟି କିଡନୀ, ୨ଟି ଗୋଡ, ୩ଟି ହାତ, ଗୋଟିଏ ବ୍ଲାଡର, ଗୋଟିଏ ପରିସ୍ରା ଦ୍ୱାର ରହିଛି। ନବଜାତକକୁ ଯୋଡ଼ା ଶିଶୁ କହିହେବ ନାହିଁ। ବର୍ତ୍ତମାନ କୌଣସି ପଦକ୍ଷେପ ନେଇ ହେବନାହିଁ ବୋଲି ଡାକ୍ତରୀ ଦଳ କହିଛନ୍ତି। ଆଗାମୀ ଦିନରେ ତାହା କମିଟି ସ୍ପଷ୍ଟ କରିବ। ସୂଚନା ଥାଉକି, ନବଜାତକଟି କେନ୍ଦ୍ରାପଡ଼ା ରାଜନଗର ଥାନା ଅନ୍ତର୍ଗତ କଣି ଗ୍ରାମର ଉମାକାନ୍ତ ପରିଡ଼ା ଓ ଅମ୍ବିକା ପରିଡ଼ାଙ୍କ। ନବଜାତକର ଅଧିକ ଚିକିତ୍ସା ଆଶା ରଖି ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରର ସୁପାରିସରେ ଡାକ୍ତରମାନେ ଶିଶୁଭବନକୁ ଯିବା ପାଇଁ କହିଥିଲେ।

About The Author: The Sakala