ଅନ୍‍ଲାଇନ୍‍ ମଦ କାରବାର : ୧୪ ଦିନରେ ରାଜଧାନୀବାସୀ ପିଇଗଲେ ଲକ୍ଷେ ଲିଟର ମଦ

ଭୁବନେଶ୍ୱର : ଲକ୍‍ଡାଉନ୍‍ରେ ମଦ ଦୋକାନ ବନ୍ଦ। ଅନ୍‍ଲାଇନରେ ଚାଲିଛି କାରବାର। ତେଣୁ ମଦ ଦୋକାନ ବନ୍ଦ ସତ୍ୱେ ୨ ସପ୍ତାହ ମଧ୍ୟରେ ରାଜଧାନୀବାସୀ ପିଇଛନ୍ତି ଲକ୍ଷାଧିକ ଲିଟର ମଦ ଆଉ ବିୟର। ମଇ ୧୭ ତାରିଖରୁ ଜୁନ୍‍ ୩ ତାରିଖ ପର୍ଯ୍ୟନ୍ତ ୫୬୭୨୯ ଲିଟର ବିଦେଶୀ ମଦ, ୪୮୨୦୦ ଲିଟର ବିୟର ଅନ୍‍ଲାଇନ୍‍ରେ ବିକ୍ରି ହୋଇଛି। ସବୁଠାରୁ କୌତୂହଳର ବିଷୟ ହେଉଛି ‘ୟସ୍‍’ ବାତ୍ୟାର ଠିକ୍‍ ପରେ ଅର୍ଥାତ୍‍ ୨୮ ତାରିଖରେ ସର୍ବାଧିକ ପରିମାଣର ମଦ […]

ଭୁବନେଶ୍ୱର : ଲକ୍‍ଡାଉନ୍‍ରେ ମଦ ଦୋକାନ ବନ୍ଦ। ଅନ୍‍ଲାଇନରେ ଚାଲିଛି କାରବାର। ତେଣୁ ମଦ ଦୋକାନ ବନ୍ଦ ସତ୍ୱେ ୨ ସପ୍ତାହ ମଧ୍ୟରେ ରାଜଧାନୀବାସୀ ପିଇଛନ୍ତି ଲକ୍ଷାଧିକ ଲିଟର ମଦ ଆଉ ବିୟର। ମଇ ୧୭ ତାରିଖରୁ ଜୁନ୍‍ ୩ ତାରିଖ ପର୍ଯ୍ୟନ୍ତ ୫୬୭୨୯ ଲିଟର ବିଦେଶୀ ମଦ, ୪୮୨୦୦ ଲିଟର ବିୟର ଅନ୍‍ଲାଇନ୍‍ରେ ବିକ୍ରି ହୋଇଛି। ସବୁଠାରୁ କୌତୂହଳର ବିଷୟ ହେଉଛି ‘ୟସ୍‍’ ବାତ୍ୟାର ଠିକ୍‍ ପରେ ଅର୍ଥାତ୍‍ ୨୮ ତାରିଖରେ ସର୍ବାଧିକ ପରିମାଣର ମଦ ବିକ୍ରି ହୋଇଛି। ସେହି ଗୋଟିଏ ଦିନରେ ୬୩୦୦ ଲିଟର ମଦ ଓ ୫୨୦୦ ଲିଟର ବିୟର କିଣିଛନ୍ତି ଭୁବନେଶ୍ୱର ବାସିନ୍ଦା।

