ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି, ଝୁଲାପୋଲର ମରାମତି ପାଇଁ ବନ୍ଦ ରହିବ ଯାତାୟତ

ଆଠଗଡ଼: ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଝୁଲାପୋଲର ମରାମତି ପାଇଁ  ୧୪୪ ଧାରା ଜାରି ହୋଇଛି। ଏନେଇ ଆଠଗଡ଼ ଉପଜିଲ୍ଲାପାଳ ସୂଚନା  ଦେଇଛନ୍ତି। ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନ ଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ।ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଜାରି ରହିବ।  ସକାଳେ ଝୁଲାପୋଲରେ ଫାଟ ଯୋଗୁ ରାଜ୍ୟ ସରକାର ଯାତ୍ରୀ କଟକଣା ଜାରି କରିଥିଲେ। ତେବେ ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ […]

ଆଠଗଡ଼: ଧବଳେଶ୍ବର ପୀଠରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଝୁଲାପୋଲର ମରାମତି ପାଇଁ  ୧୪୪ ଧାରା ଜାରି ହୋଇଛି। ଏନେଇ ଆଠଗଡ଼ ଉପଜିଲ୍ଲାପାଳ ସୂଚନା  ଦେଇଛନ୍ତି। ଡଙ୍ଗାରେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନ ଥିବାରୁ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ।ଏହି ନିର୍ଦ୍ଦେଶ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଜାରି ରହିବ।  ସକାଳେ ଝୁଲାପୋଲରେ ଫାଟ ଯୋଗୁ ରାଜ୍ୟ ସରକାର ଯାତ୍ରୀ କଟକଣା ଜାରି କରିଥିଲେ। ତେବେ ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ହୋଇଥିଲା।

ଆଗକୁ ବଡ଼ ଓଷା ଆସୁଛି । ବାବା ଧବଳେଶ୍ୱରଙ୍କ ପୀଠରେ ବଡ଼ ଓଷାରେ ପ୍ରବଳ ଭିଡ ହୋଇଥାଏ। ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିବା ପାଇଁ ଆସିବେ। ଏହି ସମୟରେ ମହାନଦୀ ଉପରେ ତିଆରି ହୋଇଥିବା ଝୁଲା ପୋଲରେ ପ୍ରବଳ ଭିଡ ଜମିବାର ସମ୍ଭାବନା ରହିଛି। ଝୁଲା ପୋଲରେ ଫାଟ ସୃଷ୍ଟି ହୋଇଥିବାରୁ କୌଣସି ଅଘଟଣ ଘଟିବା ଆଶଙ୍କା କରି ଆଜି ପ୍ରଶାସନ ଏପରି ନିଷ୍ପତ୍ତି ନେଇଛନ୍ତି।

 

About The Author: The Sakala