ଏସିଆର ସର୍ବବୃହତ୍‍ ମଧୁର ଜଳର ହ୍ରଦ ଚିଲିକାରେ ରହିଛନ୍ତି ୧୭୬ ଫିଶିଂ କ୍ୟାଟ୍‍

ଭୁବନେଶ୍ୱର : ଏସିଆର ସର୍ବବୃହତ୍‍ ମଧୁର ଜଳର ହ୍ରଦ ଚିଲିକାରେ ୧୭୬ଟି ଫିସି କ୍ୟାଟ୍‍ ରହିଛି। ଫିସିଂ କ୍ୟାଟ ପ୍ରକଳ୍ପ ସହାୟତାରେ ଚିଲିକା ବିକାଶ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଏକଥା ସ୍ପଷ୍ଟ ହୋଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଚଳିତ ବର୍ଷ ସଂରକ୍ଷିତ ଅଞ୍ଚଳ ବାହାରେ ଫିସିଂ କ୍ୟାଟ୍‍ର ଗଣନା କରାଯାଇଥିଲା। ସର୍ଭେ ସମୟରେ ସିଡ୍ୟୁଲ ୧ ପ୍ରଜାତିର ଏହି ଫିସିଂ କ୍ୟାଟ୍‍ ସର୍ବମୋଟ ୧୩୧ରୁ ୨୩୭ଟି ଥିବାର ସିଡିଏ ସୂଚନା ଦେଇଛି। ଫସିଂ […]

ଭୁବନେଶ୍ୱର : ଏସିଆର ସର୍ବବୃହତ୍‍ ମଧୁର ଜଳର ହ୍ରଦ ଚିଲିକାରେ ୧୭୬ଟି ଫିସି କ୍ୟାଟ୍‍ ରହିଛି। ଫିସିଂ କ୍ୟାଟ ପ୍ରକଳ୍ପ ସହାୟତାରେ ଚିଲିକା ବିକାଶ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରୁ ଏକଥା ସ୍ପଷ୍ଟ ହୋଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଚଳିତ ବର୍ଷ ସଂରକ୍ଷିତ ଅଞ୍ଚଳ ବାହାରେ ଫିସିଂ କ୍ୟାଟ୍‍ର ଗଣନା କରାଯାଇଥିଲା।

ସର୍ଭେ ସମୟରେ ସିଡ୍ୟୁଲ ୧ ପ୍ରଜାତିର ଏହି ଫିସିଂ କ୍ୟାଟ୍‍ ସର୍ବମୋଟ ୧୩୧ରୁ ୨୩୭ଟି ଥିବାର ସିଡିଏ ସୂଚନା ଦେଇଛି। ଫସିଂ କ୍ୟାଟର ଆକଳନ ଦୁଇଟି ପର୍ଯ୍ୟାୟରେ କରାଯାଇଥିବା ବେଳେ ପ୍ରଥମଟି ୨୦୨୧ ମସିହାରେ ୧୧୫ ବର୍ଗ କିଲୋମିଟର ପରିମିତ ସ୍ଥାନକୁ ନେଇ କରାଯାଇଥିଲା। ଯାହାକି ଚିଲିକାର ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ପରିବ୍ୟାପ୍ତ ଥିଲା। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ସର୍ବେକ୍ଷଣ ନିକଟରେ ଶେଷ ହୋଇଥିବା ବେଳେ ତାହା ପାରିକୁଦ ଅଞ୍ଚଳ ସମେତ ଚିଲିକା ଉପକୂଳବର୍ତ୍ତୀ ଅଞ୍ଚଳରେ କରାଯାଇଥିଲା। ଏଥିପାଇଁ ୩୦ ଦିନ ଯାଏଁ ୧୫୦ଟି କ୍ୟାମେରା ଟ୍ରାପ୍‍ ଲଗାଯାଇଥିବା ବେଳେ ତଥ୍ୟଗୁଡିକୁ ବିଶ୍ଳେଷଣ କରିବା ପାଇଁ ଏକ୍ସପ୍ଲିକ୍ଟ କ୍ୟାପ୍‍ଚର-ରି-କ୍ୟାପ୍‍ଚର ପଦ୍ଧତି ଆପଣା ଯାଇଥିଲା। ଏହି କାମରେ ସ୍ଥାନୀୟ ମତ୍ସ୍ୟଜୀବୀ ସମେତ ଚିଲିକାର ସ୍ଥାନୀୟ ବାସିନ୍ଦା ସାମିଲ ଥିଲେ। ଏ ବାବଦରେ ସିଡିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦ କହିଛନ୍ତି ସ୍ଥାନୀୟ ସମର୍ଥନ ବିନା ସର୍ବଭାରତୀୟ ସ୍ତରରେ ଏଭଳି ବିପଦସଙ୍କୁଳ ପ୍ରଜାତିଙ୍କ ଆକଳନ କରିବା ସମ୍ଭବ ହୋଇ ପାରିନଥାନ୍ତା।

ଏହି ସର୍ଭେ କାମରେ ଦଶ ଜଣ ସ୍ନାତକ ଓ କିଛି ସ୍ନାତକୋତ୍ତର ଛାତ୍ରଛାତ୍ରୀ ସାମିଲ ଥିଲେ। ଚିଲିକା ବନ୍ୟଜନ୍ତୁ ଡିଭିଜନ୍‍ର କର୍ମଚାରୀମାନେ ଏହି କାମରେ ସମସ୍ତ ପ୍ରକାର ସହଯୋଗ କରିଥିଲେ। ଆଦ୍ରଭୂମିର ପରିସଂଖ୍ୟାନ କିପରି ଅଛି ତାହାକୁ ବୁଝିବା ଓ ଜାଣିବା ପାଇଁ ଟ୍ରାକିଂ ସ୍ପେଶାଲିଷ୍ଟ ପ୍ରଜାତି ଭାବେ ଫିସିଂ କ୍ୟାଟ୍‍ କାମ କରିଥାଏ। ଏହା ଆମକୁ ବଦଳୁଥିବା ଜଳବାୟୁ ଓ ମରୁଡ଼ି ସ୍ଥିତି ବିଷୟରେ ବି ଜଣାଇଥାଏ ବୋଲି ଟିଏଫ୍‍ସିପି କୋ ଫାଉଣ୍ଡର ଟିଆସା ଆଦ୍ୟା ସୂଚନା ଦେଇଛନ୍ତି।ଫିସିଂ କ୍ୟାଟ୍‍ ସର୍ବ ଭାରତୀୟସ୍ତରରେ ବିପଦସଙ୍କୁଳ ପ୍ରଜାତି ଭାବେ ରହିଥିବା ବେଳେ ଏହା ସାଧାରଣତଃ ମାର୍ଶାଲାଣ୍ଡ, ହେନ୍ତାଳ, ବନ୍ୟା ସୃଷ୍ଟି ହେଉଥିବା ଜଙ୍ଗଲ ଓ ଅନ୍ୟ ଆଦ୍ରଭୂମିରେ ଦେଖିବାକୁ ମିଳେ। ଫିସିଂ କ୍ୟାଟ୍‍ର ସଂରକ୍ଷଣ ପାଇଁ ନିକଟରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଆସନ୍ତା ୫ ବର୍ଷ ପାଇଁ ଆକ୍ସନ୍‍ ପ୍ଲାନ୍‍ ପ୍ରସ୍ତୁତ କରିଛନ୍ତି।

About The Author: The Sakala