5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ୧୫ ସଙ୍ଗଠନର କର୍ମକର୍ତ୍ତା

ଭୁବନେଶ୍ବର: ଓଡ଼ିଶା ବିକାଶର ଗତିରେ ଶକ୍ତି ଭରିଛି ୫ଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରୁଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ରାଜ୍ୟର ରୂପାନ୍ତରଣକୁ ଆଗେଇନେବାକୁ ସମୃଦ୍ଧିର ସାରଥିଙ୍କ ହାତରେ ହାତ ମିଶାଉଛନ୍ତି ରାଜ୍ୟବାସୀ । ନୂଆ ଦାୟିତ୍ବ ଓ ବିକାଶର ଧାରାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ନବୀନ ନିବାସରେ ଆଜି  ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ସଂଗଠନ। ରାଜ୍ୟର ସାମଗ୍ରିକ ବିକାଶରେ ୫ଟିର ଗୁରୁତ୍ବ […]

ଭୁବନେଶ୍ବର: ଓଡ଼ିଶା ବିକାଶର ଗତିରେ ଶକ୍ତି ଭରିଛି ୫ଟି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରୁଛନ୍ତି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ରାଜ୍ୟର ରୂପାନ୍ତରଣକୁ ଆଗେଇନେବାକୁ ସମୃଦ୍ଧିର ସାରଥିଙ୍କ ହାତରେ ହାତ ମିଶାଉଛନ୍ତି ରାଜ୍ୟବାସୀ । ନୂଆ ଦାୟିତ୍ବ ଓ ବିକାଶର ଧାରାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଇଁ ନବୀନ ନିବାସରେ ଆଜି  ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ସଂଗଠନ। ରାଜ୍ୟର ସାମଗ୍ରିକ ବିକାଶରେ ୫ଟିର ଗୁରୁତ୍ବ ଉଲ୍ଲେଖନୀୟ । ଶିକ୍ଷା, ସ୍ବାସ୍ଥ୍ୟଠୁ ଆରମ୍ଭ କରି କ୍ରୀଡ଼ା ଓ ଯୋଗାଯୋଗ କ୍ଷେତ୍ରରେ ୫ଟି ସ୍ପର୍ଶ ରୂପାନ୍ତରଣ ଆଣିଛି।

ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରି ଓଡ଼ିଶାକୁ ପ୍ରଗତିପଥରେ ଆଗେଇନେବାକୁ ଦିନରାତି ଏକ କରିଦେଇଛନ୍ତି ଫାଇଭ-ଟି ଅଧ୍ୟକ୍ଷ । ବିକାଶ ପ୍ରତି ପାଣ୍ଡିଆନଙ୍କ ଏହି ସମର୍ପିତ ସେବା ପାଇଁ ଆଜି  ବିଭିନ୍ନ୧୫ ସଙ୍ଗଠନ ଅଭିନନ୍ଦନ ଜଣାଇବା ସହ ନିଜର ଦାବି ଉପସ୍ଥାପନ କରିଛନ୍ତି। କଟକ ଯାଦବ ମହାସଂଘ, ଜିଲ୍ଲା ପରିଷଦ ସଭାପତି ଓ ସଦସ୍ୟ, ବାରିକ ମହାସଂଘ, ରାଜ୍ୟର ବିଭିନ୍ନ ପୌରପାଳିକାରେ ଏମଆଇଏସ୍ ଭାବେ କାମ କରୁଥିବା କର୍ମଚାରୀ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଭୁବନେଶ୍ବରର ଚନ୍ଦ୍ରଶେଖରପୁର, ପ୍ରଶାନ୍ତି ବିହାର, ଶୈଳଶ୍ରୀ ବିହାର, ନିଳାଦ୍ରୀବିହାର, ଶ୍ୟାମପୁର ଅଞ୍ଚଳର ଅନେକ ବରିଷ୍ଠ ନାଗରିକ ଅଭିନନ୍ଦନ ଜଣାଇବା ସହ ନିଜ ନିଜର ଦାବି ସମ୍ପର୍କରେ କହିଛନ୍ତି । ଲିଜ୍ ଜମିର ମାଲିକାନା ହସ୍ତାନ୍ତର ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ସ୍ବାଗତ କରିଥିବା ବେଳେ ଏଥିପାଇଁ ଧାର୍ଯ୍ୟ ମୂଲ୍ୟ ଏବେକାର ଦର ହିସାବକୁ ନନେଇ ଯେବେଠାରୁ କିଣିଛନ୍ତି ସେହି ଦାମ ହିସାବରେ ଫି ଧାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଏନେଇ ଖୁବଶୀଘ୍ର ଖୁସି ଖବର ମିଳିବ ବୋଲି ପାଣ୍ଡିଆନ ପ୍ରତିଶ୍ରୁତି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି ୫ଟି ଅଧ୍ୟକ୍ଷ। ବର୍ଷ ବର୍ଷ ଧରି ପଡ଼ିରହିଥିବା ସମସ୍ୟା କିଛି ମୁହୁର୍ତ୍ତରେ ସମାଧାନ ହୋଇଛି। ଏଥିପାଇଁ ପାଣ୍ଡିଆନଙ୍କ ଉପରେ ସମସ୍ତଙ୍କର ବିଶ୍ବାସ ବଢିଛି।

About The Author: The Sakala