ରାଜ୍ୟ କ୍ୟାବିନେଟ ବୈଠକରେ ୧୩ଟି ବିଭାଗର ୧୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି। କାଳିଆ ଜୀବିକାର ଆୟ ବୃଦ୍ଧି ପାଇଁ ଅର୍ଥ ରାଶିର ବ୍ୟବସ୍ଥା କରିଛନ୍ତି ରାଜ୍ୟସରକାର। କୃଷକ ମାନଙ୍କ କଲ୍ୟାଣ ନିମନ୍ତେ କାଳିଆ ହିତାଧିକାରୀଙ୍କ ୩ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଣିକି କାଳିଆ ଯୋଜନାରେ ସହାୟତା […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟ କ୍ୟାବିନେଟ୍‌‌ ବୈଠକ। ଏହି ବୈଠକରେ ୧୩ ଟି ବିଭାଗର ୧୬ଟି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ବାଜିଛି।

କାଳିଆ ଜୀବିକାର ଆୟ ବୃଦ୍ଧି ପାଇଁ ଅର୍ଥ ରାଶିର ବ୍ୟବସ୍ଥା କରିଛନ୍ତି ରାଜ୍ୟସରକାର। କୃଷକ ମାନଙ୍କ କଲ୍ୟାଣ ନିମନ୍ତେ କାଳିଆ ହିତାଧିକାରୀଙ୍କ ୩ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଣିକି କାଳିଆ ଯୋଜନାରେ ସହାୟତା ଯେ କୌଣସି ସମୟରେ ପାଇପାରିବେ ଚାଷୀ । ଭୂମିହୀନ ପରିବାରଙ୍କୁ ୩ଟି କିସ୍ତିରେ୧୨ ହଜାର ୫ଶହ ମିଳୁଥିବା ବେଳେ ୧୮ ଲକ୍ଷ ପରିବାର ଉପକୃତ ହେଉଛନ୍ତି।  କାଳିଆ ଯୋଜନାରେ ୨ହଜାର ଟଙ୍କାର ଅତିରିକ୍ତ ସହାୟତା ପାଇବେ ଭୂମିହୀନ ଚାଷୀ । ଏ ନେଇ ଆଜି କ୍ୟାବିନେଟର ମଞ୍ଜୁରି ମିଳିଛି। ସେହିଭଳି କାଳିଆ ଛାତ୍ରବୃତ୍ତି ଅବଧି ୩ ବର୍ଷକୁ ବୃଦ୍ଧି କରାଯାଇଛି ।

ଗ୍ରାମ ପଞ୍ଚାୟତ VLW ଙ୍କ ହେବ ପଦଦୋନ୍ନତି।  ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ୩ ଭାଗରେ ବିଭକ୍ତ ହେବେ। ଏଣିକି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମିଳିବ ପଦୋନ୍ନତି । ଚାକିରି ପାଇଁ ଶିକ୍ଷାଗତ ଯୋଗ୍ୟତା +୩କୁ ବୃଦ୍ଧି କରାଯାଇଛି। ୫ ବର୍ଷ ଓ ୮ ବର୍ଷ ପରେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ । ନୂଆ ଓ’ ଯୋଜନା ପାଇଁ ୩୧୫ କୋଟିର ପାଣ୍ଠିକୁ କ୍ୟାବିନେଟ ମୋହର ବାଜିଛି।

ଓଡ଼ିଶାରେ ସ୍ଥାପନ ହେବ National skill ଟ୍ରେନିଂ। ଜଟଣୀରେ ୭ ଏକର ୮୧୮ ଡେସିମିଲ ଜାଗା ପ୍ରିମିୟମ ଫ୍ରି’ ରେ ଜମି ଯୋଗାଇ ଦେବେ ସରକାର। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି।

୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଆଧାରରେ ଦରମା ମିଳିବ । ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ। ମୋଟ ୧୭୮୯ ଶିକ୍ଷକ ଓ କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା ବଢିବ । ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ ।

About The Author: The Sakala