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମେ୨୧ ଓ ୨୪ରେ ପ୍ରାୟ ୫ହଜାର ଲିଟର ଲେଖାଁଏ ବିଦେଶୀ ମଦ ବିକ୍ରି ହୋଇଛି। ଜୁନ୍‍ ପହିଲାରୁ ଦୈନିକ ପ୍ରାୟ ୮ହଜାର ଲିଟର ମଦ ବିକ୍ରି ହେଉଛି। ୧ ତାରିଖରେ ୪ହଜାର ୩୧୧ଲିଟର ବିଦେଶୀ ମଦ ବିକ୍ରି ହୋଇଥିବାବେଳେ ୨ ତାରିଖରେ ୪ହଜାର ୭୯୯ଲିଟର ଓ ୩ ତାରିଖରେ ୪ହଜାର ୨୨୫ଲିଟର ବିଦେଶୀ ମଦ ବିକ୍ରି ହୋଇଛିି। ତେବେ ରାଜଧାନୀରେ ବିଦେଶୀ ମଦ ତୁଳନାରେ ବିୟର ବିକ୍ରି ସାମାନ୍ୟ କମ୍‍ ହୋଇଛି। ଜୁନ୍‍ ପହିଲାରେ ୪ହଜାର ଲିଟର ବିୟର ବିକ୍ରି ହୋଇଥିବାବେଳେ ୨ତାରିଖରେ ୪ହଜାର ୮ଶହ ଲିଟର ଏବଂ ୩ ତାରିଖରେ ୪ହଜାର ୩ଶହ ଲିଟର ବିୟର ଲୋକେ ପିଇଛନ୍ତି। ବିୟର ଓ ବିଦେଶୀ ମଦ ମିଶାଇ ଭୁବନେଶ୍ୱର ସହରବାସୀ ଦୈନିକ ପ୍ରାୟ ୭ହଜାରରୁ ୮ହଜାରର ଲିଟର ମଦ ପିଇଦେଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜଧାନୀରେ ୪୦ରୁ ଊର୍ଦ୍ଧ୍ବ ବିଦେଶୀ ମଦ ଦୋକାନୀ ଅନ୍‍ଲାଇନ୍‍ରେ ମଦ ବିକ୍ରି କରୁଛନ୍ତିି। ସେପଟେ କିନ୍ତୁ ସାଧାରଣ ଦିନ ଅପେକ୍ଷା ୮୫ ପ୍ରତିଶତ ମଦ ବିକ୍ରି କମିଛି ବୋଲି ମଦ ଦୋକାନୀମାନେ କହୁଛନ୍ତି। ରାଜଧାନୀର ଖାଲି ବିଦେଶୀ ମଦ କି ବିୟର ନୁହେଁ; ଦେଶୀ ମଦ ବି ଢେର୍‍ ବିକ୍ରି ହୋଇଛି। ଦୁଇ ସପ୍ତାହରେ ୨୩ ହଜାର ୮୧୯ ଲିଟର ଦେଶୀ ମଦ ବିକ୍ରି ହୋଇଛି।

ରାଜଧାନୀରେ ୬ଟି ଦେଶୀ ମଦ ଭାଟି ଅନ୍‍ଲାଇନ୍‍ ରେ କାରବାର କରୁଛନ୍ତିି। ରାଜଧାନୀରେ ଘରକୁ ମଦ ଯୋଗାଇବା (ହୋମ୍‍ ଡେଲିଭରୀ) ଲାଗି ଅନୁମତି ପାଇଛି ‘ସ୍ୱିଗି’। ଏଥିସହିତ କିଛି ମଦ ଦୋକାନର କର୍ମଚାରୀ ମଧ୍ୟ ଅନ୍‍ଲାଇନ୍‍ରେ ମଦ ଘରେ ପହଞ୍ଚାଉଛନ୍ତି। ଗତବର୍ଷ ବ୍ୟବସାୟରୁ ଆଶାଜନକ ଲାଭ ପାଇ ନ ଥିବାରୁ ‘ଜମାଟୋ’ ଏଥର ମଦ ହୋମ୍‍ ଡେଲିଭରୀରୁ ଓହରିଯାଇଛି, ସେହିପରି ଅନ୍ୟଏକ ସଂସ୍ଥା ‘ହିପ୍‍ ବାର୍‍’ ମଧ୍ୟ ଚଳିତବର୍ଷ ଅନ୍‍ଲାଇନ୍‍ ମଦ ହୋମ୍‍ ଡେଲିଭରୀ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଛି।

About The Author: The Sakala