ଭୁବନେଶ୍ବର: ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୪ ମାଓବାଦୀ। । ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧର ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀ ଏବଂ ପୁଲିସକୁ ମିଳିଛି ଏହି ସଫଳତା।ମୃତକଙ୍କ ମଧ୍ୟରେ ୨ ମହିଳା ମାଓ କ୍ୟାଡର ଥିବା ସୂଚନା ରହିଛି। ଓଡିଶା, ଛତିଶଗଡ ପୋଲିସ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଅପରେସନରେ ମିଳିଛି ବଡ଼ ସଫଳତା। ଘଟଣାସ୍ଥଳରୁ ଗୋଟିଏ SLR ବନ୍ଧୁକ ଜବତ ହୋଇଛି। ଗରିଆବନ୍ଧରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ। ଗତ ୧୯ ତାରିଖ ରାତିରୁ ଓଡିଶାର ନୂଆପଡ଼ା ଜିଲ୍ଲା ସୀମାଠାରୁ ମାତ୍ର ୫ କିଲୋମିଟର ଦୂର ଛତିଶଗଡ଼ର କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିଥିଲା। ଉଭୟ ରାଜ୍ୟର ସୁରକ୍ଷା ବାହିନୀଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମିଶି କମ୍ବିଂ ଅପରେସନ୍ ଜାରି ରଖିଛନ୍ତି।
ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା, ଟଳିଲେ ୧୪ ମାଓବାଦୀ…
ଭୁବନେଶ୍ବର: ସୁରକ୍ଷାକର୍ମୀଙ୍କୁ ପୁଣି ସଫଳତା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୪ ମାଓବାଦୀ। । ନୂଆପଡ଼ା ସୀମାନ୍ତ ଛତିଶଗଡ଼ ଗରିଆବନ୍ଧର ଏନ୍କାଉଣ୍ଟରରେ ସୁରକ୍ଷାକର୍ମୀ ଏବଂ ପୁଲିସକୁ ମିଳିଛି ଏହି ସଫଳତା।ମୃତକଙ୍କ ମଧ୍ୟରେ ୨ ମହିଳା ମାଓ କ୍ୟାଡର ଥିବା ସୂଚନା ରହିଛି। ଓଡିଶା, ଛତିଶଗଡ ପୋଲିସ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଅପରେସନରେ ମିଳିଛି ବଡ଼ ସଫଳତା। ଘଟଣାସ୍ଥଳରୁ ଗୋଟିଏ SLR ବନ୍ଧୁକ ଜବତ ହୋଇଛି। ଗରିଆବନ୍ଧରେ ଚାଲିଛି ଜୋରଦାର ସର୍ଚ୍ଚ ଅପରେସନ। ଗତ ୧୯ ତାରିଖ ରାତିରୁ […]